PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଦେଡ଼ଶୁର ଟାଙ୍ଗିଆ ଚୋଟରେ ଭାଇବୋହୂ ମୃତ, ଅଭିଯୁକ୍ତ ଗିରଫ

ନୂଆପଡ଼ା ୨୭/୧୨: ଚାଷ ଜମିରେ ଗଛ କଟାକୁ କେନ୍ଦ୍ରକରି ନୂଆପଡ଼ା ଜିଲ୍ଲା ବେଲଟୁକୁରୀ ଥାନା ଧନୋରା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ନିଜ ଭାଇବୋହୂକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଦେଡ଼଼ଶୁର । ମୃତକ ଜଣକ ହେଲେ ଧନୋର ଗାଁର ଜଗ୍‌ତିନ୍‌ ରଣା (୬୫) । ପୁଲିସ ଅଭିଯୁକ୍ତ ଦେଡ଼଼ଶୁର ପ୍ରତାପସିଂ ରଣା(୬୫)କୁ ଗିରଫ କରିଛି ।

ବେଲଟୁକୁରୀ ଥାନା ଧନୋରା ଗାଁର ପ୍ରତାପସିଂ ରଣା ଓ ସାନ ଭାଇ ପରସାଦୀ ରଣା ମଧ୍ୟରେ ଜମିବାଡ଼ିକୁ ନେଇ ଅନେକ ସମୟରେ ବିବାଦ ଲାଗି ରହୁଥିଲା । କିଛିଦିନ ତଳେ ଚାଷ ଜମିର ଏକ ଗଛକୁ ପ୍ରତାପ କାଟି ଦେଇଥିଲେ । ଏହାକୁ ନେଇ ପ୍ରତାପ ଓ ପରସାଦୀ ମଧ୍ୟରେ କଲି ଝଗଡ଼ା ହୋଇଥିଲା । ଝଗଡ଼ାକ୍ରମେ ପରସାଦୀଙ୍କ ସ୍ତ୍ରୀ ଜଗ୍‌ତିନ୍‌ ଦେଡ଼ଶୁର ପ୍ରତାପକୁ ଗାଳିଗୁଲଜ କରିଥିଲେ । ଗତକାଲି ଅପରାହ୍‌ଣରେ ପ୍ରତାପ ଉକ୍ତ ଗଛକୁ ଖଣ୍ଡଖଣ୍ଡ କରୁଥିବା ବେଳେ ଭାଇବୋହୂ ଜଗତନ୍‌ ଚାଷ ଜମିକୁ ଯାଇଥିଲେ । ସେଠାରେ ପୁଣି ଉଭୟ ଦେଡ଼ଶୁର ଓ ଭାଇବୋହୂଙ୍କ ମଧ୍ୟରେ ବଚସା ହୋଇଥିଲା । ପ୍ରତାପ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ ଜଗତିନ୍‌ଙ୍କୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ଗଜତିନ୍‌ଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକେ ସନ୍ଧ୍ୟାରେ ବେଲଟୁକୁରୀ ପୁଲିସକୁ ଖବର ଦେଇଥିଲେ । ରାତିରେ ପୁଲିସର ସାଇଣ୍ଟିଫିକ୍‌ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲେ । ଆଜି ସକାଳେ ମୃତକଙ୍କ ସ୍ୱାମୀ ପରସାଦୀ ବେଲଟୁକୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ବେଲଟୁକୁରୀ ପୁଲିସ ପ୍ରତାପଙ୍କୁ ଗିରଫ କରିଛି ।