ଲକଡାଉନରେ ରୋଗୀଣା ଝିଅର ଯନ୍ତ୍ରଣା ସହି ପାରିଲେନି ପିତା: କାନ୍ଧରେ ବୋହି ୨୬ କିମି ଚାଲି ଚାଲି ଡାକ୍ତରଖାନାରେ ପହଞ୍ଚିଲେ

ମୁମ୍ବାଇ ୨୫/୪: କରୋନା ସଂକ୍ରମଣ ଭୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଗରିବ ଓ ଦିନ ମଜୁରିଆ ଶ୍ରେଣୀର ଲୋକଙ୍କର ସମସ୍ୟା ଖୁବ୍‌ ବଢ଼ିଯାଇଛି । କାମ ନ ମିଳିବାରୁ ସେମାନେ ଟଙ୍କା ପାଇଁ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଗୁରୁବାର ମୁମ୍ବାଇରେ ସେଭଳି ଏକ ଘଟଣା ଘଟିଛି । ୧୭ ବର୍ଷୀୟ ଝିଅର ଶରୀର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କର ବୃଦ୍ଧ ବାପା ତାଙ୍କୁ କାନ୍ଧରେ ବସାଇ ୨୬ କିମି ଚାଲିବା ପାଇଁ ବାଧ୍ୟ ହୋଇଛନ୍ତି ।

ଘଟଣାଟି ଏହିପରି । ମୁମ୍ବାଇର ଗୋୱଣ୍ଡିରେ ଏକ ବସ୍ତିରେ ରହନ୍ତି ୬୦ ବର୍ଷୀୟ ମହମ୍ମଦ ରଫି । ସେ ରୋଷେୟା ଭାବେ କାମ କରି ପରିବାର ପୋଷଣ କରୁଥିଲେ । ହେଲେ ଲକ୍‌ଡାଉନ୍‌ ଯୋଗୁ ତାଙ୍କୁ କାମ ମିଳିବା ବନ୍ଦ ହୋଇଯାଇଛି । ତେଣୁ ଭୟଙ୍କର ଆର୍ଥିକ ସମସ୍ୟାର ସାମ୍ନା କରୁଛି ପରିବାର । ଏଭଳିସ୍ଥିତିରେ ଗୁରୁବାର ତାଙ୍କ ଝିଅଙ୍କର ପେଟରେ ଖୁବ୍‌ ଯନ୍ତ୍ରଣା ହୋଇଥିଲା । ସେ ବିଛଣାରୁ ଉଠି ପାରିଲେ ନାହିଁ । ଝିଅର ଯନ୍ତ୍ରଣା ଦେଖି ରହିପାରିଲେ ନାହିଁ ରଫି । ନିଜର ଦୁର୍ବଳ କାନ୍ଧରେ ତାକୁ ବସାଇ ଦିନ ଦ୍ୱିପ୍ରହରେ ଡାକ୍ତରଖାନା ଅଭିମୁଖେ ଯାତ୍ରା ଆରମ୍ଭ କଲେ । ୨୬ କିମି ଚାଲିବା ପରେ ପରେଲର କେଇଏମ୍‌ ହସ୍ପିଟାଲରେ ଭର୍ତ୍ତି କଲେ ।

ସେତେବେଳକୁ ତାଙ୍କ ନିଜର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିଲା । ଠିକ୍‌ ଭାବେ ପ୍ରଶ୍ୱାସ ନେଇପାରୁନଥିଲେ ସେ । ତଥାପି ସେଠାରେ ଅପେକ୍ଷା କରି ରହିଲେ । ଏପରିକି ଝିଅର ଚିକିତ୍ସା ପରେ ତାକୁ ନେଇ ପୁଣି ଚାଲିଚାଲି ସେ ଘରକୁ ଫେରିଥିବା ଜଣାପଡ଼ିଛି ।

   ସମ୍ବନ୍ଧିତ ଖବର


ନିର୍ବାଚନ ବିଜ୍ଞାପନରୁ ନୀତୀଶ କୁମାରଙ୍କ ଚେହେରା ଗାଏବ , କେବଳ ରହିଛି ପିଏମ୍‌ ମୋଦିଙ୍କ ଫଟୋ !

ଦଶାନନ ରାବଣଙ୍କର ଏହି ସ୍ଥାନରେ ଅଛି ଶହେ ବର୍ଷ ତଳର ପୁରୁଣା ମନ୍ଦିର, ବର୍ଷକୁ ଥରେ ମିଳିଥାଏ ଦର୍ଶନ

ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?