ପ୍ରମୁଖ ଖବର
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର: କରୋନା ମୁକ୍ତ ହେଲେ ୬ଜଣ ହକି ଖେଳାଳି

ବେଙ୍ଗାଲୁରୁ,୧୮/୦୮: ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମିତ ହୋଇଥିବା ଭାରତୀୟ ହକି ଦଳର ୬ଜଣ ପ୍ରମୁଖ ସଦସ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଫଳରେ ସମସ୍ତଙ୍କୁ ଡାକ୍ତରଖାନାରୁ ସାଇ ସେଣ୍ଟର ପଠାଇ ଦିଆଯାଇଛି ।

ଜାତୀୟ ଶିବିରରେ ଯୋଗ ଦେବାକୁ ବେଙ୍ଗାଲୁରୁ ଆସିଥିବା ହକି ଖେଳାଳିମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖା ଯାଇଥିଲା । ୧୦ ତାରିଖ ଦିନ ଅଧିନାୟକ ମନପ୍ରୀତ ସିଂହଙ୍କ ସମେତ ସୁରେନ୍ଦର କୁମାର, ଜଶକରଣ ସିଂହ, ବରୁଣ କୁମାର ଓ ଗୋଲ୍‌ କିପର କ୍ରିଶନ ବି ପାଠକ ପ୍ରଥମେ କରୋନା ସଂକ୍ରମିତ ହୋଇଥିଲେ । ୨ ଦିନ ପରେ ଯୁବ ଖେଳାଳି ମନଦୀପ ସିଂହ କରୋନା ସଂକ୍ରମିତ ହୋଇଥିଲେ । ମନଦୀପଙ୍କ ଶରୀରରୁ ଅମ୍ଳଜାନ କମିଯିବାରୁ ତାଙ୍କୁ ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ପରେ ବାକି ୫ ଖେଳାଳିଙ୍କୁ ଡାକ୍ତରଖାନା ପଠାଇ ଦିଆଯାଇଥିଲା ।

ସମସ୍ତଙ୍କ ପରବର୍ତ୍ତୀ ୨ଟି ରିପୋର୍ଟ ନେଗେଟିଭ୍‌ ରହିଛି । ଫଳରେ ଡାକ୍ତରଖାନାରୁ ସମସ୍ତଙ୍କୁ ସାଇ ସେଣ୍ଟର ପଠାଇ ଦିଆଯାଇଛି । ବୁଧବାରଠୁ ଜାତୀୟ ଶିବିର ଆରମ୍ଭ ହେବ । କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଥିବା ୬ଜଣ ଖେଳାଳି ପ୍ରଥମ ୧୦ଦିନ ଶିବିରରେ ଯୋଗ ନଦେଇ ସଙ୍ଗରୋଧରେ ରହିବେ । ବର୍ତ୍ତମାନ ୩୩ଜଣ ପୁରୁଷ ଖେଳାଳି ଓ ୨୪ଜଣ ମହିଳା ଖେଳାଳି ସାଇ ସେଣ୍ଟରରେ ପହଞ୍ଚି ଶିବିର ପାଇଁ ପ୍ରସ୍ତୁତ ହେଉଛନ୍ତି । ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଶିବିର ଚାଲିବ ।

ସୂଚନାଯୋଗ୍ୟ, କରୋନା ଭାଇରସ ଜନିତ ଲକ୍‌ ଡାଉନ୍‌ ପୂର୍ବରୁ ଭାରତୀୟ ହକି ଦଳ ବେଙ୍ଗାଲୁରୁ ସାଇ ସେଣ୍ଟରରେ ଅବସ୍ଥାନ କରୁଥିଲା । ୨ମାସ ପରେ ଲକ୍‌ ଡାଉନ୍‌ କୋହଳ ହେବାରୁ ଖେଳାଳିମାନଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳିଥିଲା । ପୁନର୍ବାର ଶିବିର ଆରମ୍ଭ ହେଉଥିବାରୁ ଖେଲାଳିମାନଙ୍କୁ ଡାକରା ମିଳିଥିଲା । ନିୟମ ଅନୁଯାୟୀ ସାଇ ପକ୍ଷରୁ ପ୍ରତ୍ୟେକ କ୍ରୀଡ଼ାବିତଙ୍କ ପାଇଁ କୋଭିଡ୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା । ସାଇ ସେଣ୍ଟରରେ ରହିଥିବା ନାସନାଲ ସେଣ୍ଟର ଅଫ ଏକ୍ସଲେନ୍ସ(ଏନ୍‌ସିଓଇ)ରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.