ଲକ୍‌ଡାଉନ୍‌ରେ ବେଳେ ସପିଂ ମଲ୍‌ଙ୍କ ହୋମ୍‌ ଡେଲିଭରି: ମଲ୍‌ ପକ୍ଷରୁ ଜାରି ହେଲା ମୋବାଇଲ୍‌ ନମ୍ବର

ଭୁବନେଶ୍ବର ୨୬/୩: କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସହରରେ ଜନଗହଳି ବଢିବାରେ ଲାଗିଛି । ସହରରେ ଜନଗହଳିକୁ ହ୍ରାସ କରିବା ପାଇଁ ସିଏମ୍‌ସି ପକ୍ଷରୁ ସହରର ପ୍ରମୁଖ ସପିଂ ମଲ୍‌ ଅଧିକାରୀଙ୍କୁ ଡାକି ଆଲୋଚନା ଯୋଗେ ହୋମ୍‌ ଡେଲିଭରି ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ସହରରେ ଥିବା ୩ଟି ପ୍ରମୁଖ ସପିଂ ମଲ୍‌ ବିଗ୍‌ ବଜାର, ରିଲାଏନ୍ସ ଫ୍ରେସ୍‌ ଓ ମେଟୋ ସୁପର୍‌ ମାର୍କେଟ୍‌ ପକ୍ଷରୁ ବିଭିନ୍ନ ଶାଖା ପାଇଁ ମୋବାଇଲ୍‌ ନମ୍ବର ଜାରି କରାଯାଇଛି । ତେବେ ଲୋକମାନେ ଘରେ ବସି ଫୋନ୍‌ ଓ ହ୍ୱାଟସ୍‌ ଆପ୍‌ ଯୋଗେ ସଉଦା ହେଉ କି ଫଳ ଓ ପନିପରିବା ଆଦି ଅର୍ଡର କରିପାରିବେ ।

ସପିଂ ମଲ୍‌ କର୍ମଚାରୀ ଯଥା ସମ୍ଭବ ଅର୍ଡର କରିଥିବା ସାମଗ୍ରୀ ଆଣି ଘର ପାଖରେ ପହଞ୍ଚାଇବେ । ଏହି ହୋମ୍‌ ଡେଲିଭରି ପାଇଁ ରିଲାଏନ୍ସ ଫ୍ରେସ୍‌ର ଦୋଳ ମୁଣ୍ଡାଇ ଶାଖା ସମେତ ସମୁଦାୟ ୮ଟି ଶାଖା, ମେଟୋ ସୁପର୍‌ ମାର୍କେଟ୍‌ର ୨ଟି ଶାଖା ଓ ଜେଲ୍‌ ରୋଡ୍‌ ସ୍ଥିତ ବିଗ୍‌ ବଜାର ପକ୍ଷରୁ ସ୍ୱତନ୍ତ୍ର ଫୋନ୍‌ ନମ୍ବର ଜାରି ହୋଇଛି । ସିଏମ୍‌ସି ଅଞ୍ଚଳରେ ଜନଗହଳିକୁ କମ୍‌ କରିବା, ବଜାର ଉପରେ ନିୟନ୍ତ୍ରଣ ସହିତ ଅନ୍ୟାନ୍ୟ ମୌଳିକ କାର୍ଯ୍ୟ କ୍ଷେତ୍ରରେ ସାଧାରଣ ଲୋକେ ଯେଉଁଭଳି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଏହି ହୋମ୍‌ ଡେଲିଭରି ପଦକ୍ଷେପ ନିଆଯାଇଥିବା ସିଏମ୍‌ସି କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ନନ୍ଦନକାନନରେ ଶାଗୁଣା ମୃତ: ରଣପୁରରୁ ହୋଇଥିଲା ଉଦ୍ଧାର

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ