ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ମମତା ବାନାର୍ଜୀଙ୍କୁ ବଡ ଝଟ୍‌କା ଦେଲା ଶିବସେନା, କହିଲା କଂଗ୍ରେସକୁ ଛାଡି ବିଜେପି ବିରୋଧରେ ତିଆରି ହେଉଥିବା ମୋର୍ଚ୍ଚା ସମ୍ଭବ ନୁହେଁ...

ମୁମ୍ବାଇ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତ୍ରୁଣମୁଳ କଂଗ୍ରେସ (ଟିଏମସି) କୁ ଶିବସେନା ଏକ ବଡ଼ ଝଟକା ଦେଇଛନ୍ତି । ୟୁପିଏ ବିନା ଏକ ପୃଥକ ସାମ୍ମୁଖ୍ୟ ଗଠନ କରିବାକୁ ଶିବସେନା ମନା କରିଦେଇଛି । ସିଏମ ମମତା ବାନାର୍ଜୀ ଚାହୁଁଛନ୍ତି ଯେ ୟୁପିଏ ବ୍ୟତୀତ ଅନ୍ୟ ଆଞ୍ଚଳିକ ଦଳର ଏକ ସାମ୍ମୁଖ୍ୟ ବିଜେପି ବିରୋଧରେ ଗଠନ କରାଯାଉ ।

ଶିବସେନା ମୁଖପାତ୍ରର କାର୍ଯ୍ୟନିର୍ବାହୀ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ କଂଗ୍ରେସ ଦଳ ବିନା କୌଣସି ସାମ୍ମୁଖ୍ୟ ଗଠନ ହୋଇପାରିବ ନାହିଁ । ତୃତୀୟ-ଚତୁର୍ଥ ସାମ୍ମୁଖ୍ୟର କୌଣସି ଲାଭ ନାହିଁ । ଏହା ଦ୍ବାରା ଭୋଟ ବିଭାଜନ ହେବ । ୟୁପିଏକୁ ମଜବୁତ କରିବା ଆବଶ୍ୟକ । ସମସ୍ତେ ଏକାଠି ବସି କଥା ହେବା ଉଚିତ୍ । ୟୁପିଏର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ତାଙ୍କ ନେତୃତ୍ୱକୁ ନେଇ କେହି ପ୍ରଶ୍ନ ଉଠାଇ ନାହାଁନ୍ତି ।

ଏହା ବ୍ୟତୀତ ଶିବସେନା ମୁଖପତ୍ର ‘ସାମନା’ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଟାର୍ଗେଟ କରିଛି । ସାମନାରେ ଏହା ଲେଖାଯାଇଥିଲା ଯେ ମମତାଙ୍କ ରାଜନୀତି କଂଗ୍ରେସ ଭିତ୍ତିକ ନୁହେଁ। ପଶ୍ଚିମବଙ୍ଗରୁ ସେ କଂଗ୍ରେସ, ବାମପନ୍ଥୀ ଏବଂ ବିଜେପିକୁ ସଫା କରିଛନ୍ତି । ଏହା ସତ୍ୟ, ତଥାପି କଂଗ୍ରେସକୁ ଜାତୀୟ ରାଜନୀତିରୁ ଦୂରେଇ ରଖି ରାଜନୀତି କରିବା ବର୍ତ୍ତମାନର 'ଫାସିଷ୍ଟ' ଶାସନର ଧାରାକୁ ଗୁରୁତ୍ୱ ଦେବା ଭଳି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.