ପ୍ରମୁଖ ଖବର
  • ଉପକୂଳରେ ପ୍ରଚାର ଜୋର୍‌ଦାର: ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୩୦ରେ ଓଡ଼ିଶା ଆସିବେ ରାହୁଲ
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜନସଭାରେ କରିବେ ଭୋଟ୍ ଅପିଲ୍
  • ||
  • ଲ୍ୟାଣ୍ଡଫଲ କଲା ବାତ୍ୟା ‘ରେମାଲ’: ଓଡ଼ିଶାର ୪ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆଶଙ୍କା, ଜୁନ୍‌ ୧ରେ ପୁଣି ଏକ ଘୂର୍ଣ୍ଣିବଳୟ !
  • ||

ଶ୍ରୀମନ୍ଦିର ୩ ଦ୍ୱାର ହେବ ରୁପା ଛାଉଣୀ, ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ପୁରୀ,୦୬/୦୫: ଶ୍ରୀମନ୍ଦିରର ୩ ପ୍ରବେଶ ଦ୍ୱାର ରୁପା ଛାଉଣୀ ହେବ । ଏନେଇ ଆସନ୍ତା ୮ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ବସିବ । ଶ୍ରୀମନ୍ଦିର ଉତ୍ତର ଦ୍ୱାର ବା ହାତୀ ଦ୍ୱାର, ବାଘ ଦ୍ୱାର ବା ପଶ୍ଚିମ ଦ୍ୱାର ଓ ଅଶ୍ୱ ଦ୍ୱାର ବା ଦକ୍ଷିଣ ଦ୍ୱାର ରୁପା ଛାଉଣି ନେଇ ଆଲୋଚନା କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଏଥିରେ ଛତିଶା ନିଯୋଗର ମୁଖିଆ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ଏହି ୩ ଦ୍ୱାର ମରାମତି ଓ ଉନ୍ନତୀକରଣ ନିମନ୍ତେ ମୁଖ୍ୟତଃ ବୈଠକରେ ଆଲୋଚନା ହେବ । ଶ୍ରୀମନ୍ଦିର ଭିତର ଓ ସିଂହଦ୍ୱାରକୁ ମିଶାଇ ପ୍ରାୟ ୧୦ଟି ଦ୍ୱାର ରୁପା ଛାଉଣି ହୋଇଛି । ଏହାମଧ୍ୟରେ ରହିଛି ସିଂହଦ୍ୱାର, ସାତପାହାଚ, ଜୟବିଜୟ, ବେହେରଣ, କଳାହାଟ, ଭୋଗ ମଣ୍ଡପ, ଆଦି ନୃସିଂହ ମନ୍ଦିର, ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ସୂର୍ଯ୍ୟ ମନ୍ଦିର । ଦାତା ରୁପା ଦେଇଥିବାରୁ ଏହାକୁ ବ୍ୟବହାର କରି ଶ୍ରୀମନ୍ଦିର ସମସ୍ତ ଦ୍ୱାରକୁ ରୁପା ଛାଉଣି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି ।

  • PrameyaOdia
  • prameya
  • puri news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.