ବିଜେପି ମୁଖ୍ୟାଳୟରେ ଜିଭିଏଲ ନରସିଂହା ରାଓଙ୍କ ଉପରକୁ ଯୋତା ମାଡ଼

ନୂଆଦିଲ୍ଲୀ,୧୮।୪:ବିଜେପି ମୁଖ୍ୟାଳୟରେ ଦଳର ମୁଖପାତ୍ର ଓ ରାଜ୍ୟସଭା ସଦସ୍ୟ ଜିଭିଏଲ ନରସିଂହା ରାଓଙ୍କ ଉପରେ ଯୋତା ମାଡ ହୋଇଛି। ଭୋପାଳ ଆସନରେ ସ୍ବାଧୀ ପ୍ରଜ୍ଞା ସିଂହଙ୍କୁ ପ୍ରାର୍ଥୀ କରିବା ନେଇ ଜେଭିଏଲ ଏକ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ସେତେବେଳେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଯୋତା ଫୋପାଡିଥିଲେ।ତେବେ ଏହି ଯୋତାଟି ନରସିଂହାଙ୍କ ଦେହରେ ମାଡ ହୋଇନଥିଲା। ଏହି ଘଟଣା ପରେ ଜିଭିଏଲ ସାମ୍ବାଦିକ ସମ୍ମିଳନୀକୁ ବନ୍ଦ ନକରି ଏହାକୁ ଜାରି ରଖିଥିଲେ। ଏହା ସହ କହିଥିଲେ ମୁଁ କଂଗ୍ରେସ ଦ୍ବାରା ପ୍ରଭାବିତ ଏହି ବ୍ୟକ୍ତିର ପଦକ୍ଷେପକୁ ନିନ୍ଦା କରୁଛି।

ଘଟଣା ପରେ ଳୋକମାନେ ଯୋତା ଫୋପାଡିଥିବା ବ୍ୟକ୍ତିକୁ କାବୁ କରିନେଇଥିଲେ ଓ ପୋଲିସ ତାଙ୍କୁ ଗିରଫ କରିଛି। ଯୋତା ଫୋପାଡିଥିବା ବ୍ୟକ୍ତିଜଣଙ୍କର ନାମ ଶକ୍ତି ଭାର୍ଗବ ବୋଲି ଜଣାପଡିଛି। ତାଙ୍କର ଭିଜିଟିଂ କାର୍ଡରୁ ଜଣାପଡିଛି, ସେ ପେଶାରେ ଜଣେ ଡାକ୍ତର।ବ୍ୟକ୍ତି ଜଣକ କହିଛନ୍ତି ସେ ଭୋପାଳ ମାଲେଗାଁଓ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧବୀ ପ୍ରଜ୍ଞାଙ୍କୁ ଟିକେଟ ଦିଆଯିବା ନେଇ ଅସନ୍ତୁଷ୍ଟ ଅଛନ୍ତି।

source: https://aajtak.intoday.in

ଯୋତା ଫୋପାଡିଥିବା ବ୍ୟକ୍ତି ଜଣକ ନିଜକୁ ସୋସିଆଲ ମିଡିଆରେ ହ୍ବିସିଲ ବ୍ଲୋୟର ବୋଲି କହିଛନ୍ତି। ସେ ଭ୍ରଷ୍ଟାଚାର ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପକୁ ନେଇ ଅସନ୍ତୁଷ୍ଟ ଥିବା ନେଇ ବହୁବାର ଟ୍ବିଟ୍ ମଦ୍ୟ କରିଛନ୍ତି। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ୨୦୦୯ରେ କଂଗ୍ରେସ ନେତା ଓ ତତ୍କାଳୀନ ଗୃହମନ୍ତ୍ରୀ ପି.ଚିଦାମ୍ବରମଙ୍କ ଉପରେ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ଯୋତା ମାଡ କରାଯାଇଥିଲା। ଘଟଣା ପରେ କଂଗ୍ରେସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା, ଯୋତା ଫୋପାଡି ଥିବା ବ୍ୟକ୍ତି ଜଣକ ସାମ୍ବାଦିକ ଥିଲେ।

ଯଦି ଭାରତରେ କୌଣସି ନେତାଙ୍କ ଉପରେ ଯୋତା ମାଡ କରିବାର ଘଟଣା ଦେଖିବା ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ଏହା ଅଧିକ ଥର ହୋଇସାରିଛି। କେଜ୍ରିଓ୍ବାଲଙ୍କ ଉପରେ ଅନେକ ସଭା ଓ ରୋଡ ଶୋ’ରେ ଜୋତା ମାଡ ହୋଇସାରିଛି। ଜୋତାମାଡ ବ୍ୟତୀତ କେଜ୍ରିଓ୍ବାଲଙ୍କ ଉପରେ ସ୍ୟାହି ଓ ଲଙ୍କା ଗୁଣ୍ଡରେ ମଧ୍ୟ ଆକ୍ରମଣ ହୋଇସାରିଛି। ୨୦୧୩ରେ କେଜ୍ରିଓ୍ବାଲଙ୍କ ଉପରେ ଜଣେ ବ୍ୟକ୍ତି ସ୍ୟାହି ଫୋପାଡିଥିଲେ। ଆକ୍ରମଣକାରୀ ଜଣକ ନିଜକୁ ଆନ୍ନା ହଜାରେଙ୍କ ସମର୍ଥକ ବୋଲି କହିଥିଲେ। ଗତ ଲୋକସଭା ନିର୍ବାଚନ ବେଳେ କେଜ୍ରିଓ୍ବାଲଙ୍କ ଉପରେ  କିଛି ଅଜଣା ବ୍ୟକ୍ତି ସ୍ୟାହି ଏବଂ ଅଣ୍ଡା ମାଡ କରିଥିଲେ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ