PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପାହାଡ ଭାଙ୍ଗି ପର୍ଯ୍ୟଟଙ୍କର ଗାଡି ଉପରେ ଖସିଲା ପଥର, ୯ ମୃତ

https://hindi.news18.com

କିନ୍ନୋର,୨୫।୭: ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲାରେ ବଟସେରୀ ପାହାଡରୁ ପଥର ଭାଙ୍ଗି ତଳେ ପଡିଛି। ଚଟାଣ ଭାଙ୍ଗିବା କାରଣରୁ ବହୁ ବାହାନ ପ୍ରଭାବିତ ହୋଇଛି। ଏହି ଦୁର୍ଘଟଣାରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଗାଡି ଉପରେ ପଥର ପଡିଯାଇଛି, ଯାହାଫଳରେ ସେଥିରେ ଯାଉତିବା ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସେଭଳି ୩ ଜଣ ଲୋକ ଗୁରୁତର ଭାବରେ ଆହତ ହୋଇଛନ୍ତି। ଆହତଙ୍କୁ ସିଏଚସି ସାଙ୍ଗଲା ରେଫର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, କିନ୍ନର ଜିଲ୍ଲାରେ ବଟସେରୀର ଗୁଁସା ପାଖରେ ଚଟାଣ ପଡିବା କାରଣରୁ ଛିତକୁଳରୁ ସାଙ୍ଗଲା ଆଡକୁ ଯାଉଥିବା ପର୍ଯ୍ୟଟକଙ୍କ ଗାଡି ଭୂସ୍ଖଳନ ଦ୍ବାରା ପ୍ରଭାବିତ ହୋଇଛି।

କୁହାଯାଉଛି ଯେ, ଗାଡିରେ ଯାଉଥିବା ପର୍ଯ୍ୟଟକ ଦିଲ୍ଲୀ ଓ ଚଣ୍ଡୀଗଡରୁ ହିମାଚଳ ପ୍ରଦେଶ ବୁଲିବାକୁ ଆସିଥିଲେ। ଭୂସ୍ଖଳନ ହେବା ପରେ ବାସ୍ପାନଦୀ ଉପରେ  ବ୍ରିଜ୍ ଭାଙ୍ଗି ଯାଇଥିଲା, ଯାହାଫଳରେ ଗାଁର ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଦେଶ ଓ ଦୁନିଆ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ଦୁର୍ଘଟଣାର ସୂଚନା ମିଳିବା ପରେ ପୋଲିସ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଯାଇଥିଲା। କଂଗ୍ରେସ ବିଧାୟକ ଜଗତ ସିଂ ନେଗି କହିଛନ୍ତି, ପାହାଡରୁ ଲଗାତାର ପତର ପଡୁଛି, ଯେଉଁ କାରଣରୁ ରେସକ୍ୟୁ ଅପରେସନରେ ସମସ୍ୟା ଦେଖିବାକୁ ମିଳିଛି। ସେ କହିଛନ୍ତି, ଆହତଙ୍କୁ ହସ୍ପିଟାଲ ଲିଫ୍ଟ କରିବା ପାଇଁ ସରକାରଙ୍କୁ ହେଲିକପ୍ଟର ମଗାଯାଇଥିଲା, ଯାହାଫଳରେ ସେ ଖୁବ୍ ଶୀଘ୍ର ପହଁଞ୍ଚିବାର ଆଶ୍ବାସନା ମିଳିଛି।

ସମ୍ବନ୍ଧିତ ଖବର