PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ସଞ୍ଜୟ ରାଉତଙ୍କ ଠୁମକା ଭିଡ଼ିଓ ଭାଇରାଲ, ଲୋକେ ଏପରି କିଛି ପ୍ରତିକ୍ରିୟା ଦେଲେ…

ନୂଆଦିଲ୍ଲୀ,୨୯/୧୧: ଶିବସେନା ନେତା ସଞ୍ଜୟ ରାଉତ ସବୁବେଳେ ନିଜର ରାଜନୈତିକ ବୟାନ ବାଜିକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ମାତ୍ର ଏବେ ସେ କୌଣସି ବୟାନ ଲାଗି ନୁହେଁ ବରଂ ନିଜର ଠୁମକା ଲାଗି ଚର୍ଚ୍ଚାରେ ଆସିଛନ୍ତି । ଆଉ ଏହି ଭିଡ଼ିଓକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।   

ସଞ୍ଜୟ ଏବେ ଝିଅ ପୂର୍ବଶୀଙ୍କ ବାହାଘର ଲାଗି ବ୍ୟସ୍ତ ଅଛନ୍ତି । ଏଭଳି ପରିସ୍ଥିତିରେ ଏବେ ତାଙ୍କ ଘରେ ବିବାହ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଏହା ମଧ୍ୟରେ ଏକ କାର୍ଯ୍ୟକ୍ରମର ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ସଞ୍ଜୟ ଖୁସିରେ ଝୁମୁଥିବା ନଜର ଆସୁଛନ୍ତି । ଏହି ଭିଡ଼ିଓ ରବିବାର ହୋଇଥିବା ସଙ୍ଗୀତ ସମାରୋହ କାର୍ଯ୍ୟକ୍ରମର । ଏଥିରେ ବିଶେଷ କଥା ଏହା କି ଯେ ରାଉତଙ୍କ ସହ ଏନସିପି ସାଂସଦ ସୁପ୍ରିୟା ସୁଲେ ବି ଡ୍ୟାନ୍ସ କରୁଥିବା ଦେଖାଯାଉଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।  ସେ ସବୁବେଳେ ଗମ୍ଭୀର ନେତା ଭାବେ ଜଣାଶୁଣା। ମାତ୍ର ଏବେ ଏହି ଭିଡ଼ିଓକୁ ଦେଖି କେତେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଉ କେତେକ ଲେଖିଛନ୍ତି କି ଝିଅ ବାହାଘରରେ କିଏ ବା ଖୁସି ନ ହୁଏ ।

ଭିଡ଼ିଓରେ ରାଉତ ଏବଂ ସୁପ୍ରିୟା ସୁଲେ‘ ଲମ୍ବେଗିର୍ନି ଚଲାଇ ଜାନେ ହୋ’ମ୍ୟୁଜିକରେ ଡ୍ୟାନ୍ସ  କରୁଥିବା ନଜର ଆସୁଛନ୍ତି । ଏହାର କିଛି ସମୟ ପରେ ରାଉତଙ୍କ ସ୍ତ୍ରୀ ବର୍ଷା ଏବଂ ସୁପ୍ରିୟାଙ୍କ ସ୍ବାମୀ ବି ତାଙ୍କ ସହ ଆସି ଡ୍ୟାନ୍ସ କରିବାକୁ ଲାଗିଥିଲେ । ଭିଡ଼ିଓରେ ନାଚୁଥିବା ରାଓତଙ୍କ ଚେହେରାରେ ଝିଅ ବାହାଘରର ଖୁସି ସଫା ସଫା ଦେଖାଯାଉଛି । ସୁପ୍ରିୟା ସୁଲେ ନିଜ ଇନଷ୍ଟାଗ୍ରାମ ଜରିଆରେ ପୂର୍ବଶୀଙ୍କୁ ବିବାହ ଶୁଭକାମନା ଦେଇଛନ୍ତି । ସେଥିରେ ସେ ରାଉତଙ୍କ ପରିବାର ସହ ବିବାହ ସମାରୋହର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।

ସମ୍ବନ୍ଧିତ ଖବର