PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଆଜି ନିରବ ପ୍ରାର୍ଥନା, ରାଜ୍ୟବାସୀଙ୍କୁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୮ : ସମଗ୍ର ମାନବ ଜାତି ଏବେ ଇତିହାସର ସବୁଠାରୁ କଠିନ ପରିସ୍ଥିତି ଦେଇ ଗତି କରୁଛି । ମହାମାରୀ କୋଭିଡ୍‌ ସାରା ମାନବ ସମାଜ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି । ଏ ସଂକଟ କାଳରେ ଆମ କୋଭିଡ୍‌ ଯୋଦ୍ଧାମାନଙ୍କ ନିଷ୍ଠା ଓ ତ୍ୟାଗର ପଟାନ୍ତର ନାହିଁ । ସେମାନଙ୍କ ସେବାରୁ ଆମ ରାଜ୍ୟରେ ମୃତ୍ୟୁହାର କମ୍‌ ରହିଛି । ଆସନ୍ତୁ ଏହି ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ପାଇଁ ଆମେ ସାଢ଼େ ୪ କୋଟି ଓଡ଼ିଆ ସମ୍ମାନ ଜଣାଇବା । ଆଜି (ବୁଧବାର) ସନ୍ଧ୍ୟା ୬ଟାରେ ସେମାନଙ୍କ ପାଇଁ ଏକ ମିନିଟ୍‌ ନିରବ ପ୍ରାର୍ଥନା କରିବା ।

ସବୁ ଓଡ଼ିଆଙ୍କୁ ଏମିତି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘରେ ଅବା ବାହାରେ ଯିଏ ଯେଉଁଠାରେ ଥାଆନ୍ତୁ ସେଠାରେ ଠିଆହୋଇ କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରିବାକୁ ସେ ଅପିଲ୍‌ କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବେ ବୋଲି କହିଛନ୍ତି ।

ରାଜ୍ୟବାସୀଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଯୋଗୁଁ ସବୁ ଦେଶ ଅତି ଗମ୍ଭୀର ପରିସ୍ଥିତିରେ ଗତି କରୁଛି । ଆସନ୍ତାକାଲି ଓଡ଼ିଶାରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାର ଅତିକ୍ରମ କରିବ । କୋଭିଡ ଯୁଦ୍ଧରେ ଆମ ସଂଗ୍ରାମରେ ଏହା ହେଉଛି ମହତ୍ୱପୂର୍ଣ୍ଣ ଘଟଣା । ସମସ୍ତଙ୍କ ସହଯୋଗରେ ଆମେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ଜୀବନ ରକ୍ଷା କରିପାରିଛୁ । ଆମର ମୃତ୍ୟୁହାର ୦.୫୭ ପ୍ରତିଶତ ରହିଛି । ଏହା ସମଗ୍ର ଦେଶରେ ସବୁଠାରୁ କମ୍‌ । ଆମର ଆରୋଗ୍ୟଙ୍କ ସଂଖ୍ୟା ବଢ଼ିଛି, ମୃତ୍ୟୁହାର କମିଛି । ଏହାର ଶ୍ରେୟ ଆମ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କର । ଆମ ସମସ୍ତଙ୍କୁ ନିରାପଦରେ ରଖିବାକୁ ସେମାନେ ବିରାଟ ତ୍ୟାଗ ସ୍ୱୀକାର କରୁଛନ୍ତି । ଏପରିକି ଆମର ମୂଲ୍ୟବାନ ଜୀବନ ସୁରକ୍ଷା ପାଇଁ ଏ ଭୟାନକ ଯୁଦ୍ଧରେ ସେମାନଙ୍କ ମଧ୍ୟରୁ ଅନେକ ଜୀବନ ବଳିଦାନ ଦେଇଛନ୍ତି । କୋଭିଡ୍‌ ଯୋଦ୍ଧାମାନଙ୍କର ମାନବଜାତି ପାଇଁ ଏ ସର୍ବୋଚ୍ଚ ତ୍ୟାଗକୁ ପୁନଃସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ମୁଖ୍ୟମନ୍ତ୍ରୀ ନିଜେ ନିରବ ପ୍ରାର୍ଥନାର ନେତୃତ୍ୱ ନେବେ ବୋଲି ସ୍ପଷ୍ଟ କରିଛନ୍ତି ।