ଇଚ୍ଛାଧାରୀ ନାଗୁଣୀ ହେବେ ଶ୍ରଦ୍ଧା

ମୁମ୍ବାଇ ୨୯/୧୦: ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପ୍ରଶଂସକଙ୍କ ପାଇଁ ଏକ ଭଲ ଖବର । ସେମାନଙ୍କ ପ୍ରିୟ ଅଭିନେତ୍ରୀଙ୍କୁ ଏବେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ । ସେ ନିଖିଲ୍‌ ଦ୍ୱିବେଦୀଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଯାଉଥିବା ଏକ ଫିଲ୍ମରେ ଇଚ୍ଛାଧାରୀ ନାଗୁଣୀ ରୋଲ୍‌ ନିର୍ବାହ କରିବେ ।

ନିଜେ ଶ୍ରଦ୍ଧା ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସେଥିରେ ସେ ଲେଖିଛନ୍ତି, ‘ଅନ୍‌ ସ୍କ୍ରିନ୍‌ରେ ଇଚ୍ଛାଧାରୀ ନାଗୁଣୀ ଭୂମିକା ନିର୍ବାହ କରିବାକୁ ନେଇ ଉତ୍ସାହିତ ଅଛି । ପିଲାଦିନୁ ଶ୍ରୀଦେବୀ ମ୍ୟାଡାମ୍‌ଙ୍କର ‘ନାଗିନା’କୁ ଦେଖି ବଡ଼ ହୋଇଛି। ଏହିଭଳି ଭୂମିକାରେ ଅଭିନୟ କରିବାକୁ ମୋର ବହୁଦିନରୁ ଇଚ୍ଛା ଥିଲା ।’ ବିଶାଲ ଫୁରିଆ ଏହାର ନିର୍ଦ୍ଦେଶନାରେ ରହିବେ। ଫିଲ୍ମର ଟାଇଟଲ ‘ନାଗିନ୍‌’ ରହିବ । ଏହା ତିନିଟି ଭାଗରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

   ସମ୍ବନ୍ଧିତ ଖବର


ମହାଭାରତର ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ଅଧଘଣ୍ଟା ଭୋଭୋ ହୋଇ କାନ୍ଦିଥିଲେ ଦ୍ରୌପଦୀ, ଦୁଃଶାସନଙ୍କ ସହ ହୋଇନଥିଲେ କଥା, ସୁଟିଂ ସେଟରେ ରୁପା ଗାଙ୍ଗୁଲିଙ୍କ ସହ ହୋଇଥିଲା କ’ଣ ?

ସଫଳତାର ଶୀର୍ଷରେ ସ୍ବାତୀ

ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’

ବାପାଙ୍କ ଫିଟନେସ୍‌ କୋଚ୍‌ଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଝିଅ ଇରା ଖାନ୍‌, ଇଂଷ୍ଟାରେ ସେୟାର କଲେ ଏମିତି ଫଟୋ…

ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ