ଜୋତା, ଚପଲ ବି ବିଗାଡ଼ିପାରେ ଭାଗ୍ୟର ଖେଳ, ଜାଣନ୍ତୁ କେମିତି…

କୁହାଯାଏ ଯେ, ବ୍ୟକ୍ତିର ପରିଚୟ ତାର କପଡ଼ା ଏବଂ ଜୋତାରୁ ଜଣାପଡ଼େ। କିନ୍ତୁ ଜଣେ ଯେତେବେ ବି ଭଲ କପଡ଼ା ପିନ୍ଧୁ, ଯଦି ଜୋତା ଠିକ୍ ନାହିଁ ତାହେଲେ ବ୍ୟକ୍ତିକୁ ମହତ୍ତ୍ବ ଦିଆଯାଏ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ ମାନବ ଜୀବନର ପ୍ରତ୍ୟେକ ଜିନିଷ ଉପରେ କୌଣସି ନା କୌଣସି ଗ୍ରହର ସମ୍ବନ୍ଧ ରଖିଥାଏ। କାଳ ପୁରୁଷ ସିଦ୍ଧାନ୍ତଙ୍କ ଅନୁଯାୟୀ, କିଛି ଜୋତା ଦୁର୍ଭାଗ୍ୟର ସଙ୍କେତ ଅଟେ । ସେଗୁଡିକ ପିନ୍ଧିବା ଦ୍ବାରା ଆର୍ଥିକ ଏବଂ କର୍ମକ୍ଷେତ୍ର ସହିତ ଜଡିତ ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ସୃଷ୍ଟି କରେ । ଏହିପରି ଜୋତାର ଦୋଷ କାରଣ ଯୋଗୁ ଅନେକ ଜିନିଷ କାମ ବିଗିଡ଼ି ଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାଣନ୍ତୁ ଜୋତାର ଗଣିତ।
୧. କେବେ ବି ଉପହାରରେ ମିଳିତିବା ଜୋତା ପିନ୍ଧିବା ଉଚିତ ନୁହେଁ। ଏହାକୁ ଶନି ଦେବ କାର୍ଯ୍ୟରେ ବାଧା ପକାନ୍ତି। ଜୋତା ନାହିଁ କାହାଠାରୁ ଉପହାର ନିଅନ୍ତୁ ନାହା କାହାରିକୁ ଦିଅନ୍ତୁ।
୨. ଚୋରାଇ ଆଣିଥିବା ଜୋତା କେବେ ବି ପିନ୍ଧନ୍ତୁ ନାହିଁ। ଅନେକ ଥର ମନ୍ଦିର ଏବଂ କୀର୍ତ୍ତନ ଆଦି ସ୍ଥାନରେ ଜୋତା ଅଥବା ଚପଲ ଚୋରି ହୋଇଯାଏ। ଚୋରି କରୁଥିବା ଲୋକ ଧ୍ୟାନରେ ରଖନ୍ତୁ କି, ଚୋରି ଜୋତା ଚପଲ ପିନ୍ଧିବା ଦ୍ବାରା ସେ ନିଜ ସ୍ବାସ୍ଥ୍ୟ ଏବଂ ଧନର ବିନାଶ କରୁଛି।
୩. ଫଟୋ ଜୋତା ପିନ୍ଧି ଚାକିରୀ ଖୋଜିବା ଅଥବା ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଯାଆନ୍ତୁ ନାହିଁ। ଅସଫଳତା ମିଳିବ।
୪. ଅଫିସ କିମ୍ବା କାର୍ଯ୍ୟ କ୍ଷେତ୍ରରେ ମାଟିଆ ରଙ୍ଗର (ହଳଦିଆ ମିଶା) ଜୋତା ପିନ୍ଧି ଯିବା ଦ୍ବାରା ବ୍ୟକ୍ତିକୁ କାର୍ଯ୍ୟ କ୍ଷେତ୍ରରେ ସବୁବେଳେ ବାଧା ଉତ୍ପନ୍ନ ହୋଇପାରେ।
୫. ଚିକିତ୍ସା ସମ୍ବନ୍ଧିତ ବ୍ୟକ୍ତିଙ୍କୁ କେବେ ବି ଧଳା ଜୋତା ପିନ୍ଧିବା ଉଚିତ୍ ନୁହେଁ।
୬. ଜଳ ସମ୍ବନ୍ଧିତ କିମ୍ବା ଆୟୁବେର୍ଦିକ କାର୍ଯ୍ୟ ସହ ଜଡ଼ିତ ଲୋକଙ୍କୁ ନୀଳ ରଭ୍ଗର ଜୋତା ପିନ୍ଧିବା ଉଚିତ୍ ନୁହେଁ।
୭. ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ଜୋତା-ଚପଲ ଶନି ରାହୁଙ୍କର କାରକ। ଯେବେ ବି ଆମେ ନିଜ ବେଡରୁମ୍ରେ ଜୋତା ରଖନ୍ତି, ସେବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ମାନ ଧିରେ ଧିରେ କମ୍ ହେବାରେ ଲାଗିଥାଏ।
୮. ଯେଉଁମାନେ ବାହାରୁ ଆସି ନିଜ ଚପଲ, ଜୋତା, ମଉଜା ଲପଟ ସେପଟ ଫୋପାଡି ଦିଅନ୍ତି, ସେମାନଙ୍କୁ ଶତ୍ରୁକୁ ବହୁତ ହଇରାଣ କରନ୍ତି । କାର୍ଯ୍ୟରେ ବାଧାପ୍ରାପ୍ତ ଆସିଥାଏ। ସେମାନଙ୍କର କାର୍ଯ୍ୟ ଯୋଜନା ସଠିକ୍ ଭାବରେ ସମାପ୍ତ ହୋଇନଥାଏ।
୯. ଜୋତା ପିନ୍ଧି ଭୋଜନ କରିବା ଦ୍ବାରା ଶରୀରରେ ଧୀରେ ଧୀରେ ନକାରାତ୍ମକତାକୁ ଆସିଥାଏ ଏବଂ ଶରୀରର ପବିତ୍ରତା ଭଙ୍ଗ ହୋଇଥାଏ।
୧୦. ଘରେ ଜୋତା ପାଇଁ ଅଲଗା ସ୍ଥାନରେ ରଖନ୍ତୁ । କଦାପି ଚପଲ ପିନ୍ଧି ମନ୍ଦିର କିମ୍ବା ରୋଷେଇ ଘରକୁ ଯାଆନ୍ତୁ ନାହିଁ।