ନିର୍ବାଚନ ଖବର
  • ଓଡ଼ିଶା ଛୁଇଁଲା ମୌସୁମୀ, ହେଲେ ତାତିରୁ ମିଳିବନି ତ୍ରାହି, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ
  • ||

ଫେକ୍ ଭିଡ଼ିଓ କରି ପୁଲିସ ହାତରେ ଧରା ପଡ଼ିଲେ ଯୁବକ

ନୂଆଦିଲ୍ଲୀ,୧୪/୫ :  ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ଲାଗି ମଣିଷ କେତେ କ’ଣ କରିଦେଉଛି । ସୋସିଆଲ ମିଡ଼ିଆରେ ଲୋକେ ଛାଇଯିବା ଲାଗି ଆଇନ ଉଲ୍ଲଂଘନ କରି ରିଲ୍ସ ବନାଇବାକୁ ବି ପଛାଉନାହାନ୍ତି । କେବେ ଷ୍ଟଣ୍ଟ ତ କେବେ ମଝି ରାସ୍ତାରେ ଡ୍ୟାନ୍ସ ଏବଂ ଅଶ୍ଳୀଳ କାର୍ଯ୍ୟକଳାପ କରିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଥାଏ । ଚଳିତ ଥର ଏକ ଏଭଳି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯାହା ପୋଲିସର ବି ହୋସ ଉଡ଼ାଇ ଦେବ । ପ୍ରକାଶ ଯେ, ଭାଇରାଲ ଭିଡ଼ିଓ‌‌ରେ ଏକ ଯୁବକ ଏକ ଅନ୍ୟ ବ୍ୟକ୍ତିଙ୍କୁ ଅପହରଣ କରି ତାଙ୍କୁ କାରରେ ବସାଇବାକୁ ପ୍ରୟାସ କରୁଥିଲେ, ଯାହାକି ସେଠାରେ ଥିବା ତୃତୀୟ ଯୁବକ ଏହି ସିନକୁ କ୍ୟାମେରାରେ ସୁଟ୍ କରୁଥିଲେ । 

ଏହି ଭିଡ଼ିଓକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ମୋବାଇଲରେ କଏଦ କରି ନେଇଥିଲେ । ଯାହାକୁ ସେ ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ଲେଖିଥିଲେ କି ନୋଏଡ଼ାର ଭିଡ଼ ବଜାର ଭିତରେ ଜନୈକ ଯୁବକଙ୍କୁ ଅପହରଣ କରିନିଆଯାଇଛି । ଏହି ସୂଚନା ମିଳିବା ପରେ ସେକ୍ଟର-୨୦ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ୩ଜଣଙ୍କୁ ଧରି ଥାନାକୁ ନେଇ ଆସିଥିଲେ । ମାତ୍ର ପୋଲିସ ଯେତେବେଳେ ଭିଡ଼ିଓର ଯାଞ୍ଚ ଆରମ୍ଭ କରିଥିଲା ତ ସାମ୍ନାକୁ ଆସିଥିଲା କି ସେକ୍ଟର ୧୮ମାର୍କେଟରୁ କୌଣସି ଯୁବକଙ୍କୁ ଅପହରଣ କରାଯାଇନାହିଁ । ବରଂ ସେକ୍ଟର ୧୮ରେ ପହଞ୍ଚି ୩ଯୁବକ ଇଷ୍ଟାଗ୍ରାମରେ କିଡ଼ନ୍ୟାପିଂ ଥିମରେ ରିଲ୍ସ କରିବାକୁ ଲାଗିପଡ଼ିଥିଲେ । ଏହି ସମୟରେ ସାଙ୍ଗଙ୍କୁ ଧରି ଟାଣୁଥିଲେ ।

ଏଡିସିପି ମନୀଷ କୁମାର ମିଶ୍ର କହିଛନ୍ତି କି ଯୁବକ ୩ଜଣ ହେଲେ ଅଜୀତ, ଦୀପକ ଏବଂ ଅଭିଷେକ ବୋଲି ଜଣାପଡ଼ିଛି । ଯୁବକଙ୍କ ସୋସିଆଲ ମିଡ଼ିଆରେ ଶତାଧିକ ସବ୍ସକ୍ରାଇବର ଅଛନ୍ତି । ସେମାନେ ଭଜନ ସହିତ ଅନ୍ୟ ଥିମ ଉପରେ ରିଲ୍ସ ବନାଇ ସାରିଛନ୍ତି । ପୋଲିସ ୩ଯୁବକଙ୍କୁ ତାଗିଦ କରିଛି । ଏଡିସିପି କହିଛନ୍ତି କି ଯୁବକ ପବ୍ଲିକ ପ୍ଲେସରେ ଶାନ୍ତି ବ୍ୟବସ୍ଥା ବିଗାଡ଼ିବା ଅଭିଯୋଗରେ ଅଭିଯୁକ୍ତ ଦର୍ଶାଇବା ସହ ୩ଜଣଙ୍କୁ ଗିରଫ କରି ନେଇଛି । ମାତ୍ର ପରେ କିଛି ସମୟ ପ‌ରେ ତାଙ୍କୁ ଜାମିନରେ ଛାଡ଼ି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.