PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଶାରିରୀକ ସମ୍ପର୍କ ରଖିବା ସମୟରେ କଣ୍ଡୋମ ବାହାର କରିବା ମଧ୍ୟ ଦୁଷ୍କର୍ମ? ତିଆରି ହେବ ଆଇନ୍

Closeup side view of late 20's couple making love in their bedroom. They are just hugging and kissing at the moment. 4K dolly shot.

କ୍ବିନ୍ସଲାଣ୍ଡ,୨୪।୧୨: ଅଷ୍ଟ୍ରେଲିଆର କ୍ବିନ୍ସଲାଣ୍ଡରେ ଦୁଷ୍କର୍ମ  ସମ୍ପର୍କିତ ଆଇନରେ ସୁଧାର ଆଣିବା ପାଇଁ ଏକ  ପ୍ରସ୍ତାବ ପ୍ରସ୍ତୁତି ହେବାକୁ  ଯାଉଛି। ପ୍ରସ୍ତାବ ଉପରେ ଲୋକଙ୍କୁ ତାଙ୍କର ରାୟ ମଗାଯାଉଛି। ଆଇନ ବିରୋଧ ଓ ପ୍ରସ୍ତାବ ସମର୍ଥନରେ ବହୁ ମହିଳା ଏବେ ଖୋଲାଖୋଲି ଭାବରେ ଆସୁଛନ୍ତି। କାରଣ, କ୍ବିନ୍ସଲାଣ୍ଡରେ ଦୁଷ୍କର୍ମ ସମ୍ପର୍କିତ ବର୍ତ୍ତମାନର ଆଇନରେ ବହୁ ଦୋଷ ଏବଂ ଦୁର୍ବଳତା ରହିଛି, ଯାହାର ଫାଇଦା ଉଠାଇ ଅଭିଯୁକ୍ତମାନେ ସହଜରେ ନିର୍ଦୋଷ ପ୍ରମାଣିତ ହେଉଛନ୍ତି।

ପ୍ରସ୍ତାବରେ ଲୋକଙ୍କୁ ପଚରାଯାଇଛି,  ଶାରିରୀକ ସମ୍ପର୍କ ରଖିବା ସମୟରେ କଣ୍ଡୋମ  ଯଦି ବାହାରିଯାଏ ତେବେ ଏହା ଅପରାଧ ଶ୍ରେଣୀରେ ଆସିଥାଏ? କାରଣ କ୍ବିନ୍ସଲାଣ୍ଡରେ ଏହା ମଧ୍ୟ ଆଇନ ରହିଛି ଯେ, ଯଦି କେହି ମହିଳା ଦୁଷ୍କର୍ମ ସମୟରେ କାନ୍ଦୁନଥାନ୍ତି କିମ୍ବା ଚିଲାଉଥାନ୍ତି ତେବେ ଏହା ଦୁଷ୍କର୍ମ ବୋଲି କୁହାଯାଇ ହେବନି ଓ ଅପରାଧୀଙ୍କୁ ସଜା ମିଳିନଥାଏ।

ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଏହି ଆଇନର ଦୋଷ-ଦୁର୍ବଳତାକୁ ସବୁଠାରୁ ପ୍ରଥମେ ଆଟର୍ଣ୍ଣିଂ ଜେନେରାଲ ୟଭେଟ୍ ଡିଥ୍ ପ୍ରକାଶ କରିଥିଲେ। ଏହାପରେ କ୍ବିନ୍ସଲାଣ୍ଡର ଆଇନ ସୁଧାର କମିଶନ୍ ଦୁର୍ବଳ ଆଇନକୁ ନେଇ ପରାମର୍ଶ ପତ୍ର ଜାରି କରିଥିଲେ।ମାମଲାକୁ ଆଗକୁ ବଢାଇ ଯିବାପରେ ଆଟର୍ଣ୍ଣିଂ ଜେନେରାଲଙ୍କ ଘୋଷଣା ପରେ ବ୍ରିସବେନ୍ ଟାଇମ୍ସ ପକ୍ଷରୁ ଖୁଲାସା କରାଯାଇଛି ଯେ, ଏବେ ସରକାର ଆଇନକୁ ବଦଳାଇବାରେ ତୁରନ୍ତ କୌଣସି ଯୋଜନା କରିନାହାନ୍ତି।

ଦୁର୍ବଳ ଆଇନ ବିରୋଧରେ କ୍ବିନ୍ସଲାଣ୍ଡର ଓକିଲ ଓ ବହୁ ମହିଳା ସଂଗଠନ ଦୀର୍ଘ ବର୍ଷ ଧରି ଏହା ବିରୋଧରେ ଅଭିଯାନ ଚଳାଇଛନ୍ତି। ଆଇନର ଏହି ଭୁଲର ଫାଇଦା ଉଠାଇ ଅଭିଯୁକ୍ତ ତର୍କ ଦେଇଥାଏ ଯେ, ସମ୍ପର୍କ ରଖିବା ପରେ ପୀଡିତା ବିରୋଧ କରିନଥିଲେ, ତେଣୁ ତାଙ୍କୁ ଲାଗିଥିଲାରେ ଏଥିରେ ମହିଳାଙ୍କ ସହମତି ରହିଛି। ଏହି ଆଇନ ପାଇଁ କିଙ୍ଗ କ୍ରସ୍ ନାଇଟ୍ କ୍ଲବର ମାଲିକଙ୍କ ପୁଅ ଲ୍ୟୁକ୍ ଲାଜରଙ୍କୁ ମଧ୍ୟ ନିର୍ଦୋଷୀ ଭାବରେ ଖଲାସ କରାଯାଇଥିଲା। ଲ୍ୟୁକ୍ ଲାଜର ୨୦୧୩ରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ।

୧୧ ମାସ ଜେଲରେ ରହିବାପରେ ଶୁଣାଣି ସମୟରେ ବିଚାରପତି କହିଥିଲେ, ଯଦିଓ ମହିଳା ଜଣକ ମାନସିକ୍ ଭାବରେ ଏଥିପାଇଁ ପ୍ରସ୍ତୁତ ନଥିଲେ, କିନ୍ତୁ ସେ ଆପୋଷ ବୁଝାମଣାରେ ଲାଜରଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ବିଚାରପତି ରୋବିନ୍ ତୁପମ୍ୟାନ୍ କହିଥିଲେ, ସମ୍ପୂର୍ଣ୍ଣ ମାମଲାରେ ଲାଜର ନିର୍ଦୋଷ, କାରଣ ସେକ୍ସ ସମୟରେ ମହିଳାଜଣକ ପଳାଇବାକୁ ଚେଷ୍ଟା କରିନଥିଲେ କିମ୍ବା ନିଜକୁ ବଞ୍ଚାଇବା ପାଇଁ କୌଣସି ପଦକ୍ଷେପ ନେଇଥିଲେ। ତେଣୁ ଏଥିପାଇଁ ମହିଳାଙ୍କ ସହମତି ଥିଲା।

ତେବେ ପୀଡିତା ମହିଳା ଜଣକ ଗଣମାଧ୍ୟମ କୋର୍ଟଙ୍କ ଏହି ରାୟ ଉପରେ ପ୍ରଶ୍ନ ଉଠାଇଥିଲେ ଓ କହିଥିଲେ ‘ନା’ ନକହିବାର ଅର୍ଥ ଏହା ନୁହେଁ ଯେ, ସମ୍ପର୍କ ରଖିବା ପରେ କାହାକୁ ଧକ୍କା ମାରି ହଟାଇନପାରିବାର ଅର୍ଥ ଏହା ନୁହେଁ ଯେ, ଏଥିରେ ମହିଳାଙ୍କ ସହମତି ରହିଛି। ଏହି ଦୁର୍ବଳ ଆଇନ ବିରୋଧରେ ଜାରି କନସଲଟେସନ୍ ପେପରରେ କ୍ବିନ୍ସଲାଣ୍ଡର ଲୋକଙ୍କୁ ପଚରାଯାଉଛି ଯେ, କ’ଣ, ସେମାନେ ମାନନ୍ତି ଯେତେବଳେ ମହିଳା ହୋସରେ ନଥାନ୍ତି  କିମ୍ବା ସହମତି ଦେବାର ସ୍ଥିତିରେ ନଥାନ୍ତି ତାଙ୍କ ସହ ଶାରିୀକ ସମ୍ପର୍କ ରଖିବା କ୍ରିମିନାଲ କୋଡ୍ ବା ଅପରାଧ ଶ୍ରେଣୀରେ ଆସିବା ଦରକାର?

କେବଳ ସେତିକି ନୁହେଁ, କନସଲଟେସନ୍ ପେପରରେ ଏହି କଥାର ମଧ୍ୟ ଆଲୋଚନା କରାଯାଇଛି ଯେ, ସେକ୍ସ ସମୟରେ ଯଦି କୌଣସି ବ୍ୟକ୍ତି କଣ୍ଡୋମ ବାହାର କରିଦିଅନ୍ତି ଏହାକୁ ଅପରାଧ ଶ୍ରେଣୀରେ ରଖାଯିବ କି ନାହିଁ? ଏହି ପ୍ରସ୍ତାବ ଉପରେ ବିଚାର ରଖିବାର ଡେଡ୍ ଲାଇନ୍ ୩୧ ଜାନୁଆରି ରହିଛି। ସେଭଳି କମିଶନକୁ ସରକାର ଏହା ଉପରେ ଫାଇନାଲ ରିପୋର୍ଟ ୧୭ ଅପ୍ରେଲରେ ଦେବାକୁ ସମୟ ଦିଆଯାଇଛି।