ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ

ନୂଆଦିଲ୍ଲୀ – ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଯେକୌଣସି ଉତ୍ସବ ହେଉ ଧୁମ୍‌ଧାମରେ ପାଳନ କରିଥାନ୍ତି। ନବରାତ୍ରୀ ଅବସରରେ ମଧ୍ୟ ସେ ଏମିତି ବି କରିଛନ୍ତି। ଶିଳ୍ପା ଶେଟ୍ଟୀ ନିକଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଦୁର୍ଗା  ଅଷ୍ଟମୀକୁ ଖୁବ୍ଉତ୍ସାହର ସହ ପାଳନ କରୁଥିବାର ଦେଖିବାକୁ ମିଳିଛି ।  ଏହି ସମୟରେ ସେ କନ୍ୟା ପୂଜନ କରିଛନ୍ତି ଏବଂ ନିଜ ହାତରେ ଭୋଜନ ବି କରାଇଛନ୍ତି । ଶିଳ୍ପା ଶେଟ୍ଟୀ  ଏହି ଭିଡ଼ିଓକୁ  ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି , ଯାହା ଖୁବ୍‌ ଭାଇରାଲ ହୋଇଛି ।

ଶିଳ୍ପା ଶେଟ୍ଟୀ ଏହି ଭିଡ଼ିଓରେ ନଜର ଆସୁଛନ୍ତି , ପ୍ରଥମେ ସେ ନିଜ ଝିଅର ପାଦରେ ତିଳକ ଲଗାଉଛନ୍ତି । ଏହାପରେ  ଅଭିନେତ୍ରୀ  ଅନ୍ୟ କନ୍ୟାମାନଙ୍କର ପାଦ ଧୋଇ ଦେଉଛନ୍ତି । ଭିଡ଼ିଓରେ ଆହୁରି ମଧ୍ୟ ଦେଖିବାକୁ ମିଳୁଛି କି ଶିଳ୍ପା ସେଟ୍ଟୀ ସବୁ କନ୍ୟାଙ୍କୁ  ଆଳତୀ କରି  ଭୋଜନ ଖୁଆଇ ଦେଉଛନ୍ତି ।

ପାଖାପାଖି ୨ଘଣ୍ଟା ରେ ଏହି ଭିଡ଼ିଓକୁ ୨ଲକ୍ଷରୁ ଅଧିକ ଥର ଦେଖା ସରିଲାଣି । ପ୍ରଶଂସକମାନେ  ତାଙ୍କର ଭିଡ଼ିଓରେ  ଖୁବ୍‌ ପ୍ରତିକ୍ରିୟା ଦେଉଛନ୍ତି ଏବଂ ଏହାସହ ଅଭିନେତ୍ରୀଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି ।

ଉଲ୍ଲେଖନୀୟ ଯେ , ଶିଳ୍ପା ଶେଟ୍ଟୀ  ଖୁବ୍‌ ଶୀଘ୍ର ‘ହଙ୍ଗାମା-୨’ ଓ ‘ନିକମ୍ମା’ ଜରିଆରେ ପୁଣି ଥରେ ବଡ଼ ପରଦାରେ ନଜର ଆସୁଛନ୍ତି ।

   ସମ୍ବନ୍ଧିତ ଖବର


ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍

ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ ଧୀବର: ଜାଲରେ ଲାଗିଲା ଏମିତି ଜିନିଷ, ରାତାରାତି ହୋଇଗଲେ ୨୫ କୋଟିର ମାଲିକ…

ମୁକେଶ ଅମ୍ବାନୀଙ୍କ ଗ୍ୟାରେଜରେ ଠିଆ ହୋଇଛି ସବୁଠାରୁ ମହଙ୍ଗା ଗାଡି, ଦେଖନ୍ତୁ କାର୍ କଲେକ୍ସନ

ଶିବସେନାରେ ଯୋଗଦେଲେ ଉର୍ମିଲା ମାତୋଣ୍ଡକର

ଗର୍ଭାବସ୍ଥାରେ ଅନୁଷ୍କାଙ୍କ ଶୀର୍ଷାସନ : ଫଟୋ ସେୟାର କରି ଲେଖିଲେ, ‘ଡାକ୍ତର କହିଥିଲେ…’

ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !