ଗାନ୍ଧିମାର୍ଗରେ ଶୁଭିନପାରେ ନାରାବାଜି

ଭୁବନେଶ୍ୱର, : ଏଥର ବିଧାନସଭାର ମୌସୁମୀ ଅଧିବେସନ ବେଳେ ଗାନ୍ଧିମାର୍ଗରେ ହୋଇନପାରେ ବିକ୍ଷୋଭ କି ରାଲି ଧାରଣା । ଶୁଭିନପାରେ ବିକ୍ଷୋଭକାରୀଙ୍କ ନାରାବାଜି । ବାଧକ ସାଜିବ କରୋନା କଟକଣା । ସେପଟେ ଏଯାଏଁ କୌଣସି ସଂଗଠନ ବିକ୍ଷୋଭ ଓ ଧାରଣା ପାଇଁ ଆବେଦନ କରିନଥିବା କମିଶନରେଟ୍‌ ପୁଲିସ ସୂଚନା ଦେଇଛି ।
ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସୂଚନା ଦେଇଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ଶେଷ ଯାଏଁ କୌଣସି ସଂଗଠନ ପକ୍ଷରୁ ଧାରଣା ପାଇଁ ଆବେଦନ ହୋଇନାହିଁ । ଆଗାମୀ ମାସରେ ଯଦି ସରକାରଙ୍କ ପକ୍ଷରୁ କୋଭିଡ୍‌-୧୯ ଗାଇଡ୍‌ଲାଇନକୁ ନେଇ କୌଣସି ପରିବର୍ତ୍ତନ ହୁଏ । ତେବେ କେହି ସଂଗଠନ କିମ୍ବା ରାଜନୈତିକ ଦଳ ଆବେଦନ କଲେ, ବିକ୍ଷୋଭ କରିବାକୁ ଅନୁମତି ଦେବା ନେଇ ବିଚାର କରାଯିବ । ତେବେ କରୋନା ପରିସ୍ଥିତି ସୁଧୁରିନଥିବାରୁ ବିକ୍ଷୋଭ ଓ ସମାବେଶ ହେଲେ, ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି ।


ଏବେକାର କରୋନା ସ୍ଥିତିରେ ଯଦି କୌଣସି ସଂଗଠନକୁ ଅନୁମତି ଦିଆଯାଏ ତା’ହେଲେ କୋଭିଡ୍‌ ଗାଇଡଲାଇନ ଉଲ୍ଲଙ୍ଘନ ହେବାର ସମ୍ଭାବନା ରହିଛି । ସେପଟେ ବିକ୍ଷୋଭକାରୀଙ୍କୁ ଜଗିବାକୁ ଯଥେଷ୍ଟ ପୁଲିସ ନାହାନ୍ତି । କମିଶନରେଟ୍‌ ପୁଲିସର ଅଧିକାଂଶ ପୁଲିସ କର୍ମଚାରୀ ଏବେ କରୋନା କବଳରେ ଆକ୍ରାନ୍ତ ଅଛନ୍ତି । ଅପରାଧ ନିୟନ୍ତ୍ରଣ ସହ ପୂରା ପୁଲିସ ଫୋର୍ସ କୋରନା କଟକଣା କାର୍ଯ୍ୟକାରୀକୁ ଫୋକସ୍‌ କରିଛନ୍ତି । ଏପରିସ୍ଥଳେ ଲୋୟର ପିଏମ୍‌ଜିର ଆଇନ୍‌ଶୃଙ୍ଖଳା ସ୍ଥିତି ସମ୍ଭାଳିବା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିବ ।


ସୂଚନା ଥାଉ କି, ଏଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରାଲି, ଧାରଣା ଓ ରାଜନୈତିକ କାର୍ଯ୍ୟକଳାପକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି । ୨୯ତାରିଖରେ ବିଧାନସଭା ଅଧିବେସନ ଆରମ୍ଭ ହେବାକୁ ଥିବା ବେଳେ ବିକ୍ଷୋଭ ପାଇଁ କିଛି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇନି ।

   ସମ୍ବନ୍ଧିତ ଖବର


ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

ହେଲପ୍‌ ଲାଇନ୍‌ ନମ୍ବର ଜାରି, ଦାଦା ବଟି ମାଗିଲେ କଲ୍‌ କରନ୍ତୁ : ଡିଜିପି

ଡାକ୍ତରଙ୍କ ବାଇକ୍‌ ବୋଲି ଅଧା ବାଟରୁ ଛାଡିଗଲା: ଚିଠି ଲେଖିଲା ‘ଆଜ୍ଞା ମତେ କ୍ଷମା କରିବେ,ଆପଣଙ୍କ ଭଳିଆ ଲୋକର ଗାଡି ଚୋରି କରି ମୁଁ ଦୁଃଖିତ’…

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ NSA