ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଜ୍ଞାନବ୍ୟାପୀରୁ ମିଳିଥିବା ଶିବଲିଙ୍ଗ ୧୨ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଗୋଟିଏ, ହିନ୍ଦୁ ପକ୍ଷ ଏହାକୁ ପ୍ରମାଣ କରିବାକୁ ସମର୍ଥ ହେବେ: ବିଶ୍ବ ହିନ୍ଦୁ ପରିଷଦ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ମୁଖ୍ୟ ଆଲୋକ କୁମାର ଶୁକ୍ରବାର ଦିନ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସହମତି ପ୍ରକାଶ କରିଛନ୍ତି । ଏଠାରୁ ଉଦ୍ଧାର ହୋଇଥିବା ଶିବଲିଙ୍ଗ ୧୨ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଗୋଟିଏ ବୋଲି ସେ କହିଛନ୍ତି । ଏଥିସହ ହିନ୍ଦୁ ପକ୍ଷ ଏହାକୁ ପ୍ରମାଣ କରିବାକୁ ସମର୍ଥ ହେବେ ବୋଲି ସେ ଦାବି କରିଛନ୍ତି । ଜିଲ୍ଲା କୋର୍ଟ ଏହା ଉପରେ ଦୃଷ୍ଟି ଦେବେ ବୋଲି କୋର୍ଟ କହିଛନ୍ତି । ଆମେ ସୁପ୍ରିମକୋର୍ଟଙ୍କ ସହ ସହମତ । ଭିଏଚପି ମୁଖ୍ୟ କହିଛନ୍ତି ଯେ ଜ୍ଞାନବ୍ୟାପୀ ମସଜିଦ ଭିତରୁ ମିଳିଥିବା 'ଶିବଲିଙ୍ଗ' ଜ୍ୟୋତିର୍ଲିଙ୍ଗମାନଙ୍କ ମଧ୍ୟରୁ ଗୋଟିଏ ବୋଲି ସେମାନେ ପ୍ରମାଣ କରିବାକୁ ସମର୍ଥ ହେବେ ।

ସେ କହିଛନ୍ତି, "ଆମେ ବିଶ୍ୱାସ କରୁଛୁ ଯେ, ଏହା ଏକ ଶିବଲିଙ୍ଗ ଅଟେ କାରଣ ନନ୍ଦୀ ଏହା ଉପରେ ଦୃଷ୍ଟି ରଖିଛନ୍ତି ଏବଂ ସ୍ଥାନଟି ଏହା ଦର୍ଶାଉଛି ଯେ ଏହା ମୂଳ ଜ୍ୟୋତିର୍ଲିଙ୍ଗ ଅଟେ । ମୋଗଲ ମାନେ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ଆମେ ଏହାକୁ କୋର୍ଟ ଏବଂ ସୁପ୍ରିମକୋର୍ଟରେ ପ୍ରମାଣ କରିବାକୁ ସମର୍ଥ ହେବୁ ।" କୋର୍ଟ ସ୍ଥାନୀୟ କମିଶନରଙ୍କ ରିପୋର୍ଟ ନେବାକୁ ବିଚାରପତିଙ୍କୁ ଅନୁମତି ଦିଆଯାଇଛି ଏବଂ ଆମେ ଏହା ପ୍ରମାଣ କରିବୁ ଯେ ଏହା ହେଉଛି ପ୍ରକୃତ ଜ୍ୟୋତିର୍ଲିଙ୍ଗ । ଭିଏଚପି ନେତା ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ୧୯୯୧ ଅଧିନିୟମ ଲାଗୁ ହେବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.