PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ରାଜ କୁନ୍ଦ୍ରାଙ୍କ ଗିରଫକୁ ନେଇ ଶିଳ୍ପା ସେଟ୍ଟୀଙ୍କ ଲମ୍ବା ଚଉଡା ପୋଷ୍ଟ, କହିଲେ- ମୁଁ ଜଣେ ମା’, କେବଳ ପିଲାଙ୍କ ପାଇଁ…

https://www.aajtak.in

ମୁମ୍ବାଇ,୨।୮: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଆଜିକାଲି ଖରାପ ସମୟ ଦେଇ ଗତି କରୁଛନ୍ତି। ଶିଳ୍ପାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଅଶ୍ଲୀଳ ଭିଡିଓ ମାମଲାରେ ଏବେ ଜେଲ୍‌ରେ ଅଛନ୍ତି। ଏଭଳି ସ୍ଥିତିରେ ଶିଳ୍ପାଙ୍କ ଉପରେ ଅଭିଯୋଗ ରହିଛି ଯେ ତାଙ୍କୁ ନେଇ ବହୁ ଗୁଜବ ମଧ୍ୟ ରହିଛି। ଏବେ ଶିଳ୍ପା ଏହି ସବୁ କଥା ସହିତ ନିଜର ଟ୍ରୋଲିଂକୁ ନେଇ ବୟାନ ଜାରି କରିଛନ୍ତି। ସେଥି​‌ରେ ସେ ସମସ୍ତଙ୍କୁ ସନ୍ଦେହ ରହିଛନ୍ତି, ଏବେ ସେ ଚୁପ୍ ଅଛନ୍ତି ଓ ଆଗକୁ ଚୁପ୍ ରହିବ ଓ  ସମୟ ସହିତ ସମସ୍ତଙ୍କ ସାମନାରେ ସତ କ’ଣ ତାହା ନିଜକୁ ନିଜେ ପଳାଇ ଆସିବ।

ଟ୍ବିଟରରେ ଶିଳ୍ପା ଏକ ଲମ୍ବା ନୋଟ୍ ଲେଖିଛନ୍ତି, ସେ କହିଛନ୍ତି ଗତ କିଛି ଦିନ ହେବ ସମୟ ଖୁବ୍ କଷ୍ଟକର ଥିଲା। ବହୁ ଗୁଜବ ଅଭିଯୋଗ ଆମ ଉପରେ ରହିଛି। ମିଡିଆ ଓ ମୋର ଶୁଭଚିନ୍ତକ ମୋ’ ବିଷୟରେ ଅନେକ କଥା କହିଛନ୍ତି। କେବଳ ମୋତେ ନୁହେଁ ମୋର ପରିବାରକୁ ମଧ୍ୟ ଟ୍ରୋଲ କରାଯାଉଛି ଓ ଆମ ଉପରେ ପ୍ରଶ୍ନ ଉଠାଯାଉଛି। ମୁଁ ଏପର୍ଯ୍ୟନ୍ତ କାହାକୁ କିଛି କହିନି ଓ ଏହି ମାମଲାରେ ଆଗକୁ ଚୁପ୍ ହୋଇ ରହିବି। ମୋ ନାଁ​ରେ ମିଛ କଥା କୁହନ୍ତୁ ନାହିଁ।’

ଜଣେ ସେଲିବ୍ରିଟି ଭାବରେ ମୋର ଫିଲୋସଫି ରହିଛି ‘କେବେ ଅଭିଯୋଗ କରନ୍ତୁ ନାହିଁ ଓ କେବେ ସଫେଇ ଦିଅନ୍ତୁ ନାହିଁ। ମୁଁ ବାସ୍ ଏତିକି କହିବି ଏବେ ତଦନ୍ତ ଚାଲିଛି। ମୋତେ ମୁମ୍ବାଇ ପୋଲିସ ଓ ଭାରତର ନ୍ୟାୟାଳୟ ଉପରେ ଭରସା ରହିଛି।  ଗୋଟିଏ ପରିବାର ଭାବରେ ଆମେ ଆଇନର ସାହାଯ୍ୟ ନେଉଛୁ। କିନ୍ତୁ ସେ ପର୍ଯ୍ୟନ୍ତ ଆପଣଙ୍କୁ ନିବେଦନ କରୁଛି, ବିଶେଷକରି ଜଣେ ମା’ ଭାବରେ ଆମର ସନ୍ତାନ ପାଇଁ ପରିବାରର ପ୍ରାଇଭେସୀର ସମ୍ମାନ କରନ୍ତୁ। ନିଜ ବୟାନର ଶେଷରେ ଶିଳ୍ପା କହିଛନ୍ତି, ମୁଁ ଆଇନ ପାଳନ କରୁଥିବା ଭାରତୀୟ ଓ ଗତ ୨୯ ବର୍ଷ ଧରି କାମ କରୁଥିବା ପ୍ରଫେସନାଲ ମହିଳା। ଲୋକମାନେ ମୋ ଉପରେ ବିଶ୍ବାସ କରିଛନ୍ତି ଓ ମୁଁ କେବେ ବି କାହାର ଭରସା ଭାଙ୍ଗିନି। ମୁଁ ବିଶେଷ ଭାବରେ ଆପଣଙ୍କୁ ନିବେଦନ କରୁଛି ମୋର ପରିବାର ଓ ମୋର ପ୍ରାଇଭେସୀର ସମ୍ମାନ କରନ୍ତୁ ଓ ଏହି ସମୟରେ ଆମକୁ ଏକାକୀ ଛାଡି ଦିଅନ୍ତୁ। ଆମକୁ ମିଡିଆ ଟ୍ରାଏଲର ଦରକାର ନାହିଁ। ଦୟାକରି ଆଇନକୁ ନିଜର କାମ କରିବାକୁ ଦିଅନ୍ତୁ। ସତ୍ୟମେବ ଜୟତେ।’

ସମ୍ବନ୍ଧିତ ଖବର