PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଧନୀ ବାପାର ଅସଭ୍ୟ ପୁଅ; ବିମାନ ଭିତରେ ମହିଳା ଆଟେଣ୍ଡାଣ୍ଟ୍‌ଙ୍କ ସହ କଲେ ଏମିତି କାମ, ବାଧ୍ୟହୋଇ ସିଟ୍‌ରେ ବାନ୍ଧି ରଖିଲେ କ୍ରୁ ମେମ୍ବର…

ନୂଆଦିଲ୍ଲୀ: ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଆପଣ ଦେଖିପାରିବେ ଯେ ବିମାନରେ ଜଣେ ଯୁବକଙ୍କୁ ଟେପ୍ ସାହାଯ୍ୟରେ ଚେୟାରରେ ବାନ୍ଧି ରଖାଯାଇଛି । ଏହି ଯୁବକ ମାନସିକ ସ୍ତରରେ ଭିନ୍ନକ୍ଷମ ନୁହଁନ୍ତି, କିନ୍ତୁ ସେ ନିଶ୍ଚିତ ଭାବରେ ପାଗଳ ହୋଇଯାଇଥିଲେ । ସେ ଜଣେ ଧନୀ ପିତାଙ୍କ ପୁଅ ବୋଲି କୁହାଯାଏ । ସେ ବିମାନରେ ଥିବା ଲେଡି ଆଟେଣ୍ଡାଣ୍ଟଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରିଥିଲେ । ସେ ସେମାନଙ୍କୁ ଛୁଇଁବାକୁ ଚେଷ୍ଟା କଲେ ଏବଂ ପରେ ସେମାନଙ୍କୁ ପାଟି କରିବାକୁ ଲାଗିଲେ ।

ଏହି ମାମଲା ଆମେରିକାର ଫ୍ରଣ୍ଟିଅର୍ ଏୟାରଲାଇନ୍ସର ବୋଲି କୁହାଯାଉଛି । ଏହି ଯୁବକ କେବଳ ଲେଡି ଆଟେଣ୍ଡାଣ୍ଟଙ୍କ ସହ ଅସଦାଚରଣ କରିନଥିଲେ, ବାନ୍ଧି ହେବାପରେ ଅନ୍ୟ କ୍ରୁ ସଦସ୍ୟଙ୍କ ସହ ଝଗଡା ମଧ୍ୟ କରିଥିଲେ । ଯେତେବେଳେ ସେ ରାଜି ହୋଇନଥିଲେ, କ୍ରୁ ମାନେ ତାଙ୍କୁ ଟେପ୍‌ରେ ଚେୟାରରେ ବାନ୍ଧି ରଖିଥିଲେ । କୁହାଯାଉଛି ଯେ ତାଙ୍କ ପିତାଙ୍କ ସମ୍ପତ୍ତି ୨ ମିଲିୟନ୍ ଡଲାର ଅଟେ । ଯୁବକଙ୍କ ନାମ ମ୍ୟାକ୍ସୱେଲ ୱିଲକିନ୍ସନ୍ ବରୀ ବୋଲି କୁହାଯାଉଛି । ପୋଲିସ ଏ ବାବଦରେ ଏଫ୍ଆଇଆର୍ ପଞ୍ଜିକରଣ କରିଛି ।

ସୂଚନାନୁସାରେ, ଯୁବକ ମଦ୍ୟପାନ କରୁଥିଲେ । ଯେତେବେଳେ ବିମାନ କର୍ମଚାରୀ ତାଙ୍କ ପାଖକୁ ଆସିଲେ, ସେ ଅଶ୍ଳୀଳ କାର୍ଯ୍ୟ କରିବା ଆରମ୍ଭ କଲେ । ସେ ତାଙ୍କ ସାର୍ଟ କାଢି ବିମାନ ଭିତରେ ଏଠାକୁ ସେଠା ବୁଲିବା ଆରମ୍ଭ କଲେ । ଏଥିରେ ବିବ୍ରତ ହୋଇ ବିମାନ କର୍ମୀ ମାନେ ମିଆମିରେ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କୁ ବାନ୍ଧିବାକୁ ପଡିଲା । ପରେ ତାଙ୍କୁ ପୋଲିସ ହସ୍ତାନ୍ତର କରାଯାଇଥିଲା ।

ସମ୍ବନ୍ଧିତ ଖବର