PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଭୋ ଭୋ କାନ୍ଦିଲେ ଶିଳ୍ପା ଶେଟ୍ଟୀ, ପୋଲିସ ସାମ୍ନାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା ଜୋରସୋର ଝଗଡ଼ା

ମୁମ୍ବାଇ ୨୬।୭ : ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରଙ୍କୁ ପର୍ଣ୍ଣ ଭିଡ଼ିସ ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଶିଳ୍ପାଙ୍କୁ ବହୁତ ଟ୍ରୋଲ କରାଯାଉଛି। ଅଭିନେତ୍ରୀ ରାଜ କୁନ୍ଦ୍ରାଙ୍କ ସହ ସେ ଅନେକ କମ୍ପାନୀରେ ବ୍ୟବସାୟିକ ସହଯୋଗୀ ମଧ୍ୟ ଅଟନ୍ତି। ଶିଳ୍ପା ଶେଟ୍ଟୀଙ୍କ ନାମରେ ୨୩ଟି କମ୍ପାନୀ ଅଛି ଏବଂ ତାଙ୍କ ସ୍ୱାମୀ ୯ଟି କମ୍ପାନୀର ମାଲିକ ଅଟନ୍ତି ।

ଶୁକ୍ରବାର ଦିନ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଶିଳ୍ପା ଏବଂ ରାଜଙ୍କ ଜୁହୁରେ ଚଢ଼ାଉ କରିଥିଲା, ଯେଉଁଠାରେ ପୋଲିସ ମଧ୍ୟ ରାଜଙ୍କୁ ସାଙ୍ଗରେ ନେଇଥିଲା। ଏହି ସମୟରେ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଅନେକ ବିତର୍କ ହୋଇଥିଲା। ପୋଲିସ ସେଠାରେ ଦୀର୍ଘ ଦିନ ସମୟ ଶିଳ୍ପାଙ୍କୁ ପଚରାଉଚରା କରିଥିଲା। ଅଭିନେତ୍ରୀ ହଟସଟ୍ ଆପ୍ ବିଷୟରେ କିଛି ଜାଣିଛନ୍ତି ବୋଲି ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଥିଲେ। ସୂଚନାନୁସାରେ, ପଚରାଉଚରା ପରେ ଶିଳ୍ପା ନର୍ଭସ ଥିଲେ।
ପୋଲିସ ଆଗରେ ଶିଳ୍ପା କାନ୍ଦି ପକାଇଲେ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ରାଜଙ୍କ ସହ ପୋଲିସ ସେମାନଙ୍କ ଘରେ ପହଞ୍ଚିଲା ସେତେବେଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା ଏବଂ ଏହା ପରେ ଶିଳ୍ପା ନିଜକୁ ଅଟକାଇ ପାରିନଥିଲେ ଏବଂ ସେ ପୋଲିସ ସାମ୍ନାରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ପୋଲିସ ଏହି ସମୟରେ ସମସ୍ତ ବୟାନ ରେକର୍ଡ କରିଥିଲା।

ଯେତେବେଳେ ଶିଳ୍ପାଙ୍କୁ ପଚରାଉଚରା କରାଯାଇଥିଲା, ସେ କହିଥିଲେ ଯେ ତାଙ୍କ ସ୍ୱାମୀ ରାଜ କୌଣସି ପର୍ଣ୍ଣୋଗ୍ରାଫି କଣ୍ଟେଟ୍‌ ତିଆରି କରିନାହାଁନ୍ତି। ସେହି କଣ୍ଟେଟ୍‌କୁ ଆଡଲ୍ଟ ନୁହେଁ ଏରୋଟିକା ନିଶ୍ଚିନ୍ତ କୁହାଯାଇପାରେ ଏବଂ ଏହିପରି ବିଷୟବସ୍ତୁ ଅନେକ OTT ପ୍ଲାଟଫର୍ମରେ ୱେବ୍ ସିରିଜ୍ ଆକାରରେ ଉପଲବ୍ଧ ବୋଲି ସେ କହିଥିଲେ।