ଦିଲ୍ଲୀର ପ୍ରଥମ କରୋନା ରୋଗୀଙ୍କ ସହ ଆଉ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଲେ

ନୂଆଦିଲ୍ଲୀ,୧୫।୩: କରୋନା ଭୟ ଭିତରେ ଏକ ଭଲ ଖବର ସାମନାକୁ ଆସିଛି। ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଶନିବାର ୬ ଜଣ ରୋଗୀଙ୍କୁ ଠିକ୍ କରି ଘରକୁ ପଠାଯାଇଛି। ଏହା ଭିତରେ ଦିଲ୍ଲୀର ସବୁଠାରୁ ପ୍ରଥମ ରୋଗୀ ଓ ଆଗ୍ରାର ଏକ ପରିବାରର ୪ ଜଣ ରୋଗୀ ରହିଛନ୍ତି।

 ହସ୍ପିଟାଲର ଚିକିତ୍ସା ଅଧୀକ୍ଷକ ଡାକ୍ତର ବଲବିନ୍ଦର ସିଂଙ୍କ ସୂଚନା ଅନୁସାରେ, ଏହି ସମସ୍ତ ରୋଗୀଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରଖାଯାଇଛି। ୧୪ ଦିନ ପରେ ସେମାନେ ଠିକ୍ ହୋିଯାଇଛନ୍ତି। ଏବେ ସେମାନଙ୍କ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି। ଦିଲ୍ଲୀରେ ସବୁଠାରୁ ପ୍ରଥମ କରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇଥିଲେ ମୟୁର ବିହାର ଅଞ୍ଚଳୀ ଜଣେ ବ୍ୟକ୍ତି। ଏହି ବ୍ୟକ୍ତିଜଣକ ନିକଟରେ ଇଟାଲୀରୁ ଫେରିଥିଲେ।

ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଯିବା ପରେ ସେ ନିଜେ ଆରଏମଏଲ ହସ୍ପିଟାଲ ପହଁଞ୍ଚି ଯାଇଥିଲେ। ପରେ ତାଙ୍କୁ ସଫଦରଗଞ୍ଚ ରେଫର କରି ଦିଆଯାଇଛି। ସେଭଳି ନୋଏଡାର ଜରେ ରୋଗୀଙ୍କୁ ମଧ୍ୟ ଛୁଟି ମିଳିଯାଇଛି।

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା