କୋଭିଡ କଟକଣା ଉଲ୍ଲଘଂନ ପଡ଼ିଲା ମହଙ୍ଗା, ଅନିର୍ଦ୍ଦିଷ୍ଟ ସମୟ ପାଇଁ ଦୋକାନ ବନ୍ଦ କଲା ପୁଲିସ୍‌

ସାନଖେମୁଣ୍ଡି, ୧୭/ ୧୦: କୋଭିଡ କଟକଣା ଉଲ୍ଲଘଂନ କରିବା ପଡ଼ିଲା ମହଙ୍ଗା। ଦୋକାନ ଖୋଲୁ ଖୋଲୁ ବନ୍ଦ ହୋଇଗଲା।ଏଭଳି ଖବର ଆସିଛି ଆସିକା ଅଞ୍ଚଳରୁ। ଶନିବାର ଦିନ ଆସିକାରେ କଲିକତା ଫ୍ୟାସନ୍‌ ବଜାରର ଶୁଭ ଉଦଘାଟନ ହୋଇଥିଲା। ହେଲେ ଖୋଲୁ ଖୋଲୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଦୋକାନକୁ ବନ୍ଦ କଲା ପୁଲିସ୍।

ଶନିବାର ଦିନ ଆସିକା ରଘୁନାଥ ଲଜ୍‌ ସାମ୍ନାରେ କଲିକତା ଫ୍ୟାସନ୍‌ ବଜାରର ଶୁଭାରମ୍ଭ ହୋଇଥିଲା। ହେଲେ ଉଦଘାଟନ ଅବସରରେ କୋଭିଡ ନିୟମ ଉଲ୍ଲଂଘନ ହୋଇଥିବାର ଦେଖିବାକୁ ମିଳିଲା। ପାର୍କିଂ ବ୍ୟବସ୍ଥା ନଥିବାରୁ ନାହିଁ ନଥିବା ଜନ ଗହଳି ପରିଲକ୍ଷିତ ହୋଇଥିଲା। ଫଳରେ ଆସିକା ଅଞ୍ଚଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣାକୁ ନେଇ ଆସିକା ପୁଲିସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହିତ ଏହି ମଲ୍ କୁ ଅନିଦ୍ଧିଷ୍ଟ କାଳପାଇଁ ବନ୍ଦ କରିଛି ପୁଲିସ୍। ଏଥିସହିତ କୋଲକାତା ଫ୍ୟାସନ ବଜାର ଦ୍ବାରା ପ୍ରଚାର ନିମନ୍ତେ ବୁଲୁଥିବା ଗାଡିକୁ ମଧ୍ୟ ଜବତ କରିଛି ପ୍ରସାଶନ।

ଏହି ସମୟରେ ଗଞ୍ଜାମ ସବ୍ କଲେକ୍ଟର ଏବଂ ଆସିକା ତହସିଲଦାର,ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ଆସିକା ଏସଡିପିଓ ସୁର୍ଯ୍ୟ ମଣି ପ୍ରାଧନ , ଅଗ୍ନିଶମ ଅଧିକାରୀ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କୋଲକତା ଫ୍ୟାସନ୍ ବଜାରରେ ତାଲା ପକାଇଛନ୍ତି।

   ସମ୍ବନ୍ଧିତ ଖବର


୬ଦିନ ପର୍ଯ୍ୟନ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କଲେ ୧୫ ଦୁର୍ବୃତ୍ତ: ପୋଲିସ ଚୁପ୍, ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

ବଲିଉଡକୁ ଡ୍ରଗ୍ନ ସପ୍ଳାଇ କରୁଥିବା ଗ୍ୟାଙ୍ଗକୁ ଧରିଲା ଏନସିବି, ଚଢାଉ ବେଳେ ଧରାପଡିଲେ ସିରିଏଲ ଅଭିନେତ୍ରୀ