ଟ୍ରୋଲିଂ ପରେ ସଫେଇ ଦେଲେ ନେହା ! କହିଲେ- ‘ସବ୍ୟସାଚୀ ଓ୍ବେଡିଂ ଆଉଟଫିଟ୍ ଉପହାର ଦେଇଥିଲେ’

ମୁମ୍ବାଇ ୨୯।୧୦ : ଏବେ ଚର୍ଚ୍ଚାରେ ରହିଛି କଣ୍ଠଶିଳ୍ପୀ ନେହା କକ୍କରଙ୍କ ବିବାହ। ନେହା କକ୍କର ରୋହନପ୍ରୀତଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ନେହାଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ଯୋଗ ଦେଇଥିଲେ। ଅଧିକ ଚର୍ଚ୍ଚାରେ ରହିଛି ଉଭୟଙ୍କ ବିବାହ ଫଟୋ ଓ ଭିଡ଼ିଓ।

ନେହା କକ୍କର ବିବାହରେ ସବ୍ୟସାଚୀ ଏବଂ Falguni Shane Peacock India ର ବ୍ରାଇଡଲ ଆଉଟଫିଟ୍ସ ଥିଲେ। ନେହା କନିଆ ବେଶରେ ବହୁତ ସୁନ୍ଦର ଲାଗୁଥିଲେ। କିନ୍ତୁ ନିଜର ଆଉଟଫିଟ୍ସ ପାଇଁ ନେହାଙ୍କୁ ଟ୍ରୋଲର ସମ୍ମୁଖୀନ ହୋଇଥିଲେ।

କହିବାକୁ ଗଲେ, ନେହା କକ୍କରଙ୍କ ଲୁକ୍ ଅନୁଷ୍କା ଶର୍ମା ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବ୍ରାଇଡଲ୍‌ ଲୁକ୍ ସହିତ କିଛିଟା ସମାନ ଥିଲା । ନେହାଙ୍କ ବ୍ରାଇଡଲ ଆଉଟଫିଟ୍‌ ସୋସିଆଲ ମିଡିଆରେ ‘ରିମେକ୍’ କହି ଟ୍ରୋଲ କରାଯାଉଛି।

ଟ୍ରୋଲିଂ ପରେ ନେହା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଆଉ କହିଛନ୍ତି କି, ଗୁରୁଦ୍ବାର ଓ୍ବେଡିଂରେ ଯେଉଁ ଆଉଟଫିଟ୍‌ ପିନ୍ଧିଥିଲେ ତାହାକୁ ଡିଜାଇନ୍‌ର ସବ୍ୟସାଚୀ ତାଙ୍କୁ ଉପହାର ଭାବେ ଦେଇଥିଲେ।

ନେହା ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି- ସବ୍ୟସାଚୀଙ୍କ ପୋଷାକ ପିନ୍ଧିବା ପାଇଁ ଲୋକମାନେ ମରନ୍ତି, ଅତି କମରେ ଗୋଟିଏ । ଏହି ଆଉଟଫିଟ୍‌ ମୋତେ ସବ୍ୟାସାଚୀ ନିଜେ ଉପହାର ଦେଇଥିଲେ ।

ସ୍ୱପ୍ନ ସତ ହୋଇଥାଏ କିନ୍ତୁ ଯଦି ତୁମେ କଠିନ ପରିଶ୍ରମ କରିବ ତାହେଲେ ଏହା ଭଲ କାମ କରିବେ। ଧନ୍ୟବାଦ ମାତା ରାଣୀ । ଧନ୍ୟବାଦ ୱେହେଗୁରୁ ।

ଏହା ବ୍ୟତୀତ ଆଉ ଏକ ପୋଷ୍ଟରେ ସେ ଲେଖିଛନ୍ତି- #Sabyasachi Couple!!!  😍♥️🙌🏼  ଧନ୍ୟବାଦ ସବ୍ୟସାଚୀ ସାର୍‌ ବେଷ୍ଟ ଆଉଟଫିଟ୍‌ ଗିଫ୍ଟ କରିଥିବାରୁ।

ତେବେ ଏଥିରୁ ଜଣା ପଡ଼ୁଛି ଯେ, ନେହା ଏହି ପୋଷ୍ଟରେ ନିଜ ଆଉଟଫିଟ୍‌କୁ ନେଇ ସଫେଇ ଦେଇଛନ୍ତି। ଏହି ବ୍ରାଇଡଲ ଆଉଟଫିଟ୍‌ ନେହାଙ୍କୁ ଗିଫ୍ଟ କରାଯାଇଛି। ସେ ନିଜେ ବାଛି ନାହାନ୍ତି।

   ସମ୍ବନ୍ଧିତ ଖବର


ମହାଭାରତର ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ଅଧଘଣ୍ଟା ଭୋଭୋ ହୋଇ କାନ୍ଦିଥିଲେ ଦ୍ରୌପଦୀ, ଦୁଃଶାସନଙ୍କ ସହ ହୋଇନଥିଲେ କଥା, ସୁଟିଂ ସେଟରେ ରୁପା ଗାଙ୍ଗୁଲିଙ୍କ ସହ ହୋଇଥିଲା କ’ଣ ?

ସଫଳତାର ଶୀର୍ଷରେ ସ୍ବାତୀ

ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’

ବାପାଙ୍କ ଫିଟନେସ୍‌ କୋଚ୍‌ଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଝିଅ ଇରା ଖାନ୍‌, ଇଂଷ୍ଟାରେ ସେୟାର କଲେ ଏମିତି ଫଟୋ…

ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ