କିଏ ଏହି ବ୍ୟକ୍ତି ? ଯିଏ ସତ୍ୟସାଇ ବାବାଙ୍କ ଭୂମିକାରେ କରିବେ ଅଭିନୟ, ଖୁବଜୋରରେ ଭିଡିଓ ହେଉଛି ଭାଇରାଲ…

ନୂଆଦିଲ୍ଲୀ: ପୁଣିଥରେ ସତ୍ୟସାଇ ଆସିଗଲେ କି ? ହେଲେ ସତ୍ୟସାଇ ବାବାଙ୍କର ତ ଦେହାନ୍ତ ହୋଇସାରିଛି । ସେ ଆସିବେ ବା କେମିତି ? ତେବେ ଅବିକଳ ସତ୍ୟସାଇଙ୍କ ଭଳି ଦେଖାଯାଉଥିବା ଏହି ବ୍ୟକ୍ତି କିଏ ? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ଅସଲରେ ସତ୍ୟସାଇ ନା ଆଉକିଏ ? ହଁ ଆଜ୍ଞା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ହେଉଛି ଭଜନ ସମ୍ରାଟ ଅନୁପ ଜଲୋଟାଙ୍କର । ଯିଏ କି ସତ୍ୟସାଇଙ୍କ ଅବତାରରେ ଅଭିନୟ କରିବାକୁ ଯାଉଛନ୍ତି । ଏହା ଏକ ବାୟୋପିକ୍ ଫିଲ୍ମ ।

ଅନୋପ ଆଜିକାଲି ଫିଲ୍ମର ପ୍ରମୋସନ କରୁଛନ୍ତି । ସେ ସତ୍ୟସାଇ ବାବାଙ୍କ ଲୁକରେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।  ତାଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନ୍ୟୁଜ୍ ଏଜେନ୍ସି ସହିତ କଥାବାର୍ତ୍ତା କରି ଅନୁପ ଜାଲୋଟା ତାଙ୍କ ଭୂମିକା ଏବଂ ସତ୍ୟସାଇ ବାବାଙ୍କ ବିଷୟରେ କହିଥିଲେ। ସେ କହିଛନ୍ତି ଯେ “ମୁଁ ୫୫ ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ସତ୍ୟସାଇ ବାବାଙ୍କୁ ଭେଟିଥିଲି । ସେତେବେଳେ ମତେ ମାତ୍ର ୧୨ ବର୍ଷ ବୟସ ହୋଇଥିଲା । ”

ମୁଁ ଲକ୍ଷ୍ନୌରେ ତାଙ୍କୁ ଭେଟିଥିଲି । ସେତେବେଳେ ସେ ମୋର ଏବଂ ମୋ ବାପାଙ୍କ ଭଜନ ଶୁଣି ଆମକୁ ଆଶୀର୍ବାଦ କଲେ । ସେବେଠାରୁ ମୁଁ ବାବାଙ୍କ ସ୍ପର୍ଶରେ ଥିଲି |। ପୁଟ୍ଟପର୍ଟିରେ ତାଙ୍କୁ ଭେଟିବା ପାଇଁ ଅନେକ ଥର ତାଙ୍କ ଆଶ୍ରମକୁ ଯାଇଥିଲି । ମୁଁ ତାଙ୍କୁ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର ଏବଂ ଓଟିରେ ମଧ୍ୟ ଭେଟିଥିଲି । ମୁଁ ଭାବୁଛି ମୁଁ ଏହି ଭୂମିକାକୁ ନ୍ୟାୟ ଦେବାରେ ସକ୍ଷମ ହେବି କାରଣ ମୁଁ ତାଙ୍କୁ ଭଲଭାବେ ଜାଣିଛି । ମୁଁ ତାଙ୍କର ଅନୁଗାମୀମାନଙ୍କ ମଧ୍ୟରୁ ଜଣେ ।  ସେଥିପାଇଁ ମୁଁ ଜାଣେ ସେ କିପରି ବସିଥିଲେ, ଚାଲୁଥିଲେ, କଥାବାର୍ତ୍ତା କରୁଥିଲେ ।  ”

ଏଥିସହ ଅନୁପ କହିଛନ୍ତି- “ଯେତେବେଳେ ବି ସେ ମୋତେ ସାକ୍ଷାତ କରୁଥିଲେ, ସେ ମୋତେ ଛୋଟ ବାବା ବୋଲି ଡାକନ୍ତି ।  ମୁଁ ସେମାନଙ୍କୁ ପଚାରିଥିଲି କାହିଁକି ସେ ମୋତେ ଏହି ନାମରେ ଡାକନ୍ତି, ତେଣୁ ସେ ମତେ କହିଥିଲେ ଯେ ଦିନେ ତୁମେ ଏହା ଅନୁଭବ କରିବ ।

ବର୍ତ୍ତମାନ ମୁଁ ଅନୁଭବ କଲି ସେ କାହିଁକି ମୋତେ ଛୋଟ ବାବା ବୋଲି କହୁଥିଲେ । ମୁଁ ଭାବୁଛି ଯେହେତୁ ମୁଁ ତାଙ୍କ ଭୂମିକା ପରଦାରେ ଅଭିନୟ କରିବାକୁ ଯାଉଛି । ଏଠାରେ ସୂଚନା ଥାଉକି ଏହି ଚଳଚ୍ଚିତ୍ରଟି ୨୨ ଜାନୁଆରୀରେ ଥିଏଟରରେ ମୁକ୍ତିଲାଭ କରିବ । ଏହା ହିନ୍ଦୀ, ମରାଠୀ, ଇଂରାଜୀ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।