PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଶ୍ରଦ୍ଧା କପୁରଙ୍କ ହ୍ବାଟସଆପ୍ ଚାଟ୍‌ ଲିକ୍‌, ମେସେଜ୍‌ରେ ଲେଖିଛନ୍ତି- ‘ତୁମେ ସବୁବେଳେ ମୋତେ…’

ମୁମ୍ବାଇ ୩୧।୭: ବଲିଉଡ ସେଲିବ୍ରେଟମାନଙ୍କ ବ୍ୟକ୍ତିଗତ ଜୀବନରେ କ’ଣ ଘଟୁଛି ପ୍ରଶଂସକମାନେ ଜାଣିବାକୁ ସବୁବେଳେ ଆଗ୍ରହୀ ଥାନ୍ତି । ସେଲିବ୍ରିଟିମାନେ ପ୍ରାୟତଃ ଜିମ୍ ଯିବା, ସପିଂ ଏବଂ ବେଳେବେଳେ ସଭା ସମିତି ପାଇଁ ଯେଉଥିବାସମୟରେ ସ୍ପଟ ହୁଅନ୍ତି। ନିକଟରେ ବି-ଟାଉନର ଜଣେ ସୁନ୍ଦର ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ସ୍ପଟ କରାଯାଇଥିଲା। ଶ୍ରଦ୍ଧା ନିକଟରେ ଏପରି କିଛି କରିଛନ୍ତି ଯାହା ଅଭିନେତ୍ରୀ ନିଜେ ମଧ୍ୟ ପସନ୍ଦ କରିନାହାନ୍ତି। ଶ୍ରଦ୍ଧା କପୁରଙ୍କ  ହ୍ବାଟସ୍ ଆପ୍ ଚାଟ୍ ଲିକ୍ ହୋଇଛି, ଯାହା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ରାଗିଛନ୍ତି।

ନିକଟରେ ଶ୍ରଦ୍ଧା କପୁର ଏକ ନୀଳ ରଙ୍ଗର ପୋଷାକରେ ନଜର ଆସିଥିଲେ। ସେ ସବୁବେଳେ ଫଟୋ ପରି ବହୁତ ସୁନ୍ଦର ଦେଖାଯାଆନ୍ତି। ଗେଟରୁ ବାହାରିବା ସମୟରେ ସେ ଫୋନରେ କାହା ସହ ଚାଟିଂ କରୁଥିଲେ, ଏହି ସମୟରେ ପାପାରାଜି ତାଙ୍କ ଫଟୋ କ୍ଲିକ୍ କରିଥିଲେ ଏବଂ ତାଙ୍କ ବ୍ୟକ୍ତିଗତ ଚାଟ୍ ମଧ୍ୟ ଲିକ୍ ହୋଇଥିଲା । ବିରଳ ଭାୟାନି ଏହି ଫଟୋଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ଏହି ଫଟୋରେ ଶ୍ରଦ୍ଧା କାହା ସହିତ କିଛି ଖାସ୍‌ କଥା ହେଉଥିଲେ। ଏହା ତାଙ୍କ ଚାଟରୁ ପ୍ରକାଶ ପାଇଛି ଯେ, ସେ ଯାହା ସହତ୍ କଥାବାର୍ତ୍ତା କରୁଥିଲେ ସେହି ବ୍ୟକ୍ତିଙ୍କୁ ହାର୍ଟ ଇମୋଜି ପଠାଇଛନ୍ତି। ଏହି ଫଟୋଗୁଡିକରୁ ଲିକ୍ ହୋଇଥିବା ଚାଟ୍ ରେ ଅଭିନେତ୍ରୀ ମେସେଜ ଲେଖିଛନ୍ତି, ‘ମୁଁ ମୋ ଜୀବନରେ ତୁମ ପରି ବ୍ୟକ୍ତିଙ୍କୁ କେବେବି ଭେଟି ନାହିଁ।’ ଏହାର ଉତ୍ତର ଆସେ, ‘ମୁଁ ଖୁସି ଯେ ତୁମେ ଏହିପରି ଭାବୁଛ।’ ସେ ଲେଖିଛନ୍ତି, ‘ତୁମେ ପ୍ରକୃତରେ ମୋ କଥା ଶୁଣୁଛ, କେହି ଏହିପରି ହୋଇନାହାଁନ୍ତି !!! ତୁମେ ସବୁବେଳେ ମୋତେ ଗ୍ରେଟ ଫିଲ୍‌ କରାଅ। ‘ଏହାର ପ୍ରତିକ୍ରିୟାରେ ହୃଦୟ ଇମୋଜି ଆସିଛି।