PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଦିଅରଙ୍କୁ ହୃଦୟ ଦେଇ ବସିଲେ ଭାଉଜ , ସ୍ୱାମୀ ବି ସ୍ତ୍ରୀ ଠାରୁ ଆଉ ପାଦେ ଆଗକୁ ଚାଲିଗଲେ !

zeenews.india.com

ଗିରିଡିହ – ଝାଡ଼ଖଣ୍ଡର ଗିରିଡିହରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜର ପତ୍ନୀଙ୍କର ବିବାହ ନିଜର ସାନ ଭାଇ ସହ କରାଇ ଦେଇଛନ୍ତି । ଏହି ବିବାହ ସେଠାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଉକ୍ତ ମାମଲାଟି ଗିରିଡିହ ଜିଲ୍ଲାରେ ୩ୟ ବ୍ଲକ୍‌ର ଲଚକନ୍‌ ଗାଁର ଘଟିଛି। ମିଡ଼ିଆ ରିପୋର୍ଟ ମୁତାବିକ୍‌ , ବିବାହ ପରେ ଏହି ବ୍ୟକ୍ତିଙ୍କର ପତ୍ନୀ ନିଜର ଦିଅରଙ୍କୁ ଭଲ ପାଇ ବସିଲେ । ଯେତେବେଳେ ସେ ନିଜ ଭାଇ ଓ ପତ୍ନୀଙ୍କର ପ୍ରୀତି ସମ୍ୱନ୍ଧ ବିଷୟରେ ଜାଣିବାକୁ ପାଇଲେ , ସେ ତାଙ୍କର ସହମତିରେ ଭାଇର ବିବାହ ନିଜ ପତ୍ନୀ ସହ କରାଇଦେଲେ। ମହିଳା ଜଣଙ୍କ ୨ ପିଲାର ମାଆ ବି ହୋଇଛନ୍ତି।

ରିପୋର୍ଟ ମୁତାବିକ୍, ମହିଳା ହଠାତ୍‌ ଗୁଜରାଟର ସୁରତରେ ପହଞ୍ଚି ଥିଲେ । ସେଠାରେ ତାଙ୍କର ପତି ଓ ଦିଅର କାମ କରୁଥିଲେ। କିନ୍ତୁ ସୁରତରେ ପତି ଏଠାରୁ ଯିବା ପରେ ସେ ନିଜର ଦିଅର ଘରକୁ ଯାଇଥିଲେ । ଉଭୟ ସାଥି ହୋଇ ରହିଲେ । ଆଉ ଏହି ସମୟରେ ଉଭୟ ସୋସିଆଲ ମିଡ଼ିଆରେ ନିଜର ଫଟୋ ଅପଲୋଡ୍ କରିଥିଲେ। ଯେବେ ପତିଙ୍କୁ ଏହାର ସୂଚନା ମିଳିଲା , ତ ସେ ନିଜର ସାନ ଭାଇ ଘରେ ପହଞ୍ଚିଥିଲେ। ସେଠାରେ ଦୁହିଁଙ୍କ ସହ ଆଲୋଚନା କରିଥିଲେ। ବ୍ୟକ୍ତି ଜଣଙ୍କ ଭାଇ ଓ  ପତ୍ନୀଙ୍କର ଇଚ୍ଛା କଣ ଜାଣିବାକୁ ଚାହିଁଲେ । ସେତେବେଳେ ଉଭୟ ପରସ୍ପର ସହ ରହିବାକୁ ସହମତି ଜଣାଇଥିଲେ । ଏହାପରେ ସେ ନିଜର ଭାଇ ଓ ସ୍ତ୍ରୀର ବିବାହ କରାଇଦେଲେ । ଦୁହିଁଙ୍କର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଚ କରିଦେଲେ ।

ମହିଳାଙ୍କର ସ୍ୱାମୀ କହିଥିଲେ କି ବିବାହ ପରେ ମୋତେ ଜଣାପଡ଼ିଲା କି ମୋ ସ୍ତ୍ରୀର ଗାଁରେ ସଂପର୍କରେ ମୋର ଜଣେ ଭାଇଙ୍କୁ ପସନ୍ଦ କରୁଥିଲେ । ଯେତେବେଳେ ମୁଁ ଏ ବିଷୟରେ ଜାଣିଲି ତ ମୁଁ ଦୁହିଁଙ୍କ ମଧ୍ୟକୁ ନଆସିବାକୁ ନିଷ୍ପତ୍ତି ନେଲି ଏବଂ ସେମାନଙ୍କର ବିବାହ କରାଇଦେଲି ।

ସମ୍ବନ୍ଧିତ ଖବର