କରୋନା ଠାରୁ ଗୁଜବ ସବୁଠୁ ହାନିକାରକ: ଶ୍ରୁତି

ମୁମ୍ବାଇ ୨୨/୫: କରୋନା ଲକ୍‌ଡାଉନ୍‌ ସମୟରେ ଏକୁଟିଆ ସମୟ ବିତାଉଛନ୍ତି ଅଭିନେତ୍ରୀ ଶ୍ରୁତି ହାସନ୍‌ । ଏକାକୀ ହୋଇ ମଧ୍ୟ ଏହି ସମୟକୁ ବେଶ ଉପଭୋଗ କରୁଛନ୍ତି ଏବଂ ବହୁତ କିଛି ଶିଖୁଛନ୍ତି । ସଙ୍ଗୀତ କ୍ଷେତ୍ରରେ ଫୋକସ୍‌ କରିବା ସହିତ ରୋଷେଇ ଶିଖିବାରେ ସମୟ ବିତାଉଛନ୍ତି ନାୟିକା ତଥା ଗାୟିକା ଶ୍ରୁତି । ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସକ୍ରିୟ ରହି ଫ୍ୟାନ୍‌ଙ୍କ ମନୋରଞ୍ଜନ ନିମିତ୍ତ ସେ ନିୟମିତ ଫଟୋ ଓ ଭିଡିଓ ଶେୟାର କରୁଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଶ୍ରୁତି କହିଛନ୍ତି, ଯେଉଁଭଳି ଭାବେ କୋଭିଡ୍‌-୧୯ ରୋଗୀଙ୍କ ସହ ଖରାପ ବ୍ୟବହାର କରାଯାଉଥିଲା ତାକୁ ନେଇ ସେ ଖୁବ୍‌ ବ୍ୟଥିତ ହୋଇଥିଲେ । ଏଭଳି ବ୍ୟବହାର ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥିଲା ।

ଏଭଳି ସମୟରେ, ଭେଦଭାବର କୁପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ସମୟରେ ଗୁଜବ ପ୍ରଚାର ବିରାଟ କ୍ଷତିର କାରଣ ବୋଲି ମଧ୍ୟ କହିଛନ୍ତି । ମିଛ ଖବରକୁ ସେ ହାନିକର କାରକ ବୋଲି କହିଛନ୍ତି ।

ତେଣୁ ଗୁଜବଠାରୁ ଦୂରରେ ରହିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି । ମିଛ ଖବର କିଭଳି ଭାବେ ବଡ଼ ଧରଣର କ୍ଷତି ଘଟାଏ, ଲୋକଙ୍କୁ ସଚେତନ କରିବା ପାଇଁ ସେ ସର୍ବଦା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଏହି ବିଷୟ ଉଠାଇଛନ୍ତି ।

ମଲ୍‌ଟି ଷ୍ଟାରର୍‌ କ୍ଷୁଦ୍ର ଚଳଚ୍ଚିତ୍ର ‘ଦେବୀ’ରେ ଶେଷ ଥର ବଡ଼ ପରଦାରେ ନଜର ଆସିଥିଲେ ଶ୍ରୁତି । ଏଥିରେ ତାଙ୍କ ପ୍ରଦର୍ଶନ ଖୁବ୍‌ ପ୍ରଶଂସିତ ହୋଇଥିଲା । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ଗୋପୀଚନ୍ଦଙ୍କ ତେଲୁଗୁ ଫିଲ୍ମ ‘କ୍ରାକ୍‌’। ତାମିଲ ଫିଲ୍ମ ‘ଲାବମ୍‌’ରେ ମଧ୍ୟ ତାଙ୍କୁ କାଷ୍ଟ କରାଯାଇଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌.ପି. ଜନନାଥନ୍‌ ।

   ସମ୍ବନ୍ଧିତ ଖବର


ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

ଏଥର ବିମାନରେ ମଝି ସିଟ୍‌କୁ ଖାଲି ରଖିବାକୁ ପଡ଼ିବ !

ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

ମାଗଣାରେ ପ୍ରବାସୀ ଶ୍ରମିକଙ୍କ ବୋଝ ଉଠାଉଛନ୍ତି ୮୦ ବର୍ଷୀୟ ‘ସୁଫୀ ସନ୍ଥ’

ଘୁଞ୍ଚିଲା ‘NTA’ର ପରୀକ୍ଷା ଆବେଦନ ଶେଷ ଦିବସ

କରୋନା ନେଲା ବଲିଉଡ୍‌ର ପ୍ରଥମ ମୁଣ୍ଡ- ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ କରୋନା ଓ କିଡ୍‌ନୀ ଫେଲୁଅର୍‌ ଯୋଗୁଁ ମୃତ୍ୟୁ