PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ କାହାକୁ ସମର୍ଥନ ଦିଅନ୍ତି ସାନିଆ ମିର୍ଜା, ଜାଣନ୍ତୁ ସ୍ୱାମୀ ଶୋଏବଙ୍କ ପ୍ରଶ୍ନର କ’ଣ ଦେଲେ ଉତ୍ତର…

ନୂଆଦିଲ୍ଲୀ,୨୮।୧୧: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ୍ ମଲିକଙ୍କ ଯୋଡି ସବୁବେଳେ ଚର୍ଚ୍ଚାରେ ରହିଥାଏ। ନିକଟରେ ଯେତେବେଳେ ଟି-୨୦ ବିଶ୍ବକପ୍ ଚାଲିଥିଲା ସାନିଆ ମିର୍ଜାଙ୍କୁ ଲଗାତାର ଷ୍ଟାଡିୟମରେ ନିଜ ସ୍ବାମୀଙ୍କୁ ସର୍ପୋଟ କରୁଥିବାର ଦେଖିବାକୁ ମିଳିଥିଲା। ଏହା ଭିତରେ ଦୁହିଁଙ୍କର ଏକ ମଜାଦାର ଭିଡିଓ ସାମନାକୁ ଆସିଛି, ଯେଉଁଠି ସାନିଆ ମିର୍ଜା ଓ ଶୋଏବ୍ ମଲିକ୍ ଏକ ପାକିସ୍ତାନୀ ଶୋ’ରେ ସାମିଲ ହେବାକୁ ପହଁଞ୍ଚିଥିଲେ। ଶୋ’ର ଆଙ୍କର ସାନିଆ ମିର୍ଜାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ତାହା ହେଲା ଆପଣ ଏଭଳି କେଉଁ ପ୍ରଶ୍ନକୁ ନେଇ ଖପ୍ପା ହୋଇଯାଆନ୍ତି। ଯାହାକୁ ନେଇ ସାନିଆ କହିଛନ୍ତି, ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ସେ କାହାକୁ ସମର୍ଥନ କରନ୍ତି? ଏଭଳି ପ୍ରଶ୍ନ କେହି ପଚାରନ୍ତୁ ନାହିଁ, ଏହା ଖୁବ୍ ବୋରିଂ ପ୍ରଶ୍ନ ହୋଇଗଲାଣି।

ଏହା ଭିତରେ ସାନିଆଙ୍କ ସ୍ବାମୀ ଶୋଏବ୍ ମଲିକ୍ ଏଣ୍ଟ୍ରି ନିଅନ୍ତି । ଏହାପରେ ସେ କୁହନ୍ତି ପ୍ରଶ୍ନ ଏବେ ଶେଷ ହୋଇନି। କୁହ ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ଆପଣ କାହାକୁ ସର୍ପୋଟ କରନ୍ତି। ସାନିଆ ଏହାର ତୁରନ୍ତ ଉତ୍ତର ଦେଇ କହିଥିଲେ ଯେତେବେଳେ ଟେନିସରେ ଭାରତ-ପାକିସ୍ତାନ ମ୍ୟାଚ୍ ହୁଏ ତେବେ ଆପଣ କାହାକୁ ସର୍ପୋଟ କରନ୍ତି? ଏହାର ଉତ୍ତରରେ ଶୋଏବ୍ କହିଥିଲେ, ମୁଁ ମୋର ସ୍ତ୍ରୀକୁ ସପୋର୍ଟ କରେ, କିନ୍ତୁ ନିଜର ଦେଶକୁ ବି ଖୁବ୍ ଭଲ ପାଏ। ଏହା ପରେ ସାନିଆ କୁହନ୍ତି ମୋର ମଧ୍ୟ ସମାନ ଉତ୍ତର, ତେଣୁ ମୋତେ ଏହି ପ୍ରଶ୍ନ ଆଉ ପଚାରନ୍ତୁ ନାହିଁ। ଉଲ୍ଲେଖନୀୟ ଯେ, ସାନିଆ ମିର୍ଜା ଓ ଶୋଏବ୍ ମଲିକ ଏବେ କରାଚୀରେ ଅଛନ୍ତି। ଦୁହେଁ ବହୁ ଟିଭି ଶୋ’ରେ ଭାଗ ନେଇ ସାରିଛନ୍ତି। ଟି-୨୦ ବିଶ୍ବକପ୍ ପରେ ଶୋଏବ୍ ବାଂଲାଦେଶ ସିରିଜ୍ ଖେଳିବାକୁ ପହଁଞ୍ଚିଥିଲେ, କିନ୍ତୁ ପୁଅର ଦେହ ଖରାପ ହେବା କାରଣରୁ ସେ ଦେଶକୁ ଫେରି ଆସିଥିଲେ।