PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମିଲା ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ ଖସିଲା କୋହଳ
  • ||
  • ବାହାଘରରେ ସର୍ବାଧିକ ୨୫ ଜଣ ସାମିଲ ହୋଇପାରିବେ
  • ||
  • ଓଡିଶାରେ ବଢିଲା ଲକଡାଉନ୍ ଅବଧି, ଜୁନ ୧ ଯାଏଁ ଜାରି ରହିବ କଟକଣା
  • ||
  • ଯଶିପୁର ନିର୍ବାଚନୀ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ମେଡିକାଲରେ ପରଲୋକ
  • ||
  • ସଇଁତଳା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି, ୨୪ ଘଣ୍ଟାରେ ୨୨ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି
  • ||
  • ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି: ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜୀବନ ନେଲା କରୋନା
  • ||
  • ପୁରୀ : ସମ୍‌ ସହଯୋଗରେ ପୁରୀରେ ଖୋଲିବ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌, ୧୯ରୁ ସେବା ଆରମ୍ଭ
  • ||
  • ଭୁବନେଶ୍ୱର : ପୁଣି ଉପରମୁହାଁ ପାରଦ, ତାତିରେ ଛଟପଟ ଜନଜୀବନ, ଆହୁରି ୪ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ନୂଆଦିଲ୍ଲୀ : ବ୍ରହ୍ମ ମୁହୂର୍ତ୍ତରେ ଖୋଲିଲା ବଦ୍ରିନାଥଙ୍କ ଧାମ, ବିନା ଶ୍ରଦ୍ଧାଳୁରେ ହେଲା ଦ୍ଵାର ଫିଟା ନୀତି
  • ||

ବିଜେପିକୁ ଆଖି ଦେଖାଇଲା ଶିବସେନା, କହିଲା ମହାରାଷ୍ଟ୍ରରେ ଆମେ ‘ବିଗ୍‌ବ୍ରଦର’

source:www.moneycontrol.com

ମୁମ୍ବାଇ,୨୮ ।୧ (ଏଜେନ୍ସି): ମହାରାଷ୍ଟ୍ରରେ ଆଗାମୀ ସାଧାରଣ ନିର୍ବାଚନ ସମୟରେ ଅଧିକ ଆସନରେ ଲଢ଼ିବା ଉଦ୍ଦେଶ୍ୟରେ ଶିବସେନା ନିଜର ସହଯୋଗୀ ଦଳ ବିଜେପି ଉପରେ ଚାପ ବଢ଼ାଇବାରେ ଲାଗିଛି । ଆଜି ଶିବସେନା କହିଛି କି ମହାରାଷ୍ଟ୍ରରେ ସିଏ ସବୁବେଳେ ‘ବିଗ୍‌ବ୍ରଦର( ବଡ଼ଭାଇ)’ ହୋଇ ରହିବ । ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳୀୟ ନେତାମାନଙ୍କ ଏକ ବୈଠକରେ ଯୋଗଦେବା ପରେ ରାଜ୍ୟସଭା ସାଂସଦ ତଥା ମୁଖ୍ୟ ସଚେତକ ସଞ୍ଜୟ ରାଉତ ଏ ପ୍ରକାର ବୟାନ ଦେଇଛନ୍ତି । ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ମେଣ୍ଟ କରି ନିର୍ବାଚନ ଲଢ଼ିବା ପାଇଁ ବିଜେପି ଦ୍ୱାରା ତାଙ୍କ ଦଳକୁ କିଛି ପ୍ରସ୍ତାବ ଦିଆଯାଇନାହିଁ ।
ସେ କହିଛନ୍ତି କି ଆମ ସହିତ ଯେଉଁମାନେ ମେଣ୍ଟ କରିବାକୁ ଇଛୁକ ସେମାନେ ଏନେଇ ଆଲୋଚନା କରୁଛନ୍ତି । ଆମେ କାହା ପ୍ରସ୍ତାବକୁ ଅପେକ୍ଷା କରିନାହୁଁ । ଅତୀତରେ ବିଜେପି ଓ ଶିବସେନା ମଧ୍ୟରେ ବୁଝାମଣା ହୋଇଥିଲା କି ବିଜେପି ଅଧିକ ଲୋକସଭା ଆସନରେ ଏବଂ ଶିବସେନା ଅଧିକ ବିଧାନସଭା ଆସନରେ ଲଢ଼ିବ । ମାତ୍ର ୨୦୧୪ରେ ମୋଦି ଲହରୀ ଯୋଗୁ ବିଜେପି ଏହି ଫର୍ମୂଲା ବଦଳାଇଥିଲା । ଦଳ ଏକାକୀ ନିର୍ବାଚନ ଲଢ଼ି ୧୨୨ଟି ବିଧାନସଭା ଆସନରେ ଜିତିଥିଲା ଏବଂ ଶିବସେନା ୬୩ଟି ଆସନ ପାଇଥିଲା । ହେଲେ ଏବେ ବିଜେପି ଉପରେ ଚାପ ପକାଇ ଶିବସେନା ଅଧିକ ବିଧାନସଭା ଆସନରେ ଲଢ଼ିବାକୁ ଦାବି କରୁଛି ।
ସେହିପରି ଦଳ ଘୋଷଣା କରିଛି କି ଆୟକର ରିହାତି ସୀମାକୁ ୮ଲକ୍ଷକୁ ବୃଦ୍ଧି କରିବା ପାଇଁ ସିଏ ଦାବି କରିବ । ତା’ଛଡା ସିଏ ସଂସଦରେ ରାଫେଲ ଦୁର୍ନୀତି ପ୍ରସଙ୍ଗ ବି ଉଠାଇବ ବୋଲି ପ୍ରକାଶ କରିଛି ।

ସମ୍ବନ୍ଧିତ ଖବର