ପ୍ରତିଦିନ ଗୋଟେ ପ୍ୟାକେଟ୍ ସିଗାରେଟ୍ ସେବନ କରୁଥିଲେ ଏହି ବ୍ୟକ୍ତି, ମୃତ୍ୟୁପରେ ଡାକ୍ତର ଦେଖିଲେ ଫୁସଫୁସ୍ ପାଲଟି ଯାଇଥିଲା କୋଇଲା ଭଳି କଳା

ନୂଆଦିଳ୍ଳୀ,୧୯।୧୧: ଧୂମ୍ରପାନ(ସିଗାରେଟ୍) ସେବନ କରିବା ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ ବୋଲି ସମସ୍ତେ ଜାଣିଛୁ। କିନ୍ତୁ ଏହାକୁ ଜାଣିବା ପରେ ମଧ୍ୟ ବହୁ ଲୋକ ଧୁମ୍ରପାନ କରିବାକୁ ପଛାଇ ନଥାନ୍ତି। ସିଗାରେଟ୍ ପିଇବାର କିଭଳି ଖରାପ ପଳ ମିଳିଥାଏ ଏହା ଚୀନରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି  ୩୦ ବର୍ଷ ଧରି ଦିନକୁ ପ୍ରାୟ ୧ ପ୍ୟାକେଟ୍ ସିଗାରେଟ୍ ସେବନ କରୁଥିଲେ। ଯାହାଫଳରେ ତାଙ୍କର ଗୋଲାପୀ ରଙ୍ଗର  ଫୁସଫୁସ ଏବେ କଳା ପଡିଯାଇଛି। ଏହି ବ୍ୟକ୍ତି ଜଣକ ଚିକିତ୍ସା ସମୟରେ ମରିଯାଇଥିଲେ। ତେବେ ଡାକ୍ତରମାନେ ଯେତେବେଳେ ତାଙ୍କ ମୃତ୍ୟୁ ପରେ ଫୁସଫୁସ୍ ବାହାର କରିଦେଇଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବହୁ ଦଶକ ଧରି ସିଗାରେଟ୍ ସେବନ କରିବା କାରଣରୁ ବ୍ୟକ୍ତିଜଣଙ୍କର  ଫୁସଫୁସ୍ କଳା ପଡି ସମ୍ପୂର୍ଣ୍ଣ ଭାବରେ କୋଇଳା ଖଣ୍ଡ ଭଳି କଳା ପଡିଯାଇଥିଲା। ଏହି ବ୍ୟକ୍ତିଜଣକର ଫୁସଫୁସର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଡାକ୍ତରଙ୍କ ଦ୍ବାରା ରେକର୍ଡ କରାଯାଇଥିବା ଭିଡିଓ ସୋସିଆଲ ମିଡିଆରେ ୨୫ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଛି। ଏହାକୁ ହସ୍ପିଟାଲ ପକ୍ଷରୁ କ୍ୟାପସନ୍ ଦିଆଯିବା ସହିତ ଅପଲୋଡ୍ କରାଯାଇଛି। କ୍ୟାପସନରେ ଲେଖା ଯାଇଛି, କ’ଣ ଏହାକୁ ଦେଖିବା ପରେ କେବେ ଧୁମ୍ରପାନ କରିବାର ସାହାସ ରଖିପାରିବେ?

ସୋସିଆଲ ମିଡିଆ ୟୁଜର୍ସ କଳା ପଡିଯାଇଥିବା ଏହି ଫୁସଫୁସର ବାସ୍ତବିକ ଭିଡିଓ ଦେଖିବାପରେ ଏହାକୁ ’ସବୁଠାରୁ ଭଲ ଧୂମ୍ରପାନ ବିରୋଧୀ ବିଜ୍ଞାପନ’ ବୋଲି ଘୋଷଣା କରିଛନ୍ତି। ଉଲ୍ଲେଖନୀୟ ଯେ, ଚୀନର ଜିଆଙ୍ଗସୁର ବୁଶି ପିପୁଲସ୍ ହସ୍ପିଟାଲର ଡାକ୍ତର ୫୨ ବର୍ଷୀୟ ବ୍ୟକ୍ତିଙ୍କର ଫୁସଫୁସକୁ ବହୁ ରୋଗ ହେବା କାରଣରୁ ତାଙ୍କର ମୃତ୍ୟୁ ପରେ ଅଙ୍ଗକୁ ବାହାର କରିଥିଲେ। କାରଣ ରୋଗୀ ଜଣକ ନିଜର ମୃତ୍ୟୁ ପରେ ଅଙ୍ଗଦାନ କରିବାକୁ ସହମତି ପ୍ରକାଶ କରିଥିଲେ, କିନ୍ତୁ ଡାକ୍ତର ତାଙ୍କ ଫୁସଫୁସର ଏଭଳି ସ୍ଥିତି ଦେଖି ଚକିତ ହୋଇଯାଇଥିଲେ। ଡାକ୍ତରଙ୍କ କହିବା ଅନୁସାରେ, ରୋଗୀ ଜରକ ନିଜର ମୃତ୍ୟୁ ପୂର୍ବରୁ ସିଟି ସ୍କାନ କରିନଥିଲା। ତାଙ୍କୁ ବ୍ରେନ ଡେଡ୍ ବୋଲି ଘୋଷିତ କରାଯାଇଥିଲା ଓ କିଛି ସମୟ ପ​ରେ ତାଙ୍କର ଫୁଶଫୁଶ ଦାନ କରିବା ନେଇ କୁହାଯାଇଥିଲା।  

   ସମ୍ବନ୍ଧିତ ଖବର


କଂଗ୍ରେସ ଓ ପାକିସ୍ତାନୀ ନେତାଙ୍କ ବୟାନ ଭିନ୍ନ ନୁହେଁ: ଅମିତ ଶାହ

ଏବେ ବୃଦ୍ଧ ପିତାମାତାଙ୍କୁ ଅତ୍ୟାଚାର କଲେ ୬ ମାସ ଜେଲ, ଲୋକସଭାରେ ବିଲ୍ ଉପସ୍ଥାପିତ

ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସାନା ମରିନଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ୧୨ ମହିଳା

ଉତ୍ତରପୂର୍ବ ଅଶାନ୍ତ: ସ୍ଥିତି ନିୟନ୍ତ୍ରଣ ପାଇଁ ଇଣ୍ଟରନେଟ୍ ବନ୍ଦ, ଗଲେ ୫ହଜାର ସୁରକ୍ଷାକର୍ମୀ