ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଖଲ୍ଲିକୋଟ ନିର୍ବାଚନୀ ହିଂସା : ଏସଆଇଟି ଟିମର ତଦନ୍ତ ଆରମ୍ଭ

ଖଲ୍ଲିକୋଟ, ୧୮।୫ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ବୁଧବାର ରାତିରେ ପୋଷ୍ଟର ମାରିବାକୁ ନେଇ ଦିଲ୍ଲୀପ ପାହାନଙ୍କୁ ହତ୍ୟା  କରାଯାଇଥିଲା। ଏହି ଘଟଣା ପରେ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା। ଏସଆଇଟି ଟିମ୍ ଘଟଣାର ତଦନ୍ତ କରିବ ବୋଲି ଡିଜିପି ନିର୍ଦ୍ଦେଶ ଦେଇଥିଲେ।

 ଶନିବାର  ସନ୍ଧ୍ୟାରେ ଗ୍ରାମରେ ପହଞ୍ଚିଛନ୍ତି ଏସଆଇଟି ଟିମ । ଏସଆଇଟି ଟିମ୍ରେ ପୋଲିସ ଅଧିକାରୀ କିରଣ ଚନ୍ଦ୍ର ପାତ୍ର, ଜ୍ୟୋତି ରଞ୍ଜନ ବେହେରା ଓ ମସିରାଣୀ ପୃଷ୍ଟି ପ୍ରମୁଖ ଥିବା ବେଳେ ସେମାନଙ୍କ ସହ ଫରେନସିକ ଟିମ ଓ ସନ୍ଧାନୀ କୁକୁର ମଧ୍ୟ ଆସିଥିଲେ। ମୃତ ଦିଲ୍ଲୀପ ପାହାନଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ କେତେକ ଗ୍ରାମବାସୀଙ୍କୁ ପଚାରିଥିଲେ। ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଫରେନସିକ ଟିମ ରକ୍ତ ଭିଜା ମାଟି ସଂଗ୍ରହ କରିଥିଲେ। ଘଟଣା ସ୍ଥଳରେ ପଡ଼ିଥିବା ଚପଲ ଶୁଙ୍ଘିବା ପରେ ସନ୍ଧାନୀ କୁକୁର କିଛି ଦୂର ଯାଇ ଅଟକି ଯାଇଥିଲା। ଏହି ହତ୍ୟା ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ଏସଆଇଟି ତଦନ୍ତ ବେଳେ ଖଲ୍ଲିକୋଟ ଆଇଆଇସି ନରେଶ କୁମାର ସାହୁ ଉପସ୍ଥିତ ଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.