ବାଲିପାଟଣା: ସଟଡାଉନ୍ ଘୋଷଣା କଲେ ସରପଞ୍ଚ

ବାଲିପାଟଣା ୨୮/୮: ବାଲିପାଟଣା ବ୍ଲକ ତୁରିନ୍ତିରା ଗ୍ରାମ ପଂଚାୟତକୁ ସାତ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଂଚ  ସୁଲୋଚନା ଦେଇ  । ଅଗଷ୍ଟ ୨୮ ତାରିଖ ସଂଧ୍ୟ୍ୟା ୭ ଟା ଠାରୁ ସେପ୍ଟେମ୍ବର ୩ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ପଂଚାୟତର ସମସ୍ତ ଗ୍ରାମକୁ ସଟ୍‌ଡାଉନ୍‌ କରାଯାଇଛି  । ଏହି ସମୟରେ ଅତ୍ୟାବଶୀକୀୟ ସେବା ବ୍ୟତୀତ ଅନ୍ୟ କୌଣସି ଦୋକାନ, ବଜାର, ସେବା ଖୋଲିପାରିବ ନାହିଁ  । ପଂଚାୟତର କୌଣସି ବ୍ୟକ୍ତି ବାହାରକୁ ବାହାରିବେ ନାହିଁ କିମ୍ବା ଅଯଥାରେ ଯାନବାହାନ ଚଳାଚଳ କରିପାରିବେ ନାହିଁ  ।

ଦିନକୁ ଦିନ କରୋନା କାୟା ବିସ୍ତାର କରିଚାଲିଛି  । ବିଶେଷକରି ରାଜଧାନୀ ଏବଂ ଏହାର ଉପକଣ୍ଠ ଅଂଚଳରେ କରୋନା ଅଣାୟତ ହେଉଛି  । ବାଲିପାଟଣା ବ୍ଲକ ତୁରିନ୍ତିରା ଗ୍ରାମ ପଂଚାୟତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବଢି ଚାଲିଛି  । ପଂଚାୟତରେ ୨୭ ଜଣ କରୋନାରେ ଆକ୍ରାନ୍ତ ହେଲେଣି  । ଏହି ଗ୍ରାମପଂଚାୟତ ଅଧିନ ଆଇତଳଙ୍ଗ ଗ୍ରାମରେ  ମୋଟ ୧୯ ଜଣ ସଂକ୍ରମିତ ହେବା ସହ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି  । ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ଦୁଇଜଣ  ଯୁବକ ସଂକ୍ରମିତ ହେବା ପରେ ଗ୍ରାମରେ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି  । ସଂକ୍ରମିତଙ୍କୁ ନିଜ ଘରେ  ଆଇସୋଲେସନ୍‌ ରେ ରହିବାକୁ ପରାମର୍ଶ ଦିଆଯାଇଛି  । ମାତ୍ର କିଛି ସଂକ୍ରମିତ ବାହାରେ ବୁଲୁଥିବା ମଧ୍ୟ ଦେଖାଯାଉଛି  । ଯାହା ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରିପାରେ  ।  ଏହାକୁ ଦୃଷ୍ଟିରେ ରଖି ସରପଂଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏଭଳି ନିଷ୍ପତି ନେଇଛନ୍ତି  । ଅମାନିଆ ହେଲେ ଆଇନ୍‌ ଅନୁଯାୟୀ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଂଚ ସୂଚାଇ ଦେଇଛନ୍ତି  । ସଟଡାଉନ୍‌ ବାବଦରେ ମାଇକ୍‌  ଯୋଗେ ପ୍ରଚାର କରାଯାଇଛି  । ପଂଚାୟତର ସମସ୍ତ ଅଧିବାସୀ ଏହି ସଟ୍‌ଡାଉନ୍‌ କଟକଣା ମାନିବାକୁ ନିବେଦନ କରାଯାଇଛି ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା