PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

IPL 2021: ଅଧିନାୟକ ପଦରୁ ହଟି ପାରନ୍ତି ଋଷଭ ପନ୍ତ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ଭାରତରେ ନୁହେଁ ୟୁଏଇରେ ହେବ ଆଇପିଏଲ-୧୪ର ବଳକା ମ୍ୟାଚ୍। କରୋନା ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ଥିବା ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ ଖେଳାଯିବା ନେଇ ଶନିବାର ଦିନ ବିସିସିଆଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ହେଲେ ବଳକା ମ୍ୟାଚ୍‌ କେବେ ହେବ ତାହା ଘୋଷଣା କରିନାହିଁ ବିସିସିଆଇ। ହେଲେ ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରେ ହିଁ ମ୍ୟାଚ୍‌ ଖେଳାଯିବ ବୋଲି ବିସିସିଆଇ ଘୋଷଣା କରିଛି।

ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟରେ ଋଷଭ ପନ୍ତଙ୍କ ଅଧିନାୟକତ୍ବରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଗ୍ରୁପରେ ଶୀର୍ଷରେ ରହିଛି। ହେଲେ ୟୁଏଇରେ ଖେଳାଯିବାକୁ ଥିବା ବଳକା ମ୍ୟାଚରେ ଦଳରେ ହୋଇ ପାରେ ବଡ଼ ଧଣଣର ପରିବର୍ତ୍ତନ। କାରଣ କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ୟୁଏଇରେ ହେବାକୁ ଥିବା ଆଇପିଏଲ ପୂର୍ବରୁ ଯଦି ଶ୍ରେୟସ୍‌ ଆୟର ଫିଟ୍‌ ଘୋଷିତ ହୁଅନ୍ତି ତେବେ ସେ ପୁଣିଥରେ ଦଳର ମଙ୍ଗ ଧରି ପାରନ୍ତି ବେୋଲି ଚର୍ଚ୍ଚା ହେଉଛି। ଯଦି ସେଭଳି ହୁଏ ତେବେ ଲିଗ୍‌ର ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀକୁ ଶୀର୍ଷରେ ପହଞ୍ଚାଇଥିବା ଋଷଭ ପନ୍ତଙ୍କୁ ଅଧିନାୟକ ପଦରୁ ଅବ୍ୟାହତି ଦିଆଯାଇପାରେ।

ସୂଚନାଥାଉକି, ଶ୍ରେୟସ୍‌ ଆୟର ଇଂଲଣ୍ଡ ବିପକ୍ଷ ସୀମିତ ଓଭର ମ୍ୟାଚରେ ଆହତ ହୋଇଥିଲେ। ଫିଲ୍ଡିଂ କଲାବେଳେ ଆୟରଙ୍କ କାନ୍ଧରେ ଆଘାତ ଲାଗିଥିଲା। ଆଇପିଏଲର ପ୍ରଥମ ପର୍ଯ୍ୟାୟ ସମୟରେ ଶ୍ରେୟସଙ୍କ କାନ୍ଧର ସର୍ଜରୀ ହୋଇଥିଲା। ସେ ଏବେ ସଂପୂର୍ଣ୍ଣ ଫିଟ୍ ହେବାକୁ କଠିନ ଅଭ୍ୟାସ୍ ଜାରି ରଖିଛନ୍ତି।