PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ପୁଣି ବିଗିଡ଼ିଲା ପୂର୍ବତନ ସ୍ପ୍ରିଣ୍ଟର୍ ମିଲ୍‌ଖା ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା, ୩ ଦିନ ପୂର୍ବେ କୋଭିଡ଼ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ

ନୂଆଦିଲ୍ଲୀ ୪।୬ : କରୋନାରୁ ସୁସ୍ଥ ହେବା ପରେ ପୁଣି ବିଗିଡ଼ିଲା ଭାରତର ପୂର୍ବତନ ସ୍ପ୍ରିଣ୍ଟର୍ ତଥା ବିିଶିଷ୍ଟ ଆଥଲେଟ୍ ମିଲ୍‌ଖା ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା। ତାଙ୍କୁ ଚଣ୍ଡୀଗଡ଼ ସ୍ଥିତ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡ଼ିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ ସେଣ୍ଟରର କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ତାଙ୍କୁ ଅବଜରଭେସନ୍‌ରେ ରଖାଯାଇଛି । ତାଙ୍କ ଶରୀରର ଅମ୍ଳଜାନ ସ୍ତର ଖସୁ ଥିବାରୁ ତାଙ୍କୁ ଗୁରୁବାର ଅପରାହ୍ନରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। PGI ମୁଖପାତ୍ର ପ୍ରଫେସର ଅଶୋକ କୁମାର ଏକ ବିବୃତ୍ତି ଜାରି କରି ଏ ବିଷୟରେ ସୂଚନା ଦେଇଛନ୍ତି।

୯୧ ବର୍ଷୀୟ ମିଲଖା ସିଂ ତିନି ଦିନ ପୂର୍ବରୁ ଅର୍ଥାତ୍ମ ଇ ୩୧ରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। ମେ ୨୦ରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବାରୁ ସେ କିଛି ଦିନ ହୋମ୍‌ ଆଇସୋଲେସନରେ ଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ମଇ ୨୪ରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରୁ ତାଙ୍କୁ ମଇ ୩୧ରେ ଡିସଚାର୍ଜ କରାଯାଇଥିଲା । ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଥିଲେ ଏବଂ ସେ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି। ଏବେ ମିଲଖା ସିଂଙ୍କର ପୁଣି ଥରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଛି। 

ଏସିଆନ୍ ଗେମ୍ସରେ ୪ ଥର ସ୍ୱର୍ଣ୍ଣ ପଦକ ଜିତିଥିବା ମିଲ୍‌ଖା ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି। ତା ସହିତ ୧୯୫୮ରେ କମନୱେଲ୍ଥ ଗେମ୍ସର ଚାମ୍ପିୟନ ମଧ୍ୟ ହୋଇଛନ୍ତି। ହେଲେ ରୋମ୍ ଅଲିମ୍ପିକ୍ସରେ ତାଙ୍କର ଚମତ୍କାର ଖେଳପ୍ରଦର୍ଶନ ସବୁଠାରୁ ପ୍ରଶଂସନୀୟ।

ସମ୍ବନ୍ଧିତ ଖବର