ହାତର ଏହି ରେଖାରେ ଲୁଚି ରହିଥାଏ ରାଜଯୋଗର ସୁଖ

ଯେପରି ଜ୍ୟୋତିଷ ଶାସ୍ତ୍ରରେ ଜାତକ ଦେଖିବା ପରେ ମନୁଷ୍ୟର ଭବିଷ୍ୟତ ବିଷୟରେ ଜଣାପଡିଥାଏ। ଠିକ୍ ସେହିଭଳି ହସ୍ତରେଖା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୋକମାନଙ୍କ ହାତରେ ଥିବା ରେଖାକୁ ଅଧ୍ୟୟନ କରି ଆଗାମୀ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। କେତେ ବ୍ୟକ୍ତିମାନଙ୍କ ହାତର ରେଖାରେ ରାଜଯୋଗ ସୁଖ ଲୁଚି ରହିଥାଏ। ରାଜ ସୁଖମାନେ ଯଥା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ବିଚାରପତି, କିମ୍ବା ଓକିଲ ହେବା ଯୋଗ ରହିଥାଏ। ଯେଉଁ ଲୋକଙ୍କ ହାତ ମଝି ରେଖାରେ ଘୋଡା, ଘଡା, ଗଛ କିମ୍ବା ପତାକାର ଭଳି ଆକୃତିର ଚିହ୍ଚ ରହିଥାଏ ସେହି ବ୍ୟକ୍ତି ରାଜସୁଖ ଭୋଗ କରିଥାନ୍ତି। ଏହା ଛଡା ଯାହାର ମଥା ବଡ କିମ୍ବା ହାତ ଲମ୍ବା ସେମାନଙ୍କର ଭାଗ୍ୟ ସୁଖମୟ ହୋଇଥାଏ।

*ଯେଉଁ ଲୋକଙ୍କ ହାତର ରେଖା ଧନୁ, ପଦ୍ମ, ଚକ୍ରଷ୍କୋଣ ପରି ଦେଖାଯାଏ ତାଙ୍କ ଉପରେ ମା ଲଷ୍ମୀଙ୍କ ସବୁବେଳେ ଖୁସି ରହିଥାନ୍ତି।

*ଯାହା ହାତର ରେଖା ମଣିବନ୍ଦ ଶନିରେଖାର ମଧ୍ୟରେ ଲଗ୍ନରେ ରହିଥାଏ ସେ ବ୍ୟକ୍ତି ରାଜସୁଖ ଭୋଗ କରିଥାନ୍ତି।

* ଯେଉଁ ବ୍ୟକ୍ତିଙ୍କ ହାତର ରେଖାରେ ଖଣ୍ଡା, ପାହାଡ, ହଳ ଭଳି ଚିହ୍ନ ରହିଥାଏ ତାଙ୍କ ପାଖରେ ଟଙ୍କାର ଅଭାବ ରହିନଥାଏ।

*ଯେତେ ବେଳେ ସୂର୍ଯ୍ୟ ରେଖା ମସ୍ତକର ରେଖା ସହିତ ମିଶି ଥାଏ ସେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ , ରାଜ୍ୟପାଳଙ୍କ ଭଳି ଗୁରୁତ୍ବ ପୂର୍ଣ୍ଣ ପଦବୀ ପାଇବାର ସମ୍ଭାବନା ରହିଥାଏ।

* ଯେଉଁ ବ୍ୟକ୍ତିଙ୍କ ଜାତକ କିମ୍ବା ହାତରେ ଗୁରୁ, ସୂର୍ଯ୍ୟ ପର୍ବତ ଉଚ୍ଚ ସ୍ଥାନରେ ରହିଥାଏ ସେ ରାଜ୍ୟପାଳ ହେବାର ସମ୍ଭାବନା ଅଧିକ ରହିଥାଏ।

* ଯେଉଁ ବ୍ୟକ୍ତିଙ୍କ ହାତରେ ଶନି ପର୍ବତ ଉପରେ ତ୍ରିଶୃଳ ଚିହ୍ନ ରହିଥାଏ ସେମାନଙ୍କ ଭାଗ୍ୟରେ ରାଜ୍ୟର ବରିଷ୍ଠ ଅଧିକାରୀ ଯୋଗ ରହିଥାଏ।

* ହାତ ରେଖାରେ ମଙ୍ଗଳ ପର୍ବତ ଉଚ୍ଚ ସ୍ଥାନରେ ରହି ସୂର୍ଯ୍ୟ ରେଖା ପ୍ରଭାବ ରହିଥାଏ ସେହି ବ୍ୟକ୍ତି ଜିଲ୍ଳାପାଳ, କମିଶନ କିମ୍ବା ବରିଷ୍ଠ ଅଧିକାରୀ ହେବାର ଯୋଗ ରହିଥାଏ।

   ସମ୍ବନ୍ଧିତ ଖବର


ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍

ଶେଷ ବଲରେ ଛକା, ଆଇପିଏଲ ଇତିହାସର ସେହି ୫ ଭାରତୀୟ ବ୍ୟାଟସ୍‌ମ୍ୟାନ୍

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ

ମନ୍ତ୍ରୀ ହେବାପରେ ତେଜସ୍ବୀ ଯାଦବଙ୍କୁ ମିଳିଥିଲା ୪୨ ହଜାର ବିବାହ ପ୍ରସ୍ତାବ, ଝିଅମାନଙ୍କ ସ୍ବପ୍ନର ରାଜକୁମାର ଥିଲେ ତେଜସ୍ବୀ…