‘ରାଜୀବ ଗାନ୍ଧି ଖେଳରତ୍ନ’ ପୁରସ୍କାର; ବଜରଙ୍ଗ, ଭିନେଶ, ହୀନା, ଅଙ୍କୁରଙ୍କ ନାମ ସୁପାରିସ୍‌

ନୂଆଦିଲ୍ଲୀ, ୨୯ା୪ (ଏଜେନ୍ସି): ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧି ଖେଳରତ୍ନ’ ପୁରସ୍କାର ପାଇଁ ରେସ୍‌ଲର ବଜରଙ୍ଗ ପୁନିଆ, ଭିନେଶ ଫୋଗଟ ଏବଂ ସୁଟର ହୀନା ସିନ୍ଧୁ ଓ ଅଙ୍କୁର ମିତ୍ତଲଙ୍କ ନାମ ସୁପାରିସ କରାଯାଇଛି । ଭାରତୀୟ ରେସଲିଂ ସଂଘ ଓ ଜାତୀୟ ସୁଟିଂ ସଂଘ ଆଜି ‘ଖେଳରତ୍ନ’ ପୁରସ୍କାର ଲାଗି ଏହି ୪ କ୍ରୀଡ଼ାବିତ୍‌ଙ୍କୁ ମନୋନୀତ କରିଛି ।

ବିଶ୍ୱର ଏକନମ୍ବର ରେସ୍‌ଲର ବଜରଙ୍ଗ (୬୫କିଲୋ) ସଦ୍ୟଶେଷ ଏସିଆନ୍‌ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଏବଂ ଭିନେଶ (୫୩କିଲୋ) ବ୍ରୋଞ୍ଜ ପଦକ ଜିତି ଥିଲେ । ୨୦୧୮ରେ ଭିନେଶ ଭାରତର ପ୍ରଥମ ମହିଳା ଭାବେ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ଜିତି ଥିଲେ । ଅନ୍ୟ ପଟରେ ‘ଅର୍ଜୁନ’ ପୁରସ୍କାର ପାଇଁ ରାହୁଲ ଆୱାରେ, ହରପ୍ରୀତ ସିଂହ, ଦିବ୍ୟା କାକରଣ ଓ ପୂଜା ଧାଣ୍ଡା ଏବଂ ‘ଦ୍ରୌଣାଚାର୍ଯ୍ୟ’ ପୁରସ୍କାର ପାଇଁ ବିରେନ୍ଦର କୁମାର, ସୁଜିତ ମାନ, ନରେନ୍ଦ୍ର କୁମାର ଓ ବିକ୍ରମ କୁମାର ଏବଂ ‘ଧ୍ୟାନଚାନ୍ଦ’ ପୁରସ୍କାର ପାଇଁ ଭୀମ ସିଂହ ଓ ଜୟ ପ୍ରକାଶଙ୍କ ନାମ ସୁପାରିସ କରାଯାଇଛି ।

ଜାତୀୟ ସୁଟିଂ ସଂଘ ପକ୍ଷରୁ ‘ଖେଳରତ୍ନ’ ପୁରସ୍କାର ପାଇଁ ହୀନା ଓ ଅଙ୍କୁର ନାମ ସୁପାରିସ କରାଯାଇ ଥିବାବେଳେ ‘ଅର୍ଜୁନ’ ପୁରସ୍କାର ଲାଗି ଅଞ୍ଜୁମ ମୁଦଗିଲ, ଶାହାଜର ରିଜଭି ଏବଂ ଓମ୍‌ ପ୍ରକାଶ ମିଥରଭାଲଙ୍କ ନାମ ସୁପାରିସ କରାଯାଇଛି । ମହିଳା ୧୦ ମିଟର ଏୟାର ପିସ୍ତଲରେ ଅଞ୍ଜୁମ (୨୦୩.୮ପଏଣ୍ଟ)ଙ୍କ ନାମରେ ବିଶ୍ୱ ରେକର୍ଡ଼ ରହିଛି । ସେହିପରି ସେ ଆସନ୍ତା ୨୦୨୦ ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିବାରେ ପ୍ରଥମ ଭାରତୀୟ ସୁଟର ରହିଛନ୍ତି ।

   ସମ୍ବନ୍ଧିତ ଖବର


ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

NZ vs WI: ବର୍ଷା ପାଇଁ ବାତିଲ ହେଲା ତୃତୀୟ ଟି-୨୦, ୨-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’

ବିରାଟଙ୍କ କ୍ୟାପଟେନ୍ସିକୁ ନେଇ ପୁଣି ବର୍ଷିଲେ ଗମ୍ଭୀର, କହିଲେ…

ଟେଷ୍ଟ ଚାମ୍ପିଅନସିପ୍‌ ଟୁର୍ଣ୍ଣାମେଣ୍ଟରେ ଲାଗି ପାରେ ବ୍ରେକ୍; ଆଇସିସି ଅଧ୍ୟକ୍ଷ ଦେଲେ ସଙ୍କେତ, କହିଲେ-ଫାଇଦା…

କ୍ଷମତା ବାହାରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌, ଏମିତି କାହିଁକି କହିଲେ ICCର ନୂତନ ଅଧ୍ୟକ୍ଷ