PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ସ୍ୱାମୀଙ୍କ ସମର୍ଥନରେ ଆସିଲେ ଶିଳ୍ପା ସେଟ୍ଟୀ, କହିଲେ-ପର୍ଣ୍ଣ ନୁହେଁ ଇରୋଟିକ୍ ଫିଲ୍ମ ତିଆରି କରୁଥିଲେ ରାଜ କୁନ୍ଦ୍ରା

https://www.aajtak.in

ମୁମ୍ବାଇ,୨୪।୭: ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରା ୨୭ ଜୁଲାଇ ପର୍ଯ୍ୟନ୍ତ ପୋଲିସ କଷ୍ଟଡିରେ ରହିବେ। ଶୁକ୍ରବାର କ୍ରାଇମବ୍ରାଞ୍ଚ ଟିମ୍ ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲା। ଯେଉଁଠି ରାଜ ଓ ଶିଳ୍ପାଙ୍କୁ ମୁହଁମୁହିଁ ବସାଇ ପଚରାଉଚରା କରିଥିଲା। ଶିଳ୍ପା ସେଟ୍ଟୀ ଏହି ସମୟରେ କ୍ରାଇମବ୍ରାଞ୍ଚର କଡା ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ। କ୍ରାଇମବ୍ରାଞ୍ଚ ଟିମ୍ ସାମନାରେ ଶିଳ୍ପା ସେଟ୍ଟୀ କ’ଣ କ’ଣ ଖୁଲାସା କରିଛନ୍ତି, ଏହାର ସୂଚନା ସାମନାକୁ ଆସିଛି।

ମୁମ୍ବାଇ ପୋଲିସ ଷ୍ଟେଟମେଣ୍ଟ ଅନୁସାରେ ଶିଳ୍ପା ସେଟ୍ଟୀ ପୋନୋଗ୍ରାଫି କେସ୍‌ରେ ନିଜର ଭାଗିଦାରୀ ଥିବା ନେଇ ମନା କରିଛନ୍ତି। ଶିଳ୍ପାଙ୍କ କହିବା ଅନୁସାରେ, ଏହି ରାକେଟ ସହିତ ସେ କୌଣସି ପ୍ରକାରର ସମ୍ପର୍କ ନାହିଁ। ଶିଳ୍ପା କହିଛନ୍ତି ରାଜ ପର୍ଣ୍ଣ ଫିଲ୍ମ ନୁହେଁ ଏରୋଟିକ୍ ଫିଲ୍ମ ତିଆରି କରୁଥିଲେ। ପର୍ଣ୍ଣ ଓ ଇରୋଟିକ୍ ଭିଡିଓ ଭିନ୍ନ ରହିଥାଏ। ଏହା ସହିତ ଶିଳ୍ପା କହିଛନ୍ତି,  ହଟସଟ୍ ମ୍ୟୁଭି ମେକିଂରେ ତାଙ୍କର କିଛି ଭୂମିକା ନାହିଁ। ହଟସଟ୍‌ ମ୍ୟୁଭିରୁ ରେ ସେ କୌଣସି ପ୍ରକାର ଲାଭ ପାଇନାହାନ୍ତି। HotShots ର ସଠିକ୍ କଣ୍ଟେଣ୍ଟ ବିଷୟରେ ସେ ଜାଣିନାହାନ୍ତି ବୋଲି କହିଛନ୍ତି। ତାଙ୍କର ସେହି ଆପ୍‌ ସହିତ କୌଣସି ସମ୍ପର୍କ ନାହିଁ।

ସ୍ବାମୀଙ୍କୁ ପକ୍ଷ ନେଇ ଶିଳ୍ପା କହିଛନ୍ତି, ଅନ୍ୟ ଓଟିଟି ପ୍ଲାଟଫର୍ମର କଣ୍ଟେଣ୍ଟ ଓ​‌ ଓ୍ବେବ ସିରିଜରେ ଅଧିକ ପର୍ଣ୍ଣ ରହିଛି। ଶିଳ୍ପାଙ୍କ ଏହି ବୟାନ ପରେ ଏବେ କ୍ରାଇମବ୍ରାଞ୍ଚ ଟିମ୍ ଭେରିଫାଏ କରିବ ଓ ମାମଲାର ଯାଞ୍ଚ କରିବ। ମୁମ୍ବାଇ କ୍ରାଇମବ୍ରାଞ୍ଚର କହିବା ଅନୁସାରେ, ରାଜ କୁନ୍ଦ୍ରା ବର୍ତ୍ତମାନ ପୋଲିସ କଷ୍ଟଡିରେ ଅଛନ୍ତି। ରାଜଙ୍କ ଓକିଲ ତାଙ୍କର ଗିରଫକୁ କୋର୍ଟରେ ବିରୋଧ କରିଥିଲେ। ଏବେ ଦେଖିବାର ଅଛି ଏହି ମାମଲା ଆଗକୁ ଆହୁରି କିଭଳି ମୋଡ ନେବ।

ସମ୍ବନ୍ଧିତ ଖବର