PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

୪ଥର ବିବାହ କରିସାରିଛନ୍ତି ଏହି ସିଙ୍ଗର – ୧୫୫ କିଲୋ ଓଜନ କମାଇ ସମସ୍ତଙ୍କୁ କରିଥିଲେ ଆଶ୍ଚର୍ଯ୍ୟ

zeenews.india.com

ନୂଆଦିଲ୍ଲୀ –  ସିଙ୍ଗର ଅଦନାନ୍‌ ସାମି ଆଜି ନିଜର ୪୯ ତମ ଜନ୍ମଦିନ ପାଳ କରୁଛନ୍ତି । ତାଙ୍କର ଜନ୍ମ  ୧୫ ଅଗଷ୍ଟରେ  ୧୯୭୧ରେ ଲଣ୍ଡନରେ ହୋଇଥିଲା । ଅଦନାନ୍‌ ସାମି ନିଜର ପିଲାଦିନ ଲଣ୍ଡନରେ ହିଁ ବିତେଇ ଥିଲେ ଏବଂ  ସେଠାରୁ ନିଜର ପୁରା ପାଠପାଢ଼ା ଶେଷ କରିଥିଲେ । ତାଙ୍କର ପିତା ଅରଶଦ  ସାମି ଖାନ ପାକିସ୍ତାନ  ଏୟାରଫୋର୍ସରେ ପାଇଲଟ୍‌ ଥିଲେ ।  ମାତ୍ର ୫ ବର୍ଷ ବୟସରେ ଅଦନାନ ପିଆନୋ  ବଜାଇ ଥିଲେ ।  ସେ ୯ ବର୍ଷ ବୟସରେ  ନିଜର ପ୍ରଥମ  ମ୍ୟୁଜିକ୍‌  କମ୍ପୋଜ୍‌ କରିଥିଲେ । ଅଦନାନ୍‌ଙ୍କ ପିତା  ଶାସ୍ତ୍ରୀୟ  ତଥା  ଜାଜ୍‌ ସଙ୍ଗିତରେ  ପ୍ରଶିକ୍ଷଣ ନେଇଥିଲେ । ପାକିସ୍ତାନୀ ଗାୟକ ଅଦନାନ୍‌ ସାମୀଙ୍କୁ ୧ ଜାନୁୟାରୀ  ୨୦୧୬ରେ ଭାରତ ସରକରାଙ୍କ ଦ୍ୱାରା ଭାରତୀୟ ନାଗରିକତ୍ୱ ପ୍ରାପ୍ତ ହେଲା ।

ଅଦନାନ୍‌ ସାମୀ କରିଥିଲେ ୪ ଥର ବିବାହ – ଅଦନାନ ସାମୀଙ୍କ  ଜୀବନରେ  ଅନେକ ଉଠାଣି ଗଡ଼ାଣି ଦେଖିବାକୁ ମିଳିଛି ।  ୧୯୯୩ ମସିହାରେ ସେ ପାକିସ୍ତାନୀ ଅଭିନେତ୍ରୀ ଜେବା ବଖତିୟାରଙ୍କୁ ବିବାହ କରିଥିଲେ । ଜେବା ଫିଲ୍ମ ହେନାରେ ନଜର ଆସିଥିଲେ ।  ଦୁହିଁଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା । ଯାହାଙ୍କ ନାଁ ସେ ଅଜାନ ସାମୀ ଖାନ୍‌ ରଖିଥିଲେ  କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ପାରିନଥିଲା । 

ବିବାହର ୩ ବର୍ଷ ପରେ  ଦୁହିଁଙ୍କର ତଲାକ୍‌ ହୋଇଗଲା । ୨୦୦୧ରେ ଅଦନାନ୍‌ ଦୁବାଇର ଯୁବତୀ ସବା ଗଲାଦରୀଙ୍କୁ ଦ୍ୱିତୀୟ ବିବାହ କଲେ । ଉଭୟଙ୍କର ଏହା  ଦ୍ୱିତୀୟ ବିବାହ ଥିଲା , ହେଲେ ଏହି ବିବାହ ମଧ୍ୟ ଅଧିକ ଦିନ ତିଷ୍ଠି ପାରିନଥିଲେ । ବିବାହର ଦେଢ଼ ବର୍ଷ ପରେ ସେମାନଙ୍କର ତଲାକ୍‌ ହୋଇଗଲା। ୨୦୦୮ ମସିହାରେ  ଅଦନାନ୍‌ଙ୍କର  ଦ୍ୱିତୀୟ ପତ୍ନୀ  ସବା ମୁମ୍ୱାଇ ଆସିଥିଲେ ଏବଂ ଅଦନାନ ସାମୀଙ୍କୁ ଦ୍ୱିତୀୟ ଥର ବିବାହ କରି  ତାଙ୍କ ସହ ରହିଲେ ।  କିନ୍ତୁ ଏହି ଥର ମଧ୍ୟ ଏକ ବର୍ଷ ରହିବା ପରେ ତଲାକ୍‌ ହୋଇଗଲା । ୨୦୧୦ରେ ଅଦନାନ୍‌  ରୋୟା ମାସୀ ଖାନ୍‌ଙ୍କୁ ବିବାହ କଲେ । ବିବାହର ୭ ବର୍ଷ ପରେ ୧୦ ମେ, ୨୦୧୭ରେ ଉଭୟଙ୍କ ଘରେ ଏକ ଝିଅ ଜନ୍ମ ହେଲା , ଯାହାର ନାଁ ମଦିନା ସାମୀ ଖାନ୍‌ ରଖିଥିଲେ ।

ସମ୍ବନ୍ଧିତ ଖବର