ଚର୍ଚ୍ଚାରେ ଶୋଲେର ‘ଶାମ୍ବା’, ସାମାଜିକ ଦୂରତା ରକ୍ଷା ନେଇ ଭାଇରାଲ ହେଉଛି ଫଟୋ

ପୁରୀ,୭ ।୪(ବ୍ୟୁରୋ): ପୁରୀ ଜିଲ୍ଲା ପ୍ରଶାସନ ସାମାଜକି ଦୂରତା ରକ୍ଷାକୁ ଅଧକି ଗୁରୁତ୍ୱ ଦେଇଛି ମାର୍ଚ୍ଚ ୨୨ରୁ ଏହି ଦୂରତା ଏକ ମିଟର ରହିବ ବୋଲି ପ୍ରଶାସନ ଘୋଷଣା କରିଥିଲା । ସୋମବାରଠାରୁ ଏହି ଦୂରତ୍ୱ ଦୁଇ ମିଟର ବା ସାଢ଼େ ୬ଫୁଟକୁ ବୃଦ୍ଧି କରିଛି ପ୍ରଶାସନ । ବିଶେଷ କରି ପନପିରବିା ବଜାର ବନ୍ଦ ହେବା ପରେ ସାହିବସ୍ତିର ନିକଟସ୍ଥ ପରିବା ଦୋକାନରୁ ପରିବା କିଣିବାକୁ ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି । ଏଣିକି ଚାଲିଚାଲି ହେଉ କିମ୍ବା ସାଇକଲରେ ସାହିବସ୍ତିର ପରିବା ଦୋକାନକୁ ଯିବାକୁ ମଧ୍ୟ ପଶ୍ରାସନ ପରାମର୍ଶ ଦେଇଛି ।

ଏହାକୁ ଉଲ୍ଲଙ୍ଘନ କରି ମୋଟର ସାଇକଲ ନେଇ ବାହାରକୁ ବାହାରିଲେ ଥାନାରେ ମାମଲା ସହ ମୋଟର ସାଇକଲ ଜବତ ହେଉଛି । ଏହି ସାମାଜିକ ଦୂରତା କଟକଣା ଏବଂ ଘରୁ ନ ବାହାରିବା କଟକଣାକୁ କେନ୍ଦ୍ର କରି ସୁପରହିଟ୍‌ ହିନ୍ଦୀ ଚଳଚ୍ଚିତ୍ର ‘ଶୋଲେ’ର ଚର୍ଚ୍ଚିତ ଚରିତ୍ର ‘ଶାମ୍ବା’ (ଅଭିନେତା ମ୍ୟାକ୍‌ ମୋହନଙ୍କ ଫଟୋ) ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କୁ ମନେ ପକାଇ ଲୋକେ କହୁଛନ୍ତି ଚଳଚ୍ଚିତ୍ରର ଖଳ ନାୟକ ଗକ୍ରର ସିଂର ପ୍ରିୟ ସହଯୋଗୀ ଡାକୁ ‘ଶାମ୍ବା’ ଡକାୟତଙ୍କ ଗୋଷ୍ଠୀର ଶିବିର ଭିତରେ ନ ରହି ଏକ ପାହାଡ଼ ଉପରେ ବସି ରହିଥିଲା । ଡାକୁ ସର୍ଦ୍ଦାରଙ୍କ କଥା ମାନି ସେ ପଥର ଚଟାଣ ଉପରେ ବସି ଉପରୁ ଦଳୀୟ ସହଯୋଗୀ ଏବଂ ବାହାର ଆଗନ୍ତୁକଙ୍କ ଗତିବିଧିକୁ ନିରୀକ୍ଷଣ କରୁଥିଲା । ଏହାକୁ ବର୍ତ୍ତମାନର ଜାରି କରୋନା ସଂକ୍ରମଣ କଟକଣାର ସାମାଜିକ ଦୂରତା ରକ୍ଷା ସହ ଭାଇରାଲ ହେଉଥିବା ଶାମ୍ବାଙ୍କ ଫଟୋକୁ ତୁଳନା କରି ଟିପ୍ପଣୀମାନ ଦେଉଛନ୍ତି । କରୋନାର ପ୍ରତିକାର ପାଇଁ ‘ଶାମ୍ବା’ ଭଳି ସାମାଜିକ ଦୂରତା ରକ୍ଷା କରିବାକୁ ସୋସିଆଲ ମିଡିଆରେ ପୋଷ୍ଟଗୁଡିକରୁ ବାର୍ତ୍ତା ପ୍ରସାର କରାଯାଉଛି ।

   ସମ୍ବନ୍ଧିତ ଖବର


ଅବଢ଼ା ଟିକେ ପାଇବାକୁ ମନ… କେବେ ବାହାରିବ ଅନନ୍ତବାସୁଦେବଙ୍କ ପ୍ରସାଦ

ରାଜଧାନୀରେ ଶସ୍ତା ହେବ ମଦ, ଲାଗିବନି ୭୦ ପ୍ରତିଶତ କରୋନା ଟ୍ୟାକ୍ସ

ବିଦେଶ ଫେରନ୍ତା ଫୋନ୍‌ ନଉଠାଇଲେ କାର୍ଯ୍ୟାନୁଷ୍ଠାନ

କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

ଏ ବର୍ଷ ବନ୍ଦ ହେବନି କୌଣସି ସ୍କୁଲ, ସୋମବାରଠୁ ସବୁ ସ୍କୁଲରେ ଆରମ୍ଭ ହେବ ନାମଲେଖା

୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର