PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବିଶିଷ୍ଟ କଣ୍ଠଶିଳ୍ପୀ କଲ୍ୟାଣୀ ମେନନ୍‌ଙ୍କ ପରଲୋକ; ଏର୍‌ ରେହମାନଙ୍କ ସହିତ ବହୁ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି

pic-indiatoday

ଚେନ୍ନାଇ: ବିଶିଷ୍ଟ କଣ୍ଠଶିଳ୍ପୀ କଲ୍ୟାଣୀ ମେନନ୍‌ଙ୍କ ପରଲୋକ। ସୋମବାର ୮୦ ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି କଲ୍ୟାଣୀ । ଦକ୍ଷିଣ ଭାରତୀୟ ସିନେମା ଜଗତରେ ବେଶ୍‌ ପ୍ରତିଷ୍ଠିତ ଓ ସୁମଧୂର ଥିଲା ତାଙ୍କ ସ୍ୱର। ସେ ଅନେକ ବଡ଼ ବଡ଼ ସଂଗୀତ ନିର୍ଦ୍ଦେଶକ ଯଥା-ଏ.ଆର୍ ରେହମାନ,ଇଲୟରାଜା, ଏମ୍‌ ଜୟଚନ୍ଦ୍ରନ ଏବଂ ଗୋବିନ୍ଦ ବସନ୍ତଙ୍କ ସହିତ କାମ କରିଛନ୍ତି। ସିନେମାଟୋଗ୍ରାଫର ସନ୍ତୋଷ ଶିବନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏଥିସିହିତ କଲ୍ୟାଣୀଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ସନ୍ତୋଷ।

କଲ୍ୟାଣୀ ରାମୁ କରିୟଙ୍କ ମାଲାୟାଲମ ଫିଲ୍ମ ‘ଦୀପୁ’ରୁ ରାତାରାତି ଫେମସ୍ ହୋଇଯାଇଥିଲେ। ଏହା ପରେ ପରେ ତାଙ୍କୁ ବିଭିନ୍ନ ଦକ୍ଷିଣ ଭାରତୀୟ ସିନେ ଇଣ୍ଡଷ୍ଟ୍ରୀରେ ଯଥା-ମାମଲାୟଲମ୍, ତେଲଗୁ, ତାମିଲ ସେନେମାରେ ଗୀତ ଗାଇବାକୁ ସୁଯୋଗ ମିଳିଲା। କେରଲାରେ ଜନ୍ମ ହୋଇଥିବା କଲ୍ୟାଣୀ ବିଭିନ୍ନ ଦକ୍ଷିଣ ଭାରତୀୟ ସିନେମାରେ କଣ୍ଠଦାନ କରିଛନ୍ତି। ୯୦ ଦଶକରେ ତାଙ୍କ ସ୍ୱର ଯାଦୁ ସମସ୍ତଙ୍କୁ କିମିଆ କରିଥିଲା।

96ലെ ഗാനം പാടാൻ വിളിച്ചപ്പോൾ കല്യാണി മേനോന് വയസ് 76! മലയാളി മറന്നോ ഈ  ഗായികയെ? ​| Special interview with senior singer Kalyani Menon

ତାଙ୍କର କେତେଗୁଡ଼ିଏ ଲୋକପ୍ରିୟ ଗୀତ ମଧ୍ୟରୁ  ଓମାନେ ପେନ୍ନେ, କୁଣ୍ଡନାପୁ ବୋମ୍ମା, ଫୁଲୋଁ ଜୈଶି ଲଡକୀ, ବାଦୀ ସାଥୁକୋଡି ଏବଂ କୁଲୁଭାଲିଲେ ଅନ୍ୟତମ। ୨୦୧୮ରେ ତାଙ୍କର ଶେଷ ଗୀତ ଥିଲା କାଥାଲେ କାଥାଲେ। ଏହି ଫିଲ୍ମରେ ବିଜୟ ସେତୁପତି ଓ ତ୍ରିଶା ଅଭିନୟ କରିଥିଲେ। ନିର୍ଦ୍ଦେଶକ ରାଜୀବ ମେନନ୍‌ ହେଉଛନ୍ତି ତାଙ୍କ ପୁଅ।