ମୋଦିଙ୍କ ‘ଫିଟ୍ ଇଣ୍ଡିଆ’ ଅଭିଯାନରେ ସାମିଲ ହେଲେ ଶିଳ୍ପା ସେଟ୍ଟୀ, କମିଟିର ସଦସ୍ୟ ହେବା ପରେ କହିଲେ…

ନୁଆଦିଲ୍ଲୀ ୨୩/୮: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ନିଜ ଡ୍ୟାନ୍ସ ଓ ଫିଲ୍ମ ବ୍ୟତୀତ ନିଜ ଫିଟନେସ୍ ପାଇଁ ମଧ୍ଯ ବେଶ୍ ଫେମସ୍ । ଶିଳ୍ପା ନିଜ ଯୋଗର ଭିଡିଓ ସିଡି ଓ ନିଜ ଫିଟନେସ୍ ଆପ୍ ଲଞ୍ଚ କରିସାରିଛନ୍ତି । କିନ୍ତୁ ଏବେ ଶିଳ୍ପା କେବଳ ଆପ ନୁହେଁ ବରଂ ସାରା ଭାରତର ସ୍ୱାସ୍ଥ୍ୟର ଯତ୍ନ ନେବେ । ଶିଳ୍ପା ସେଟ୍ଟୀ ଏବେ କେନ୍ଦ୍ର ସରାକାରଙ୍କ ଫିଟ୍ ଇଣ୍ଡିଆ ଅଭିଯାନ ପାଇଁ ପ୍ରସ୍ତୁତ ହୋଇଥିବା କମିଟିର ସଦସ୍ୟ ହୋଇଯାଇଛନ୍ତି । ଏନେଇ ଶିଳ୍ପା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

ଶିଳ୍ପା ସେଟ୍ଟୀ ଶୁକ୍ରବାର ଏକ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି । ଶିଳ୍ପା ଲେଖିଛନ୍ତି ‘ମୋତେ ଏହା କହି ବେଶ୍ ଖୁସି ମିଳୁଛି ଯେ ମାନନୀୟ ପ୍ରଧାନମନ୍ତ୍ରୀ ଜୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଫିଟ୍ ଇଣ୍ଡିଆନ୍ ଅଭିଯାନର ପରାମର୍ଶଦାତା ସମିତିରେ ମୋତେ ସଦସ୍ୟ ଭାବେ ଚୟନ କରାଯାଇଛି । ଆଶା କରୁଛି ପ୍ରତି ଭାରତୀୟଙ୍କୁ ଫିଟ୍ ରଖିବାରେ ମୁଁ ସାହାଯ୍ୟ କରିପାରିବି । ଏବଂ ଏହି ଅଭିଯାନକୁ ସଫଳ କରିପାରିବି ।‘

କହିରଖୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଫିଟ୍ ଇଣ୍ଡିଆ ମୁଭମେଣ୍ଟରେ ଇଣ୍ଡିଆନ୍ ଅଲମ୍ପିକ୍ ଆସୋସିଏସନ୍, ନ୍ୟାଶନାଲ୍ ସ୍ପୋର୍ଟ୍ସ ଫେଡେରେସନ୍, ସରକାରୀ ଅଧିକାରୀ ଓ ଫିଟନେସ୍ ପ୍ରତି ଇଛା ରଖୁଥିବା ବ୍ୟକ୍ତିମାନଙ୍କୁ ସାମିଲ କରାଯାଇଛି । ସରକାରଙ୍କ ଏହି ଫିଟ୍ ଇଣ୍ଡିଆ ମୁଭମେଣ୍ଟ ୨୯ ଅଗଷ୍ଟରେ ଲଞ୍ଚ ହେବାକୁ ଯାଉଛି ।

   ସମ୍ବନ୍ଧିତ ଖବର


ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

ଡ୍ରଗ୍ସ କେସ୍‌ : ଏନ୍‌ସିବି ଦୀପିକା, ଶ୍ରଦ୍ଧା, ସାରାଙ୍କୁ ଦେଲେ କ୍ଲିନ୍‌ ଚିଟ୍ ? ଜାଣନ୍ତୁ ସତ କଣ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର