ସିଗାରେଟ୍ ପାଇଁ ଜୀବନ ଗଲା, ଯୁବକଙ୍କ ମାଡରେ ପ୍ରାଣ ହରାଇଲେ ଦୋକାନୀ

ବାଲେଶ୍ୱର, ୧୩|୦୨: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ରାଜଧାନୀ ଛକରେ ସାମାନ୍ୟ ସିଗାରେଟ କିଣାକୁ ନେଇ ଦୋକାନୀଙ୍କୁ ହତ୍ୟା କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଛି।

ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତ୍ରରେ ଏକ କାରରେ ୪ଜଣ ଯୁବକ ଆସି ଏକ ଦୋକାନରୁ ସିଗାରେଟ୍ କିଣିଥିଲେ। ଏହାପରେ ସେମାନେ ସିଗାରେଟ୍ ପିଛା ୬ଟଙ୍କା ବୋଲି କହିଥିଲେ। କିନ୍ତୁ ଦୋକାନୀ ରମେଶ ପାତ୍ର ୭ଟଙ୍କା ବୋଲି କହିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ୬ ଟଙ୍କାର ସିଗାରେଟକୁ ୭ ଟଙ୍କାରେ କାହିଁକି ବିକୁଛ କହି ଯୁବକମାନେ ଦୋକାନୀଙ୍କୁ ମାଡ ମଧ୍ୟ ମାରିଥିଲେ। ଏଥିରେ ସେ ଗୁରୁତର ହୋଇ ପଡିଥିଲେ। ପ୍ରଥମେ ରମେଶଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ।

ଘଟଣାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ସିଗାରେଟ କିଣୁଥିବା ୨ଜଣ ଯୁବକ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

   ସମ୍ବନ୍ଧିତ ଖବର


କରୋନା ବିରୋଧୀ ଲଢ଼େଇ ପାଇଁ ନାଲ୍‌କୋ ଦେଲା ୧୦.୨ କୋଟି ସହାୟତା

ଲକଡାଉନ୍‌ ଚେକିଂ ବେଳେ ୩୨ ଲକ୍ଷଟଙ୍କାର ଧଳାଜହର ଜବତ,ଗାଡି ଛାଡି ଚମ୍ପଟ୍ ମାରିଲା ବେପାରି

ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଏଟିଏମ୍‌, ମିଲ୍କ ଭ୍ୟାନ୍‌

ମଣିଷ ଦେହର କୋଷିକା ଭିତରେ ଲୁଚି ରହୁଛି କରୋନା, କିଛି ଦିନ ବ୍ୟବଧାନରେ ପୁଣି ହେଉଛି ସକ୍ରିୟ