ଏକ ଛୋଟ ସିଙ୍କହୋଲ ଗିଳି ଦେଲା ସବୁ କିଛି ! ଲୋକେ ଦେଖି ଆଶ୍ଚର୍ଯ୍ୟ , ଭିଡ଼ିଓ ଭାଇରାଲ

କେନିଆ ୫/୦୫ :  କେନିଆରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏକ ଛୋଟ ସିଙ୍କହୋଲ ଆଖପାଖର ସବୁକିଛିକୁ ତା ଭିତରକୁ ଟାଣି ନେଇଛି। ଏହା ପଢ଼ି ଆପଣ ବି ଚକିତ ହେବେ। କିନ୍ତୁ ଏହା ସତ। ଏକ ଛୋଟ ସିଙ୍କହୋଲ ନିଜ ଭିତରକୁ ସବୁକିଛି ନେଇଯାଇଛି। ସୋସିଆଲ  ମିଡ଼ିଆରେ ଏହି ଭିଡ଼ିଓ ବହୁତ ଭାଇରାଲ ହେଉଛି ।

କ୍ଷେତରେ ବହୁତ ବର୍ଷା  ହେଉଥିଲା ।  ଯେଉଁଥି ପାଇଁ ସେହି ଅଞ୍ଚଳରେ ପାଣି ଭରି ଯାଇଥିଲା। ଭିଡ଼ିଓରେ ଦେଖିବାକୁ ମିଳୁଛି ଛୋଟ ସିଙ୍କହୋଲରେ ସବୁ ପାଣି ଭିତରକୁ ଖୁବ୍ ଜୋରରେ ଚାଲିଯାଉଛି ।

ଖାଲି ଏତିକି ନୁହେଁ , ଏହି ସିଙ୍କହୋଲରେ ପାଣି ସହ ବଡ଼ ବଡ଼ ଘାସ ମଧ୍ୟ ତା ଭିତରକୁ  ପଶି ଯାଉଛି। ଯାହାକୁ ଦେଖି  ଲୋକେ ଚିନ୍ତାରେ ପଡ଼ିଯାଉଛନ୍ତି । ଲୋକେ ଭାବି ପାରୁନଥିଲେ ଏମିତି କେମିତି ହେଉଛି । ଗୋଟିଏ ଛୋଟ ନାଳ କେମିତି ଏତେ ବଡ଼ ବଡ଼ ଜିନିଷକୁ ନିଜ ଭିତରକୁ ନେଇଯାଉଛି। ସେମାନେ ବିଶ୍ୱାସ କରି ପାରୁନାହାଁନ୍ତି।  ୧ ମିନିଟ୍‌ ୩୮ ସେକେଣ୍ଡର ଏହି ଦୀର୍ଘ ଭିଡ଼ିଓରେ ଦେଖିବାକୁ ମିଳୁଛି କି  ଛୋଟ ସିଙ୍କହୋଲ  ଘାସ ଓ ମାଟି ସହ ସେଠାରେ ଥିବା ଅନେକ ଜିନିଷକୁ  ନିଜ ଭିତରକୁ ନେଇଯାଉଛି ।

   ସମ୍ବନ୍ଧିତ ଖବର


ପ୍ରକାଶ ପାଇଲା ସିଭିଲ ସର୍ଭିସ ପ୍ରିଲିମ୍‌ ରେଜଲ୍ଟ

‘କୋଭାକ୍ସିନ’ର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଲା ଅନୁମତି

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ