ଶଶିକାନ୍ତ ସିଂ ଖୋର୍ଦ୍ଧା ରୋଡ ଡିଭିଜନର ନୂତନ ଡିଆରଏମ୍

ଜଟଣୀ,୩୦ା୪(ଆ.ପ୍ର.): ଶଶିକାନ୍ତ ସିଂ ଖୋର୍ଦ୍ଧାରୋଡ ରେଳ ଡିଭିଜନର ନୂତନ ଡିଭିଜିନାଲ ରେଲୱେ ମ୍ୟାନେଜର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ସିଂ ଭାରତୀୟ ରେଲୱେ ଟ୍ରାଫିକ ସର୍ଭିସ ୧୯୯୦ ବ୍ୟାଚର ଅଧିକାରୀ । ଏଥି ପୂର୍ବରୁ ସେ ସେଣ୍ଟ୍ରାଲ ରେଲୱେ ମୁମ୍ବାଇରେ ଚିଫ କମର୍ସିଆଲ ମ୍ୟାନେଜର (ଏଫ୍‌. ଏସ୍‌. ) ସେ ହାୱଡା , ଶିଆଲଦା ଓ ଆସାନସୋଲ୍‌ରେ ସିନିୟର ଡିଭିଜିନାଲ କମର୍ସିଆଲ ମ୍ୟାନେଜର , ସାଉଥ ଇଷ୍ଟର୍ଣ୍ଣ ରେଲୱରେ ଡେପୁଟି ଚିଫ କମର୍ସିଆଲ ମ୍ୟାନେଜର (ଏଫ୍‌. ଏସ୍‌. ) ଓ ଇଷ୍ଟର୍ଣ୍ଣ ରେଲୱରେ ଚିଫ କମର୍ସିଆଲ ମ୍ୟାନେଜର (ଏଫ୍‌ .ଏସ୍‌) ରୂପେ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏଠାରେ ଦୁଇ ବର୍ଷ ଧରି କାର୍ଯ୍ୟରତ ଥିବା ଡିଆରଏମ୍‌ ବ୍ରଜ ମୋହନ ଅଗ୍ରୱାଲଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି ।

   ସମ୍ବନ୍ଧିତ ଖବର


ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଚାଉଳ ଡବାରୁ ମିଳିଲା ଚାରି ଲକ୍ଷ, ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ