PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବୋତଲ ଉପରେ ଲାଗିବ ବ୍ୟାନ୍, ଜାଣନ୍ତୁ ସରକାରଙ୍କ ନୂଆ ପ୍ଲାନ୍

ନୁଆଦିଲ୍ଲୀ ୩/୯: ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଆମ ପରିବେଶ ପାଇଁ ଠିକ୍ ନୁହେଁ । ଏହା ଦ୍ୱାରା ହେଉଥିବା କ୍ଷତି ଆଖିକୁ ତୁରନ୍ତ ଦେଖାଯାଏ ନାହିଁ କିନ୍ତୁ ପରେ ଏହା ଅତ୍ଯନ୍ତ ଗମ୍ଭୀର ପରିଣାମ ଦେଇପାରେ । ଏଭଳି ସିଙ୍ଗଲ ପରିସ୍ଥିତିରେ ପ୍ଲାଷ୍ଟିକରେ ବିକ୍ରି ହେଉଥିବା ପାଣି(ପ୍ଲାଷ୍ଟିକ୍ ପାଣି ବୋତଲ) ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାର ଖୁବ ଶୀଘ୍ର ବଡ ଘୋଷଣା କରିପାରନ୍ତି । ସୂଚନା ଅନୁସାରେ ଆଗାମୀ ୨ ମାସରେ ପ୍ଲାଷ୍ଟିକ୍ ପାଣି ବୋତଲକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇପାରେ । ଏହି ବୈଠକରେ ସମ୍ବନ୍ଧିତ ବିଭାଗର ସଚିବ ଉପସ୍ଥିତ ରହିବେ । ଏଥିରେ ପ୍ଲାଷ୍ଟିକର ସମ୍ଭାବ୍ଯ ଉପାୟ କିମ୍ବା ଅନ୍ଯ କୌଣସି ବିକଳ୍ପର ସନ୍ଧାନ କରାଯାଇପାରେ ।

ସରକାର ୨ ଅକ୍ଟୋବରରେ ସମସ୍ତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ ପ୍ରତିବନ୍ଧକ ଲଗାଇବେ । ଏନେଇ ସରକାର, ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ପାଇଁ ସବୁ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ସଡକ ପରିବହନ ମନ୍ତ୍ରାଳୟକୁ କୁହାଯାଇଛି ଯେ ସେ ନିଜ NHAI ଜରିଆରେ ହାଇୱେରୁ ପ୍ଲାଷ୍ଟିକ୍ ଏକାଠି କରୁ ଏବଂ ରୋଡ୍ କନଷ୍ଟ୍ରକ୍ସନ ପାଇଁ ଏହାକୁ ବ୍ୟବହାର କରିବା ଉଚିତ୍ ।

ପର୍ଯ୍ୟଟନ ମନ୍ତ୍ରାଳୟକୁ କୁହାଯାଇଛି ଯେ ସେ ସମସ୍ତ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯଥା ତାଜମହଲ, ଲାଲ କିଲ୍ଲା ଭଳି ସ୍ଥାନମାନଙ୍କରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ଭିତରକୁ ନେବା ଏବଂ ବିକ୍ରୟ ଉପରେ ରୋକ୍ ଲଗାଉ । ଏହା ବ୍ୟତୀତ ସମସ୍ତ ସରକାରୀ କାର୍ଯ୍ୟକ୍ରମ, ମିଟିଂ କିମ୍ବା ମନ୍ତ୍ରାଳୟରେ ପ୍ଲାଷ୍ଟିକର ବ୍ୟବହାର ଉପରେ ରୋକ୍ ଲଗାଯିବ ।

ରେଳ ମନ୍ତ୍ରାଳୟକୁ ଦାୟିତ୍ୱ ଦିଆଯାଇଛି ଯେ ସମସ୍ତ ରେଲୱେ ଷ୍ଟେସନରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ଏଣ୍ଚ୍ରି ଓ ବ୍ୟବହାର ଉପରେ ରୋକ୍ ଲଗାଯାଉ । ଏହା ବ୍ୟତୀତ ରେଲୱେକୁ ଜନସଚେତନତା ଅଭିଯାନ ଚଳାଇବା ପାଇଁ ମଧ୍ୟ କୁହାଯାଇଛି । ଖଦି ଗ୍ରାମ୍ଯଦ୍ୟୋଗ ମନ୍ତ୍ରାଳୟକୁ ଆଦେଶ ଜାରି କରାଯାଇଛି ଯେ କପଡାର ବ୍ୟାଗ୍, ପେପର ବ୍ୟାଗର ପ୍ରଡକ୍ସନକୁ ବୃଦ୍ଧି କରାଯାଉ ଯାହା ଫଳରେ କମ୍ ଦାମରେ ସମସ୍ତଙ୍କୁ ସହଜରେ ଏହା ଉପଲବ୍ଧ କରାଇହେବ ।

ସମ୍ବନ୍ଧିତ ଖବର