PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ସ୍ବଚ୍ଛତା ସୂଚୀରେ ଭାରତକୁ ୧୦୦% ସ୍କୋର, ୨୦୧୯ରେ ଥିଲା ୯୩.୩୩%

ନୂଆଦିଲ୍ଲୀ: ଜାତିସଂଘର ସ୍ୱଚ୍ଛତା ବା ପାରଦର୍ଶିତା(ଟ୍ରାନ୍ସପରେନ୍ସି) ସୂଚୀରେ ଭାରତର ସ୍କୋର ୨୦୧୯ରେ ୯୩.୩୩% ଥିଲା । ୨୦୨୧ରେ ଏହା ୧୦୦%ରେ ପହଞ୍ଚିଛି । ଡିଜିଟାଲ ଓ ନିରନ୍ତର ବାଣିଜ୍ୟ ସୁବିଧା ପ୍ରଦାନରେ ଦେଶର ସ୍କୋର ୯୦.୩୨%କୁ ବୃଦ୍ଧି ପାଇଛି । ୨୦୧୯ରେ ଏହା ୭୮.୪୯% ରହିଥିଲା । ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳ ପାଇଁ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ଆୟୋଗର ସଦ୍ୟ ରିପୋର୍ଟରୁ ଏହା ଜଣାପଡ଼ିଛି । ସର୍ଭେରେ ମୋଟ ୧୪୩ ରାଷ୍ଟ୍ରକୁ ସାମିଲ କରାଯାଇଥିଲା ।

ଓଇସିଡି ଦେଶଗୁଡ଼ିକ ମଧ୍ୟରେ ଭାରତ ସର୍ବାଧିକ ସ୍କୋର ହାସଲ କରିଛି । ଏହି ରାଷ୍ଟ୍ର ମଧ୍ୟରେ ଫ୍ରାନ୍ସ, ବ୍ରିଟେନ, କାନାଡ଼ା, ନରୱେ, ଫିନଲାଣ୍ଡ ରହିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସର୍ଭେରୁ ଜଣାପଡ଼ିଛି ଯେ ସମସ୍ତ ୫ଟି ମାନଦଣ୍ଡରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବାଣିଜ୍ୟ କ୍ଷେତ୍ରରେ ମହିଳାଙ୍କ ସମ୍ପୃକ୍ତି କ୍ଷେତ୍ରରେ ଭାରତର ସ୍କୋର ୬୬% ରହିଛି । ଔପଚାରିକତା ବର୍ଗରେ ଭାରତର ସ୍କୋର ଚଳିତବର୍ଷ ୯୫.୮୩% ରହିଛି ।

୨୦୧୯ରେ ଏହା ୮୭.୫% ରହିଥିଲା । ସେହିଭଳି ସଂସ୍ଥାଗତ ବ୍ୟବସ୍ଥା ଏବଂ ସହଯୋଗରେ ଭାରତର ସ୍କୋର ୬୬.୬୭%ରୁ ୮୮.୮୯%କୁ ବୃଦ୍ଧି ପାଇଛି । କାଗଜବିହୀନ ବାଣିଜ୍ୟ କ୍ଷେତ୍ରରେ ଭାରତର ଅଙ୍କ ୨୦୧୯ର ୮୧.୪୮% ତୁଳନାରେ ୯୬.୩%କୁ ବୃଦ୍ଧି ପାଇଛି । କିନ୍ତୁ ସୀମାପାର କାଗଜବିହୀନ ବାଣିଜ୍ୟରେ ଭାରତର ସ୍କୋର ସମାନ ଅବଧିରେ ୫୫.୫୬%ରୁ ୬୬.୬୭%କୁ ବୃଦ୍ଧି ପାଇଛି । ଏ ନେଇ ଅର୍ଥ ମନ୍ତ୍ରଣାଳୟ ଦର୍ଶାଇଛି ଯେ ଭାରତରେ ଏଭଳି ସଂସ୍କାର ଆଣିବାରେ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ବିଶେଷ ଭାବେ କାର୍ଯ୍ୟ କରିଛି । ‘ଫେସ୍‌ଲେସ୍‌, ପେପର୍‌ଲେସ୍‌ ଓ କଣ୍ଟାକ୍ଟଲେସ୍‌’ କାରବାରକୁ ଏହା ବେଶ୍‌ ଗୁରୁତ୍ୱ ଦେଇଛି ।

ଏହିସବୁ ସଂସ୍କାର ଯୋଗୁ ୟୁଏନ୍‌ଇଏସ୍‌ସିଏପି ର‌୍ୟାଙ୍କିଙ୍ଗରେ ଭାରତକୁ ଭଲ ସ୍କୋର ମିଳିଛି । କୋଭିଡ ମହାମାରୀ ସମୟରେ ମଧ୍ୟ ବହିଃଶୁଳ୍କ କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଇଛି । ଅକ୍ସିଜେନ୍‌ ସଂକ୍ରାନ୍ତ ଉପକରଣ, ଜୀବନ ରକ୍ଷାକାରୀ ଔଷଧ, ଟିକା ଆଦି କୋଭିଡ ସଂକ୍ରାନ୍ତ ଆମଦାନିକୁ ତ୍ୱରାନ୍ୱିତ କରିବା ଉପରେ ଭାରତ ଯଥେଷ୍ଟ ଗୁରୁତ୍ୱ ଦେଇଛି । ଏ କ୍ଷେତ୍ରରେ ଅନେକ ସଂଶୋଧନ ଅଣାଯାଇଛି । ବହିର୍ବାଣିଜ୍ୟ ନିମନ୍ତେ ୨୪ ଘଣ୍ଟିଆ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ବି କରାଯାଇଛି ।