PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ସୁଟର ବର୍ତ୍ତିକା ସିଂହ ଅମିତ ଶାହଙ୍କୁ ରକ୍ତରେ ଲେଖିଲେ ଚିଠି, ‘ମୁଁ ନିର୍ଭୟା ଦୋଷୀଙ୍କୁ ଦେବି ଫାଶୀ’

ନୁଆଦିଲ୍ଲୀ ୧୫/୧୨: ନିକଟରେ ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ହେବାପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିଲା । ଖାସ୍ କରି ମହିଳାମାନେ ଖୁସି ମନାଇଥିଲେ । କିନ୍ତୁ ଏହା ତ କେବଳ ଗୋଟିଏ ଏନକାଉଣ୍ଟର କଥା । ଦେଶରେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ମିଳିବାରେ ବିଳମ୍ବ ହେବାରୁ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଯଦିଓ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ କଥା କଥା ଚାଲିଛି ଅନ୍ୟପଟେ ମହିଳା ଖେଳାଳୀ ବର୍ତ୍ତିକା ସିଂହ ନିଜେ ଏହି ଦଣ୍ଡ ଦେବା ପାଇଁ ଅନୁମତି ମାଗିଛନ୍ତି । ସେ ଏଥିପାଇଁ ଦେଶର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରକ୍ତରେ ଚିଠି ମଧ୍ଯ ଲେଖିଛନ୍ତି ।

ବର୍ତ୍ତିକା ସିଂହ ଜଣେ ଶୁଟର ଏବଂ ସେ ଅନ୍ତର୍ଜାତୀୟ ସ୍ତରରେ ଦେଶର ନାଁ ଉଜ୍ଜଳ କରିସାରିଛନ୍ତି । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରକ୍ତରେ ଏକ ଚିଠି ଲେଖିଛନ୍ତି । ବର୍ତ୍ତିକା ପତ୍ରରେ ଦୋଷୀଙ୍କୁ ମହିଳାଙ୍କ ଦ୍ୱାରା ଫାଶୀ ଦେବା ପାଇଁ ଅନୁମତି ମାଗିଛନ୍ତି ।

ଶୁଟର ବର୍ତ୍ତିକା ସିଂହ ପତ୍ରରେ ଲେଖିଛନ୍ତି, ‘ ମୁଁ ନିର୍ଭୟା ମାଲାରେ ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ଚାହୁଁଛି । ଏହା ସାରା ଦେଶକୁ ଏକ ବାର୍ତ୍ତା ହେବ ଯେ ମହିଳାମାନେ ମଧ୍ୟ ଫାଶୀ ଦେଇପାରିବେ । ମୁଁ ଚାହୁଁଛି କି ମହିଳା କଳାକାର ଓ ସାଂସଦ ମୋତେ ସମର୍ଥନ କରନ୍ତୁ । ମୁଁ ଆଶା କରୁଛି ଏଥିରେ ସମାଜରେ ପରିବର୍ତ୍ତନ ଆସିବ । ‘

ଆଜିଠୁ ୭ ବର୍ଷ ତଳେ ୧୬ ଡିସେମ୍ବର ୨୦୧୨ ରାତିରେ ଏକ ଚଳନ୍ତା ବସରେ ୬ ଜଣ ନିର୍ଭୟାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ଏହାପରେ ସାରା ଦେଶରେ କ୍ରୋଧର ବହ୍ନି ଜଳିଥିଲା । ସରକାର ଦୁଷ୍କର୍ମ ସମ୍ପର୍କିତ ଆଇନକୁ ଅଧିକ ଶକ୍ତ କରିଦେଇଥିଲେ । ଦୁଷ୍କର୍ମକାରୀଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଥିଲା । ତାକୁ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା ଏବଂ ପରେ ମୁକ୍ତ କରିଦିଆଯାଇଥିଲା । ଜଣେ ଦୋଷୀ ଜେଲରେ ଆତ୍ମହତ୍ୟା କରିଦେଇଥିଲା । ଏବେ ୪ ଜଣ ଦୋଷୀ ତିହାର ଜେଲରେ ଅଛନ୍ତି ।