ଗୀତ ଗାଇ ମଞ୍ଚ କମ୍ପାଉଥିଲେ ଏବେ ବିକୁଛନ୍ତି ମାଛ, ଲକ୍‌ଡାଉନ୍‌ରେ ବଦଳିଗଲା ବୃତ୍ତି

ଭଦ୍ରକ ୨୩।୫ : ସମୟ ବଡ ବଳବାନ । କେତେବେଳେ କାହାକୁ , କେମିତି ସ୍ଥାନରେ ରଖିବ ସେ କଥାର କୌଣସି କଳନା ନାହିଁ । ଆଉ ଏହି କରୋନାର କଟକଣା ପାଇଁ ଏବେ ଜଣେ କଳାକାର ପାଲଟିଛି ମାଛ ବିକ୍ରେତା । ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ।

ରଙ୍ଗୀନ ରଙ୍ଗ ମଞ୍ଚ , ଝିକମିକ ଆଲୁଅ । ଗ୍ରୀନରୁମରୁ ମୁହଁରେ ପାଉଡର ମାଖି ବାହାରି ଆସନ୍ତି ଷ୍ଟେଜକୁ । ହାତରେ ମାଇକ ଆଉ କଣ୍ଠରେ ଗୀତ । ରାତି ରାତି ଅନିଦ୍ରା ହୋଇ ଦର୍ଶକଙ୍କୁ ମତୁଆଲା କରନ୍ତି । ଏମିତି ଜଣେ କଣ୍ଠଶିଳ୍ପୀ ହେଲେ ଭଦ୍ରକ ଜିଲ୍ଲାର କୁମାର ଗୌତମ । ଘର ବନ୍ତ ବ୍ଲକ ଆଗରପଡା ହରିପୂର । ବୟସ ମାତ୍ର ୧୮ । ସଂଗୀତର ନିଶା ଏତେ ଯେ , ପାଠ ପଢା ଛାଡି ପଳାଇଲେ ଯାତ୍ରା ଦୁନିଆକୁ । ବିବାହ ପରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ଯାତ୍ରା ପାର୍ଟିରେ ଗୀତ ଗାଇଲେ । ଶେଷରେ ଯାତ୍ରା ଛାଡି ଆରମ୍ଭ କଲେ ମେଲୋଡି ସୋ । ଖୁବ କମ ଦିନରେ ୩୦ରୁ ଅଧିକ କଳାକାରଙ୍କୁ ନେଇ ଦୁଇଟି ମେଲୋଡି ପାର୍ଟି ଗଢିଲେ । ବେପାର ଆରମ୍ଭ ହୋଇଛି କି ନୁହଁ ଆରମ୍ଭ ହେଲା କାରୋନା ମହାମାରୀ । ସବୁ ବନ୍ଦ , କଳାକାର ଘରକୁ ଫେରିଲେ । ଏମିତି ବେଳେ ବାପା , ମା ଓ ପେଟପାଟଣା କଥା ଭାବି ଆରମ୍ଭ କଲେ ମାଛ ବେପାର । ଭଦ୍ରକ ସହରର ବନ୍ତ ଛକ ନିକଟରେ ରାସ୍ତା କଡରେ ଖୋଲିଛନ୍ତି ଦୋକାନ । 

ଯେଉଁ ହାତରେ ମାଇକ ଥିଲା । ସେହି ହାତ ଏବେ ମାଛ ଧରିଛି । ଆଉ ଗୀତ ଗାଉଥିବା କଣ୍ଠ ଏବେ ପାଦଚଲା ଲୋକଙ୍କୁ ଡାକି ଡାକି କହୁଛି ମାଛ ନିଅ ମାଛ । ବେପାର ପାଇଁ ଖୋଲିଥିବା ଦୋକାନ ପାଖରେ ରଖିଛନ୍ତି ସାନିଟାଇଜର । ଗ୍ରାହକଙ୍କୁ ମଧ୍ୟ ସଚେତନ କରୁଛନ୍ତି ।  ଆଉ ଲୋକେ ମଧ୍ୟ ତାଙ୍କ ଦୋକାନରୁ ମାଛ ନେବାକୁ ବେସ ଆଗ୍ରହୀ । ଏଇଠି ପ୍ରତ୍ୟକ ଦିନ ଋଏଲସେଲ ହୁଏ । ବହୁ ପିଲା ଆସନ୍ତି । ଗୀତ ଗାଆନ୍ତି । ଏମିତି ସମୟରେ ସେମାନେ ମଧ୍ୟ ନିଜ ସାଙ୍ଗ ସାଥିଙ୍କୁ କହୁଛନ୍ତି ତାଙ୍କ ପାଖରୁ ହିଁ ମାଛ ନିଅ ।

   ସମ୍ବନ୍ଧିତ ଖବର


ହାତୀ ପରେ ଏବେ ଗାଈ: ଗର୍ଭବତୀ ଗାଈକୁ ଦେଲେ ବିସ୍ଫୋରକ ଭର୍ତ୍ତି ଖାଦ୍ୟ, ଅଭିଯୁକ୍ତ ଗିରଫ

୧୫ ଅଗଷ୍ଟ ପରେ ଖୋଲିବ ସ୍କୁଲ-କଲେଜ୍, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଘୋଷଣା

କାମ କଲାନି ଚୀନ୍‌ର ଷଡ଼ଯନ୍ତ୍ର : ଶେଷରେ ବୁଝିଗଲା ନେପାଳ.. ଏବେ ଭାରତ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ

ରାଜଧାନୀରେ ଶସ୍ତା ହେବ ମଦ, ଲାଗିବନି ୭୦ ପ୍ରତିଶତ କରୋନା ଟ୍ୟାକ୍ସ

ମା’ର ମମତା ପାଖରେ ସବୁ ତୁଛ: ୫ ଦିନ ହେଲା ମଲା ଛୁଆକୁ ଧରି ବୁଲୁଛି

କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍