ଏଟିଏମ୍ ଟଙ୍କା ଉଠାଣରେ ଲାଗିଲା ଲଗାମ୍: ୬ରୁ ୧୨ଘଣ୍ଟା ବ୍ୟବଧାନରେ ବାହାର କରିପାରିବେନି ଦୁଇ ଥର ଟଙ୍କା

ଆଜିକାଲି ସମସ୍ତେ ଏଟିଏମ୍ ବ୍ୟବହାର କରୁଛନ୍ତି। ମାତ୍ର ଏଟିଏମ୍ ବ୍ୟବହାର ସହିତ ଏଟିଏମ୍ ଠକେଇ ମାମଲା ମଧ୍ୟ ଅଧିକ ମାତ୍ରାରେ ବଢ଼ିଚାଲିଛି। ଏଥିପାଇଁ ଏଟିଏମ୍ ଠକେଇକୁ ରୋକିବା ପାଇଁ ଦିଲ୍ଲୀ ଷ୍ଟେଟ୍ ଲେବଲ ବ୍ୟାଙ୍କ କମିଟି (ଏସ୍ଏଲବିସି) ଏକ ପ୍ରସ୍ତାବ ଦେଇଛି। ଯଦି ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଯାଏ ତାହେଲେ ଆପଣଙ୍କ ଉପରେ ସିଧା ପ୍ରଭାବ ପଡ଼ିପାରେ।

ଏସ୍ଏଲବିସି ପ୍ରସ୍ତାବ ଦେଇଛି କି, ଦୁଇଟି ଏଟିଏମ୍ ଟ୍ରାଜେକ୍ସନ ମଧ୍ୟରେ ୬ରୁ ୧୨ଘଣ୍ଟା ସମୟ ରହିବା ଦରକାର। ଅର୍ଥାତ୍ ଏଟିଏମ୍ ଜରିଆରେ ଥରେ ଟଙ୍କା ବାହାର କରିବା ପରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଦୁଇ ଥର ଟଙ୍କା ବାହାର କରିପାରିବେ ନାହିଁ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ୧୮ଟି ବ୍ୟାଙ୍କର ପ୍ରତିନିଧିଙ୍କୁ ନେଇ ଆୟୋଜିତ ବୈଠକରେ ଏହି ଯୋଜନା ଚର୍ଚ୍ଚାକୁ ଆସିଥିଲା। ଏହା ବ୍ୟତୀତ ବ୍ୟାଙ୍କୁ ଆଉ ଗୋଟେ ପ୍ରସ୍ତାବ ଦିଆଯାଇଛି କି, ଅନଧିକୃତ ରୂପରେ ଟଙ୍କା ବାହାର କରିବା ପାଇଁ ଚେଷ୍ଟା କରିଲେ ଆକାଉଣ୍ଟ ହାଲ୍ଡର୍ସକୁ ଆଲର୍ଟ କରିବା ପାଇଁ ଓଟିପି ପଠା ଯାଇପାରେ। ଏହାର ଅତିରିକ୍ତ ଏଟିଏମ୍ ପାଇଁ ସେଣ୍ଟ୍ରଲାଇଜ୍ଡ ମନିଟରିଙ୍ଗ୍ ସିଷ୍ଟମ ଓବିସି ବ୍ୟାଙ୍କ୍, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପିଏନବି, ଆଇଡିବିଆଇ ବ୍ୟାଙ୍କ୍ ଏବଂ କାନାରା ବ୍ୟାଙ୍କରେ ପ୍ରଥମରୁ ହିଁ ଲାଗୁ ଅଛି।

ଏହି ଅନୁସାରେ, ଦିଲ୍ଲୀ ଏସ୍ଏଲବିସିର ସଂଯୋଜକ ଓ ଓବିସିର ଏମଡି ଏବଂ ସିଇଓ ମୁକେଶ କୁମାର ଜୈନ କହିଛନ୍ତି କି, ଏଟିଏମରେ ହେଉଥିବା ଠକେଇ ଅଧିକତଃ ଅଧରାତିରୁ ସକାଳ ମଧ୍ୟରେ ହୋଇଥାଏ। ଏଟିଏମ୍ ଠକେଇ କଥା କହିବା ତ, ୨୦୧୮-୧୯ରେ ଦିଲ୍ଲୀରେ ୧୭୯ ଏଟିଏମ୍ ଠକେଇ ମାମଲା ରୁଜୁ ହୋଇଛି। ଦିଲ୍ଲୀ ଏବଂ ମହାରାଷ୍ଟରୁ ପ୍ରାୟ ୨୩୩ ଏଟିଏମ୍ ଠକେଇ ମାମଲା ସାମ୍ନାକୁ ଆସିଛି। ସାରା ଦେଶରେ ପ୍ରାୟ ୯୮୦ ଏଟିଏମ୍ ଠକେଇ ମାମଲା ସାମ୍ନାକୁ ଆସିଛି। ଗତ ବର୍ଷ ତାହା ୯୧୧ଟି ଏଟିଏମ୍ ଠକେଇ ମାମଲା ଥିଲା ବୋଲି ଜଣାପଡ଼ିଛି।

 

   ସମ୍ବନ୍ଧିତ ଖବର


କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର

ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ବଡ଼ ଷ୍ଟାର ହେବାକୁ ଚାହୁଁଥିଲେ ଏହି ମଡେଲ୍‌ – ଆଖିରେ କରିଥିଲେ ଟାଟୁ , ହୋଇଗଲେ ଅନ୍ଧ