ବିଦ୍ୟୁତ୍‌ ଆଘାତରେ ୬ ଜଣଙ୍କ ମୃତ୍ୟୁ

ବଲାଙ୍ଗୀର/ ନୟାଗଡ଼ ୫/୯ : ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ବିଦ୍ୟୁତ ଆଘାତରେ ୬ଜଣଙ୍କ ପ୍ରାଣହାନି ଘଟିଛି । ବଲାଙ୍ଗୀର ଜିଲ୍ଲାରେ ଦୁଇ ପୃଥକ ସ୍ଥାନରେ ୩ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଦୁଇ ଏବଂ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଜଣେ ପ୍ରାଣ ହରାଇଛନ୍ତି ।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗୁରୁଣ୍ଡା ଗାଁର ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସୁଥିବା ଭଉଣୀକୁ ବଞ୍ଚାଇବାକୁ ଯାଇ ଭାଇ କର୍ଣ୍ଣଦାନି ସରାଫ(୧୯)ଙ୍କ ମୃତ୍ୟୁ ଘଟିଛି । ଗୁରୁଣ୍ଡା ଗାଁର ଅଶ୍ୱିନୀ ସରାଫ ଙ୍କ ଝିଅ ଝୁନି ଗାଧୋଇବାକୁ ଯାଇ ଘରକୁ ଫେରିଥିଲା ।

ସେହି ସମୟରେ ନିକଟରେ ଲାଗିଥିବା ଲୁଚି ବଲ୍‌ରେ କୌଣସି ମତେ ସଂସ୍ପର୍ଶରେ ଆସି ଯିବାରୁ ଭାଇ କର୍ଣ୍ଣଦାନି ତାକୁ ଛଡ଼ାଇବାକୁ ଯାଇ ନିଜେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । କିଛି ସମୟ ପରେ ସେ ଅଚେତ ହୋଇ ତଳେ ପଡ଼ିଯିବାରୁ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲୋ ସେହିପରି ଦ୍ୱିତୀୟ ଘଟଣାଟି ଘଟିଛି ଲୋଇସିଂହା ଥାନା ଆଗଲପୁରରେ । ପୂର୍ବାହ୍ନରେ ସ୍ତ୍ରୀ ରଜନୀ କପଡ଼ା ଶୁଖାଉଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ ।

ଏହା ଦେଖି ସ୍ୱାମୀ ହେମନ୍ତ ସ୍ତ୍ରୀଙ୍କୁ ଛଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ସେ ମଧ୍ୟ ଗୁରୁତର ହୋଇଥିଲେ । ଆଗଲପୁର ହସ୍ପିଟାଲ୍‌କୁ ଆଣିବା ପରେ ଡ଼ାକ୍ତର ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ହେମନ୍ତ ସୋନପୁର ଜିଲ୍ଲା ବିନିକା ବ୍ଲକ କରତଉଁ ଗାଁର ମୂଳବାସିନ୍ଦା । ପ୍ରାୟ ୧୨ବର୍ଷ ହେବ ଆଗଲପୁରରେ ସେ ରହି କାଠ କାମ କରୁଥିଲେ । ତାଙ୍କର ଏବେ ସମୀକ୍ଷା(୬) ବର୍ଷର ଏବଂ ଏକ ୭ ମାସର ଝିଅ ରହିଛନ୍ତି ।

ନୟାଗଡ଼ ଜିଲ୍ଲା ରଣପୁର ଥାନା ରଙ୍କଦେଉଳି ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ମୃତକ ଦ୍ୱୟ ହେଲେ ଗ୍ରାମର ଲକ୍ଷ୍ମଣ ସାହୁ ଓ ରବି ପରିଡ଼ା । ଲକ୍ଷ୍ମଣ ଇଲେକ୍ଟ୍ରି କାମ କରନ୍ତି । ରବି ତାଙ୍କୁ ଏଥିରେ ସାହାଯ୍ୟ କରିଥାନ୍ତି । ରବି କଟର ମେସିନ୍‌ ଦ୍ୱାରା ବିଦ୍ୟୁତ୍‌ ତାରକୁ ଖଣ୍ଡ ଖଣ୍ଡ କରି କାଟୁଥିଲା । ଏହି ସମୟରେ କଟର ମେସିନ୍‌ରେ ବିଦ୍ୟୁତ୍‌ ସରବରାହ ହୋଇ ଯାଇଥିଲା । ଫଳରେ ରବି ବିଦ୍ୟୁତ୍‌ ଆଘାତ ପାଇ ଛଟପଟ ହେଉଥିବା ଦେଖି ସେଠାରେ ଥିବା ଲକ୍ଷ୍ମଣ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ସେ ମଧ୍ୟ ବିଦ୍ୟୁତ୍‌ ଆଘାତ ପାଇଥିଲେ । ସାହିପଡ଼ୋଶୀ ଓ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।

ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ହରିପୁର ଗ୍ରାମ ଭୁୟାଁ ସାହି ବାସିନ୍ଦା ପଞ୍ଚାନନ ପରିଡ଼ା ଆଜି ପଦାକୁ ଯାଇଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

   ସମ୍ବନ୍ଧିତ ଖବର


ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

ଖଣି ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କରୋନା

ବିବାହିତାଙ୍କୁ ପ୍ରେମ କରି ଠକି ଚମ୍ପଟ୍ ମାରିଥିଲେ ଲମ୍ପଟ ପ୍ରେମିକ, ଧରାପଡି ଜେଲ୍‌ ଗଲା ଯୁବକ